ଜାତୀୟ

ଆମରୋହାର ନ୍ୟାସନାଲ ହାଇୱେ ୯ରେ ଦୁର୍ଘଟଣା, ୪ ଡ଼ାକ୍ତର ମୃତ

ଉତ୍ତରପ୍ରଦେଶ : ଗତକାଲି ବିଳମ୍ବିତ ରାତିରେ  ଉତ୍ତରପ୍ରଦେଶ ଆମରୋହାର ନ୍ୟାସନାଲ ହାଇୱେ ୯ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି । ଦ୍ରୁତ ଗତିରେ ଆସୁଥିବା କାରଟି DCM ରେ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସମସ୍ତ  ମୃତକ ଡ଼ାକ୍ତର ଥିବା ସୂଚନା ମିଳିଛି । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ସୂଚନାନୁଯାୟୀ, ଏହି ଘଟଣାଟି ଆମରୋହା […]

ଜାତୀୟ

କର୍ମଚାରୀ ଅଭାବ, ୨୦୦ ରୁ ଅଧିକ ଇଣ୍ଡିଗୋ ବିମାନ ଚଳାଚଳ ରଦ୍ଦ

ନୂଆଦିଲ୍ଲୀ : ଇଣ୍ଡିଗୋରେ କର୍ମଚାରୀ ଅଭାବ। ଫେଲ୍ ମାରିଲା ପଞ୍ଚୁଆଲିଟି ସର୍ଭିସ୍ । କ୍ରିୟୁ ସଦସ୍ୟଙ୍କ ଅଭାବ ଯୋଗୁ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଳୁରୁ ଭଳି ବଡ଼ ବଡ଼ ବିମାନ ବନ୍ଦରରେ ୨୦୦ ରୁ ଅଧିକ ବିମାନ ଚଳାଚଳ ରଦ୍ଦ ହୋଇଛି । ଏଥିଯୋଗୁ ବିଭିନ୍ନ ବିମାନ ବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପରିଲକ୍ଷିତ ହୋଇଛି । ଏପରିକି ଇଣ୍ଡିଗୋ କର୍ମଚାରୀଙ୍କ ସହ ଭୀଷଣ ବଚସା କରିଛନ୍ତି ଯାତ୍ରୀ । ତେବେ ଇଣ୍ଡିଗୋ ପକ୍ଷରୁ ପ୍ରତିଦିନ ୨୨୦୦ […]

ଓଡ଼ିଶା

ଜଳିଗଲା ଓଏସଆରଟିସି ବସ

ବଲଣ୍ଡା: ବରଗଡ଼ ଜିଲା ବଲଣ୍ଡା ଛକରେ ଜଳିଗଲା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ବସ। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବସଟି ବରଗଡ଼ରୁ ପଦ୍ମପୁର ଯାଉଥିଲା। ବସରେ ୨୫ରୁ ଅଧିକ ଯାତ୍ରୀ ଥିଲେ। ବଲଣ୍ଡା ଛକ ନିକଟରେ ହଠାତ ବସରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର ବସଟିକୁ ଅଟକାଇବା ପରେ ତୁରନ୍ତ ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ବସଗୁଡ଼ିକରେ ବାରମ୍ବାର ନିଆଁ ଲାଗିବା ଘଟଣା […]

ଓଡ଼ିଶା

ଭାଇବୋହୂକୁ ହାଣିଲା ଦେଢ଼ଶୂର

ଘଟଗାଁ : ଭାଇବୋହୂକୁ ହାଣି ହତ୍ୟା କରିଛି ଦେଢ଼ଶୂର। କେନ୍ଦୁଝର ଜିଲା ଘଟଗାଁ ଅନ୍ତର୍ଗତ  ବାଇଗଣପାଳ ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ। ହତ୍ୟାର ଶିକାର ହୋଇଛନ୍ତି ହୃଷୀକେଶ ମହାକୁଡ଼ଙ୍କ ସ୍ତ୍ରୀ ନିରୂପମା ମହାକୁଡ଼। ସୂଚନା ଅନୁସାରେ ପାରିବାରିକ ବିବାଦକୁ ନେଇ ନିରୂପମାଙ୍କୁ ତାଙ୍କ ଦେଢ଼ଶୂର ଶୈଳ ମହାକୁଡ଼ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ନିରୂପମାଙ୍କୁ ଡାକ୍ତର ମୃତ​ ଘୋଷଣା କରିଥିଲେ। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା […]

ଓଡ଼ିଶା

ମାରଣାସ୍ତ୍ର ସହ ୧୪ ଡକାୟତ ଗିରଫ, ୬ ଲକ୍ଷ ଟଙ୍କା ଜବତ

ଯାଜପୁର: ପୁଲିସ କବଜାରେ ଧରାପଡ଼ିଛି ଏକ ୧୪ ଜଣିଆ ଡକାୟତ ଗ୍ୟାଙ୍ଗ। ବିଭିନ୍ନ ଅଞ୍ଚଳରେ ଅପରାଧ ଘଟାଉଥିବା ଏଭଳି ଏକ ଗ୍ୟାଙ୍ଗକୁ ଧରିଛି ଯାଜପୁର ପୁଲିସ। ପୁଲିସ ୧୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଏବଂ ପ୍ରାୟ ୬ ଲକ୍ଷ ଟଙ୍କା ଜବତ କରିଛି। ଏହା ସହିତ ସେମାନଙ୍କଠାରୁ ୨୨୫ ଗ୍ରାମର ସୁନା ଅଳଙ୍କାର, ୧୫ଟି ମୋବାଇଲ ଫୋନ ଏବଂ ୩ଟି ବାଇକ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତମାନେ ଯାଜପୁର […]

ଓଡ଼ିଶା

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା: ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ

ଭୁବନେଶ୍ଵର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। କ୍ୟାମ୍ପସ୍‌ରେ ଛାତ୍ରୀଙ୍କ ହଙ୍ଗାମାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଡ୍ରାମା ବିଭାଗ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯିବାର ଅଭିଯୋଗ ପରେ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଛି। ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ […]

ଓଡ଼ିଶା

ବରଗଡ ଧନୁଯାତ୍ରା ପାଇଁ ୧ କୋଟିର ଅନୁଦାନ

ବରଗଡ଼: ବରଗଡ଼ ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ୨୦୦ କଳାକାରଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅର୍ଥ ରାଶି ମଞ୍ଜୁର ହୋଇଛି। ଏଥିସହିତ […]

ଓଡ଼ିଶା

ଉପାନ୍ତ ଅଞ୍ଚଳରେ ଚିକିତ୍ସା ଯୋଗାଇଲେ ମେଡିକାଲ୍‌ ଟିମ୍

ମାଲକାନଗିରି : ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା’ ରେ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ବିଶେଷଜ୍ଞ ଚିକିତ୍ସା ସେବା ସୁନିଶ୍ଚିତ ହେଉଛି। ମାଲକାନଗିରି ଜିଲ୍ଲାବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନା’ ରେ ଗତକାଲି ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ବିଶେଷଜ୍ଞ ଟିମ୍ ମାଲକାନଗିରି ଜିଲ୍ଲା ସଦର ମହକୁମା ହସ୍ପିଟାଲ ଗସ୍ତ କରିଥିଲେ । ଏହି ଡାକ୍ତରୀ ଦଳରେ ନିଶ୍ଚେତକ ବିଭାଗ, ୟୁରୋଲୋଜି ବିଭାଗ, ନ୍ୟୁରୋଲୋଜି ବିଭାଗ, […]

ଓଡ଼ିଶା

ଦନ୍ତା ଆକ୍ରମଣରେ ଦୁଇ ମୃତ

ଦେବଗଡ : ଦେବଗଡ ବନଖଣ୍ଡ ରିଆମାଳ ଓ ଛେଣ୍ଡିପଦା ବନାଞ୍ଚଳ ଜୁରାଡଙ୍ଗା ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଗୋଠ ଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ କୁଞ୍ଜ ଦେହୁରୀ (୬୨) ଏବଂ ରଜନୀ ବେହେରା (୪୫) ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଆଜି ସକାଳୁ ଉଭୟ ଶୌଚ ପାଇଁ ଯାଇଥିବାବେଳେ ହଠାତ୍ ଏକ ଗୋଠଛଡା ଦନ୍ତା ହାତୀ ଜଙ୍ଗଲରୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ କୁଞ୍ଜଙ୍କର ମୃତ୍ୟୁ ଘଟିଥିବାବେଳେ ରଜନୀଙ୍କୁ […]

ଓଡ଼ିଶା

ଏଏସଆଇଙ୍କୁ ଚାପୁଡ଼ା ମାରିଲେ ଆଇଆଇସି: ଦୁହିଁଙ୍କୁ ବଦଳି କଲେ ଏସପି

ଯାଜପୁର ଟାଉନ :  ଏଏସଆଇଙ୍କୁ ଥାନା ଅଧିକାରୀ ଚାପୁଡ଼ା ମାରିବା ଅଭିଯୋଗ ।  ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଏସପି ।  ଯାଜପୁର ଅଳକୁଣ୍ଡ ଥାନାରେ ଏଏସଆଇଙ୍କୁ ଥାନା ଅଧିକାରୀ ଚାପୁଡ଼ା ମାରିବା ନେଇ SDPOଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଏଏସଆଇ ।  ବାସୁଦେବପୁର ଗାଁର ଜଣେ ମହିଳା ଓ ବଡ଼ଚଣା ଥାନା ଅଂଚଳର ଜଣେ ଯୁବକଙ୍କ ମଧ୍ୟରେ କିଛିଦିନ ପୂର୍ବେ ଏକ ବିବାଦ ହୋଇଥିଲା । ଏହି ବିବାଦରେ ଚାର୍ଜସିଟ ଲେଖାକୁ ନେଇ […]

LOKA SAMACHAR @2026. All Rights Reserved || Developed By CBSPL