ଓଡ଼ିଶା

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା: ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ

ଭୁବନେଶ୍ଵର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। କ୍ୟାମ୍ପସ୍‌ରେ ଛାତ୍ରୀଙ୍କ ହଙ୍ଗାମାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଡ୍ରାମା ବିଭାଗ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯିବାର ଅଭିଯୋଗ ପରେ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଛି। ବିକ୍ଷୋଭ କରୁଥିବା ଜଣେ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲଙ୍କୁ କଲେଜରୁ ବହିଷ୍କୃତ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପ୍ରିନ୍ସିପାଲ୍‌ ବିଜୟ ଜେନା। କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ଅଧ୍ୟାପକଙ୍କୁ ବହିଷ୍କୃତ କରାଯାଇଛି। ଗତ ଜୁନ୍ ମାସରେ ସେ ଅତିଥି ଅଧ୍ୟାପକ ଭାବେ କଲେଜରେ ଯୋଗଦେଇଥିଲେ।

ସେପଟେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ଵତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ନେତୃତ୍ଵରେ ଗଠିତ ୩ ଜଣିଆ ଟିମ୍ ର ଅଧ୍ୟକ୍ଷତାରେ ତଦନ୍ତ ଜାରି ରହିଛି। ଗଣ ମାଧ୍ୟମର ରିପୋର୍ଟ ଦେଖି ତଦନ୍ତ ପାଇଁ ଆସିଛୁ କହିଛନ୍ତି ଦେବପ୍ରସାଦ। ପିଲା ମାନଙ୍କୁ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏ ନେଇ ପଚରାଉଚରା କରିବୁ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL