ଓଡ଼ିଶା

ମାରଣାସ୍ତ୍ର ସହ ୧୪ ଡକାୟତ ଗିରଫ, ୬ ଲକ୍ଷ ଟଙ୍କା ଜବତ

ଯାଜପୁର: ପୁଲିସ କବଜାରେ ଧରାପଡ଼ିଛି ଏକ ୧୪ ଜଣିଆ ଡକାୟତ ଗ୍ୟାଙ୍ଗ। ବିଭିନ୍ନ ଅଞ୍ଚଳରେ ଅପରାଧ ଘଟାଉଥିବା ଏଭଳି ଏକ ଗ୍ୟାଙ୍ଗକୁ ଧରିଛି ଯାଜପୁର ପୁଲିସ। ପୁଲିସ ୧୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଏବଂ ପ୍ରାୟ ୬ ଲକ୍ଷ ଟଙ୍କା ଜବତ କରିଛି। ଏହା ସହିତ ସେମାନଙ୍କଠାରୁ ୨୨୫ ଗ୍ରାମର ସୁନା ଅଳଙ୍କାର, ୧୫ଟି ମୋବାଇଲ ଫୋନ ଏବଂ ୩ଟି ବାଇକ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତମାନେ ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ବିଭିନ୍ନ ଡକାୟତି ଘଟଣାରେ ସମ୍ପୃକ୍ତ ଥିଲେ ବୋଲି ପୁଲିସ କହିଛନ୍ତି। ଅଭିଯୁକ୍ତମାନଙ୍କ ନାମରେ ଅନ୍ୟ କୌଣସି ଥାନାରେ ମାମଲା ରହିଛି କି ନାହିଁ ପୁଲିସ ତାହାର ଯାଞ୍ଚ କରୁଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL