ଓଡ଼ିଶା

ଛିଡ଼ିଲାନି ସମ୍ପତ୍ତି ଭାଗ ବଣ୍ଟା ବିବାଦ, ୧୦ ଘଣ୍ଟା ପଡ଼ିରହିଲା ମୃତଦେହ

ପାରାଦୀପ: ଦଶ ଘଣ୍ଟା ପଡ଼ିରହିଲା ମା’ର ମୃତଦେହ । ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଛିଡ଼ିଲାନି ବିବାଦ । ମାନବିକତା ଭୁଲିଗଲା ଜନ୍ମିତ ସନ୍ତାନ । ସମ୍ପତ୍ତି ଲୋଭରେ ଭୁଲିଗଲା ସମ୍ପର୍କ । ମୋ ଭାଗ ସମ୍ପତ୍ତି ଦିଅ । ନହେଲେ ମା’ର ଅନ୍ତିମ ସତ୍କାର ହେବାକୁ ଦେବିନି । ଜମି ପାଇଁ ଅଡ଼ି ବସିଲା ପୁଅ । ସମ୍ପତ୍ତିରେ ଭାଗ ନେବା ପାଇଁ ମା’ ମୁହଁରେ ନିଆଁ ଦେବ କଣ ଓଲଟା ମରଶରୀରର ଅନ୍ତିମ ସତ୍କାର କରିବାକୁ […]

ଓଡ଼ିଶା

ଏସଆଇ ପରୀକ୍ଷା ଦୁର୍ନୀତି ମାମଲା, ବିରଞ୍ଚିକୁ ଉଠାଇ ଆଣି ଜେରା

ଭୁବନେଶ୍ବର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ।  ଦଲାଲ ଅରବିନ୍ଦ ଦାସର ସହଯୋଗୀ ବିରଞ୍ଚି ନାୟକକୁ ପୁରୀରୁ ଉଠାଇ ଆଣିଲା ପୋଲିସ ।  ନୋଟିସ ପାଇ ହାଜର ନହେବାରୁ ସିବିଆଇ ତାଙ୍କୁ ଉଠାଇ ଆଣିଥିବା ସୂଚନା ।  ବିରଞ୍ଚି, ଅରବିନ୍ଦ ସହ ମିଶି ଶତାଧିକ ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରିଥିବା ସିବିଆଇ ସୂଚନା ପାଇଥିଲା । ଏସଆଇ ଚାକିରି ପାଇଁ ଟଙ୍କା କାରବାର ନେଇ ଗତକାଲି ରାତିରୁ ବିରଞ୍ଚିକୁ ଘନ ଘନ ଜେରା କରୁଛି […]

ଓଡ଼ିଶା

ପକ୍ଷୀ ଶିକାର କରି ୪ ନାବାଳକ ଗିରଫ, ୨ ମୃତ ବିଦେଶୀ ପକ୍ଷୀ ଜବତ

ବ୍ରହ୍ମଗିରି : ପକ୍ଷୀ ଶିକାର ବେଳେ ବ୍ରହ୍ମଗିରି ବନବିଭାଗ ଚଢ଼ାଉ କରି ୪ ଜଣ ନବାଳକଙ୍କୁ ଧରିବା ସହ ୨ ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି । ବ୍ରହ୍ମଗିରି ବନବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରାତି ଅଧରୁ ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଛକି ରହିଥିଲା । ଏକସର ନିକଟରେ ୪ ନାବାଳକ ପକ୍ଷୀ ଶିକାର କରି ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ବନବିଭାଗ ଟିମ ମାଡି ବସିଥିଲା । […]

ଓଡ଼ିଶା

ପ୍ରଶ୍ନପତ୍ର ଲିକ୍: ବାତିଲ ହେଲା ANM ପରୀକ୍ଷା

 ମାଲକାନଗିରି : ବାତିଲ ହେଲା ANM ପରକ୍ଷା । ମାଲକାନଗିରି ଜିଲ୍ଲାରେ ANM ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା ପରେ ବାତିଲ୍ ହୋଇଛି ଆଜିର ପରୀକ୍ଷା । ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ଏଏନଏମ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଦିନ ୨ ଟାରେ ପରୀକ୍ଷା ଥିବା ବେଳେ ୧୧ ଟା ବେଳେ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ଅଗଜିଲାରୀ ନର୍ସ ମିଡ୍ […]

ଓଡ଼ିଶା

୨ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ

ଭୁବନେଶ୍ବର: ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ। ପ୍ରାଥମିକ ଶିକ୍ଷକ ମହାସଂଘର ବଡ଼ ବିକ୍ଷୋଭ ।  ୨ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ଶିକ୍ଷକ ସଂଘ ।  ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ହଜାର ହଜାର ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ । ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ପଦବୀ ଅନୁଯାୟୀ ମୂଳ ବେତନ ଦେବାକୁ ଦାବୀ କରିଛି ମହାସଂଘ। ମୂଳ ପଦବୀକୁ ଅପଗ୍ରେଡ କରି ଲେବୁଲ-୯ ଅନୁଯାୟୀ ମୂଳ ବେତନ ୩୫ହଜାର ୪୦୦ ଟଙ୍କା […]

ଓଡ଼ିଶା

କାଉଡ଼ିଆ ନଦୀରେ ବୁଡ଼ିଲା ଡଙ୍ଗା, ମତ୍ସ୍ୟଜୀବୀ ନିଖୋଜ

ପାରାଦୀପ: ବୁଡ଼ିଗଲା ଡଙ୍ଗା, ମତ୍ସ୍ୟଜୀବୀ ନିଖୋଜ ।  ପାରାଦୀପ ଅଠରବାଙ୍କି ବାଲିପ୍ଲଟ ନିକଟ କାଉଡ଼ିଆ ନଦୀରେ ଡଙ୍ଗା ବୁଡ଼ି ଜଣେ ଯାଇ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି ।  ନିଖୋଜ ମତ୍ସ୍ୟଜୀବୀ ଜଣକ ଯଦୁପୁର ଗାଁର ପ୍ରଫୁଲ୍ଲ ବେହେରା ।  ନଦୀରୁ ଜୁଆର ଛାଡ଼ିବା ସମୟରେ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ଛୋଟ ଛୋଟ ହାତ ବୁହା ଡଙ୍ଗା ରେ ମାଛ ଧରୁଥିଲେ । ତେବେ ବୁଡିଯାଇଥିବା ଡଙ୍ଗାରେ ୨ଜଣ ମତ୍ସ୍ୟଜୀବୀ ଥିଲେ । ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ […]

ଓଡ଼ିଶା

ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା ।  ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।  ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା ହୋଇଛି ।  ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।  ଫେବୃୟାରୀ ୧୯ ତାରିଖରେ ମାତୃ ଭାଷା ପରୀକ୍ଷା ହେବ । ୨୦ ତାରିଖରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । […]

ଓଡ଼ିଶା

ଟିକେଟ ପାଇଁ ଶୀତ କାକରରେ ସାରା ରାତି ଅପେକ୍ଷା କଲେ କ୍ରିକେଟ୍ ପ୍ରେମୀ

ଭୁବନେଶ୍ବର: ବାରବାଟୀ ମ୍ୟାଚ ଟିକେଟ୍ ପାଇଁ ଅସମ୍ଭାଳ ଭିଡ଼ ।  ଆଜିଠାରୁ ଅଫ ଲାଇନରେ କାଉଣ୍ଟରରେ ୧୦ ହଜାର ଟିକେଟ୍ ବିକ୍ରୀ ହେବ। ଜଣଙ୍କୁ ଦି ଖଣ୍ଡ ଟିକେଟ୍ । ଦି ଟି ଟିକେଟ୍ ପାଇଁ ରାତିରୁ ଷ୍ଟାଡିୟମ ନିକଟରେ ଜମା ହୋଇଛନ୍ତି କ୍ରିକେଟ୍ ପ୍ରେମୀ । ବାରିକେଡରେ ଧାଡ଼ି ବାନ୍ଧି ଠିଆ ହୋଇଛନ୍ତି କ୍ରିକେଟ୍ ପ୍ରେମୀ । ଆଜି ସକାଳ ୬ଟାରେ ବ୍ୟାରିକେଡ୍ ଭିତରେ ଧାଡ଼ିରେ ରହିବାକୁ ଦିଆଯିବ ବୋଲି ପୋଲିସ ପକ୍ଷରୁ ପୂର୍ବରୁ କୁହାଯାଇଥିଲା । […]

ଓଡ଼ିଶା

ଜବତ ଗଞ୍ଜେଇ ହେରଫେର ଅଭିଯୋଗ: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଫୁଲବାଣୀ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାୟକ । ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଆଦେଶ ଅନୁସାରେ ବର୍ତ୍ତମାନ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବେ । ସୂଚନା ଅନୁସାରେ, କିଛି ଦିନ ପୂର୍ବେ ସଦର ଥାନା ପୋଲିସ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା । ସେଥିରୁ ଦୁଇ କ୍ୱିଣ୍ଟାଲ୍‌ ଗଞ୍ଜେଇର ହିସାବ […]

ଓଡ଼ିଶା

ଶିଶୁକନ୍ୟାକୁ ହତ୍ୟା କଲା ମାଆ !

ପୁରୀ:ପାରିବାରିକ କଳହର ଦୁଃଖଦ ପରିଣାମ । ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରେ ଜଣେ ମା’ ନିଜର ଦେଢ଼ ବର୍ଷର ଶିଶୁକନ୍ୟାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁରୁବାର ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଡେଲାଙ୍ଗର ସଡଙ୍ଗଇ ଗ୍ରାମର ମହିଳା ଜଣକ ପ୍ରଥମେ ଛୁଆଟିକୁ ଏକ ଗଛରେ ଝୁଲାଇ ଦେଇଥିବା ଏବଂ ପରେ ତାକୁ ନେଇ ଏକ ଗାଡିଆକୁ ଫିଙ୍ଗି ଦେଇଥିବା ଗ୍ରାମବାସୀ ଦେଖିବା ପରେ ଶିଶୁର ମୃତଦେହ ଉଦ୍ଧାର […]

LOKA SAMACHAR @2026. All Rights Reserved || Developed By CBSPL