ଓଡ଼ିଶା

ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା

ମୟୂରଭଞ୍ଜ: ଖଣ୍ଡେ ପାନ ପାଇଁ ହତ୍ୟାକାଣ୍ଡ । ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ବରକନ୍ଦ ପଞ୍ଚାୟତ ଟିଆଁସି ଗାଁରେ ଅଘଟଣ । ଅନନ୍ତ ନାଏକଙ୍କୁ ସେହି ଗାଁର ଧୀରେନ ନାଏକ ପ୍ରତିଦିନ ପାନ ମାଗି ଖାଉଥିବା ବେଳେ ପାନ ନଦେଲେ ଗାଳିଗୁଲଜ କରିବା ସହ ଧମକଚମକ ଦେଇ ଆସୁଥିଲା । ଧୀରେନ ଘରକୁ ଯାଇ ପାନ ମାଗିବାରୁ ଅନନ୍ତ ଦେବାକୁ ସିଧାସଳଖ ମନା କରିଦେଇଥିଲେ । ଫଳରେ ଧୀରେନ ପାଟିତୁଣ୍ଡ କରିବା ସହ ଉତ୍ତେଜିତ ହୋଇ ଠେଙ୍ଗାରେ ଅନନ୍ତକୁ ମାଡ଼ ମାରିବାକୁ ଲାଗିଲା ।

ସେହି ସମୟରେ ଅନନ୍ତ ନାଏକଙ୍କ ପତ୍ନୀ ହସ୍ତକ୍ଷେପ କରିବାରୁ ଧୀରେନ ଠେଙ୍ଗାରେ ବିଳାସୀଙ୍କୁ ପିଟିପିଟି ମୁଣ୍ଡ ଫଟେଇ ଦରମରା ଅବସ୍ଥାରେ ଛାଡ଼ି ପଳାଇଥିଲା । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦୁହିଁଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନନ୍ତଙ୍କ ହାତ ଭାଙ୍ଗି ଯାଇଛି । ମୃତଦେହ ଜବତ କରି ମୋରଡା ପୋଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରିଛି ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL