ଜାତୀୟ

ବିଶ୍ୱ ବାଣିଜ୍ୟ ପାଇଁ ସମୁଦ୍ର ପଥର ସୁରକ୍ଷା ଜରୁରୀ: ଆମେରିକା ଓ ଇରାନକୁ ପିଏମ୍ ମୋଦିଙ୍କ ପରୋକ୍ଷ ବାର୍ତ୍ତା

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ଏବଂ ଭୂ-ରାଜନୀତିରେ ବ୍ରିକ୍ସ ସମୂହର ଗୁରୁତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବ୍ରିକ୍ସ ବିଜନେସ୍ ଫୋରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସଶକ୍ତ ଏବଂ ବିକଶିତ ଭାରତର ଚିତ୍ର ଉପସ୍ଥାପନ କରିବା ସହ ବିଶ୍ୱ ବାଣିଜ୍ୟ ଏବଂ ସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ସମୟରେ ମାତ୍ର ୪ଟି ଦେଶକୁ ନେଇ ଗଠିତ ହୋଇଥିବା ବ୍ରିକ୍ସ ଆଜି ସମ୍ପ୍ରସାରିତ ହୋଇ ୨୧ଟି […]

ଜାତୀୟ

ମୋଦୀ-ପୁଟିନ ଦ୍ୱିପାକ୍ଷିକ ବୈଠକ: ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ତିନିଦିନିଆ ଭାରତ ଗସ୍ତରେ ଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ଭାରତ-ରୁଷ ସମ୍ପର୍କର ବିଭିନ୍ନ ଦିଗ ସହ ପ୍ରମୁଖ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକ ପୂର୍ବରୁ ମୋଦୀ ଓ ପୁଟିନ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଚଳିତ ବର୍ଷ ଏହା ଦୁଇ ନେତାଙ୍କ ଦ୍ୱିତୀୟ ସାକ୍ଷାତ। ଏହା ପୂର୍ବରୁ ଅଗଷ୍ଟ […]

ଜାତୀୟ

ବ୍ରିକ୍ସ ସମ୍ମିଳନୀ ପାଇଁ ଭାରତରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ

ନୂଆଦିଲ୍ଲୀ : ଭାରତରେ ପହଞ୍ଚି ସାରିଛନ୍ତି ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ। ସେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ଏବଂ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ। କିର୍ଗିଜସ୍ତାନର ବିଶକେକରେ ଏସସିଓ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କୁ ଭେଟିଥିଲେ। ଭାରତ ଏହି କ୍ଷେତ୍ରରେ ଦୀର୍ଘକାଳୀନ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ସମସ୍ତ ପ୍ରୟାସକୁ ସମର୍ଥନ ଜଣାଇଛି। ବ୍ରିକ୍ସ ଏବଂ ଏସସିଓ […]

ଜାତୀୟ

କଙ୍ଗୋର ୨ଟି ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୬ ମୃତ, ଅନେକ ଆହତ

କଙ୍ଗୋ: ଗୁରୁବାର ଦିନ କଙ୍ଗୋର ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ସହର ବୁକାଭୁରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ଦୁଇଟି ସ୍କୁଲରେ ଅଗ୍ନିକାଣ୍ଡ ଘଟି ୨୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ସୂଚନାନୁଯାୟୀ, ପ୍ରଥମେ ନିଆଁ ଏକ ଘରେ ଲାଗିଥିଲା ​​ଏବଂ ପରେ ପାଖାପାଖି ଦୁଇଟି ସ୍କୁଲକୁ ବ୍ୟାପିଯାଇଥିଲା, ଉଭୟ ପରସ୍ପର ନିକଟରେ ଅବସ୍ଥିତ । ଫୁରାହା ମାଧ୍ୟମିକ […]

ଜାତୀୟ

ବ୍ରିକ୍ସ ସମିଟ୍ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା, ୩୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ

ନୂଆଦିଲ୍ଲୀ: ୧୮ତମ ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏହା ସହିତ ରାଜଧାନୀ ଦିଲ୍ଲୀ ଏବେ ସୁରକ୍ଷା ବଳୟ ମଧ୍ୟରେ ରହିଛି । ସମ୍ମିଳନୀକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଭେଦ୍ୟ କରାଯାଇଛି । ଲୁଟିୟନ୍ସ ଦିଲ୍ଲୀ ଏବଂ VVIP ଅଞ୍ଚଳଗୁଡ଼ିକୁ ଏକାଧିକ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ବିମାନବନ୍ଦରଠାରୁ ଭାରତ ମଣ୍ଡପମ ଏବଂ ବିଦେଶୀ ଅତିଥିମାନେ ରହିବାକୁ ଥିବା ହୋଟେଲ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନ ଉପରେ ସୁରକ୍ଷା ବଳର ତୀକ୍ଷ୍ଣ ନଜର […]

ଜାତୀୟ

ଚର୍ଚ୍ଚ ଛାତ ଭୁଶୁଡ଼ି ୩ ମୃତ, ୧୧ ଆହତ

ତାମିଲନାଡୁ: ଗତକାଲି ରାତିରେ ତାମିଲନାଡୁର ଭେଲୋରରେ ଏକ ନିର୍ମାଣଧୀନ ଚର୍ଚ୍ଚର ଛାତ ଭୁଶୁଡ଼ି ପଡ଼ିଛି । ଫଳରେ ଭଗ୍ନାବଶେଷ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଏବଂ NDRF ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ସୂଚନାନୁଯାୟୀ, କଟପାଡି ନିକଟସ୍ଥ ମଣ୍ଡି କୃଷ୍ଣପୁରମରେ ନିର୍ମାଣାଧୀନ ଚର୍ଚ୍ଚ ଅଫ୍ ସାଉଥ୍ ଇଣ୍ଡିଆ କୋଠାର ଛାତ ସ୍ଲାବ୍ ଭୁଶୁଡ଼ି ପଡ଼ିବା ଫଳରେ ଏହି […]

ଓଡ଼ିଶା

ୟୁଏଇ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ, ନିବେଶ ପାଇଁ ଅଛି ସବୁ ସୁବିଧା

ଭୁବନେଶ୍ୱର  : ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ୟୁଏଇ ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଦୁବାଇରେ ଆୟୋଜିତ ଓଡିଶା ନିବେଶକ ସମ୍ମିଳନୀ-ୟୁଏଇ- ୨୦୨୬ ରେ ପ୍ରାୟ ୪୦୦ ଜଣ ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶ ଅନୁକୂଳ ପରିବେଶକୁ ନିବେଶକଙ୍କ ସମ୍ମୁଖରେ […]

ଓଡ଼ିଶା

ଅଧା ରାସ୍ତାରେ ଖରାପ ହେଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀର ଜୀବନ

ସୋର: ଅଧା ରାସ୍ତାରେ ଖରାପ ହୋଇଗଲା ଆମ୍ବୁଲାନ୍ସ। ଦୀର୍ଘ ସମୟ ଧରି ଖରାପ ହେବାରୁ ଚାଲିଗଲା ରୋଗୀଙ୍କ ଜୀବନ । ଆମ୍ବୁଲାନ୍ସକୁ ଅଟକ ରଖିଲେ ସଂମ୍ପର୍କୀୟ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ଗ୍ରାମ ର ଭାଗବତ ସାହୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଖଇରା ମେଡିକାଲ ରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ୧୦୮ଆମ୍ବୁଲାନ୍ସରେ ଭଦ୍ରକ ମେଡିକାଲ ନିଆଯାଉଥିଲା । ଜଳଙ୍ଗ ଛକ ଠାରେ ହଠାତ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ଗାଡିରେ ଥିବା ରୋଗୀଙ୍କର […]

ଓଡ଼ିଶା

୭ ରୁ ୮ ଦିନ ମଧ୍ୟରେ ଧାଡ଼ି ଦର୍ଶନ, ଖୁବଶୀଘ୍ର ସରିବ ପାଇଲଟ ରାମ୍ପ ମଡେଲ ନିର୍ମାଣ

ପୁରୀ: ୭ ରୁ ୮ ଦିନ ମଧ୍ୟରେ ଧାଡ଼ି ଦର୍ଶନ । ପାଇଲଟ ରାମ୍ପ ମଡେଲର ସରିବ ନିର୍ମାଣ । ଆଇଆଇଟି ଭୁବନେଶ୍ୱରର ଦ୍ୱାରା ପ୍ରସ୍ତାବିତ ରାମ୍ପ ମଡେଲର ସମୀକ୍ଷା କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ୫ ମିନିଟ୍ ମଧ୍ୟରେ ଖୋଲା ଯାଇ ପୁଣି ବନ୍ଦ୍ ହୋଇପାରିବ ଫୋଲ୍ଡିଂ ରାମ୍ପ । ପାଇଲଟ ରାମ୍ପ ବା ପ୍ରଥମ ରାମ୍ପ ନିର୍ମାଣ ଶେଷ ହେବା ପରେ ଶ୍ରୀମନ୍ଦିର ଛତିଶା ନିଯୋଗ ପ୍ରତିନିଧି, ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତିନିଧିମାନଙ୍କୁ ଏହି […]

ଓଡ଼ିଶା

ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, କାର୍‌ରୁ ମୃତଦେହ ଉଦ୍ଧାର

ସମ୍ବଲପୁର: ସମିତି ସଭ୍ୟଙ୍କୁ ହତ୍ୟା । ବରଗଡ଼ ଜ଼ିଲ୍ଲା ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି ମାଡ଼। ଗୁଳିମାଡ଼ରେ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକଙ୍କ ମୃତ୍ୟୁ ହୋଇଛି । ସିନାଜୋରୀ କେବାଡ଼ କେନାଲ ରୋଡ଼ରେ ଗୁଳିକାଣ୍ଡ ଘଟାଇ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । କାର୍ ଭିତରେ ବସିଥିବାବେଳେ ଗୁଳିମାଡ଼ ହୋଇଛି । କାର ଭିତରୁ ମୃତଦେହ ଉଦ୍ଧାର ହୋଇଛି। କିଏ ଓ କାହିଁକି ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି। ଡୁଙ୍ଗୁରିପାଲି ଓ ବରପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

LOKA SAMACHAR @2026. All Rights Reserved || Developed By CBSPL