ସରିଲା ଗଣନା : ଭିତରକନିକାରେ ବଢିଲେ ଦେଶୀୟ ପକ୍ଷୀ
ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ପରେ ଶୁକ୍ରବାର ଅର୍ଥାତ ଆଜି ରିପୋର୍ଟ ପ୍ରକାଶ ପାଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟାରେ ଗତବର୍ଷଠାରୁ ୧୪୮୩ ବୃଦ୍ଧି ପାଇଛି। ଗତବର୍ଷ ଏଠାରେ ୧,୩୦,୭୯୬ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧,୩୨,୨୭୯ କୁ ବୃଦ୍ଧି ପାଇଛି। ରାଜନଗର ଡିଏଫ୍ଓ ଭରଦରାଜ ଗାଓଁକରଙ୍କ ସୂଚନା ମୁତାବକ, ଗତ ୩ ତାରିଖରୁ ୫ ତାରିଖ ଯାଏଁ ୩ ଦିନ ଧରି ଭିତରକନିକାର ମଠଆଡିଆ, ଲକ୍ଷ୍ମୀପ୍ରସାଦଡିଆ, […]














