ଟ୍ରେନ୍ ଧକ୍କାରେ ଦନ୍ତା ମୃତ, ତଦନ୍ତ କରୁଛି ଆରପିଏଫ୍ ଓ ବନ ବିଭାଗ
ରାୟଗଡା: ଟ୍ରେନ୍ ଧକ୍କାରେ ଦନ୍ତାହାତୀର ମୃତ୍ୟୁ ଘଟିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ନିକଟସ୍ଥ ବୃନ୍ଦାବାଡ଼ି ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା । ରେଳ ଧାରଣା ନିକଟରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ହାତୀର ମୃତଦେହ ରେଳ ଧାରଣାଠାରୁ ପ୍ରାୟ ୩ ମିଟର ଦୂରରେ ପଡ଼ିଥିବା ଦେଖିବାକୁ ମିଳିଛି । ରାତି ସମୟରେ କୌଣସି ଏକ ଟ୍ରେନ୍ ଧକ୍କା ଦେବା ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । […]














