ଜାତୀୟ

ଚୀନ୍‌ ବନ୍ଦରରେ ମାଲବାହୀ ଜାହାଜରେ ନିଆଁ: ୨୦ ମୃତ, ୫ ନିଖୋଜ

ବେଜିଂ: ଚୀନ୍‌ର ଏକ ବନ୍ଦରରେ ଏକ ମାଲବାହୀ ଜାହାଜରେ ନିଆଁ ଲାଗିବା ଯୋଗୁ ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଅଛନ୍ତି। ଜାହାଜଟି ଉତ୍ତର-ପୂର୍ବ ଚୀନ୍ ଉପକୂଳରେ ଥିବା ଏକ ପ୍ରମୁଖ ଜାହାଜ ଚଳାଚଳ କେନ୍ଦ୍ର କ୍ୱିଂଡାଓ ବନ୍ଦରରେ ବେହାଇ ଜାହାଜ ନିର୍ମାଣ କମ୍ପାନିରେ ମରାମତି ପାଇଁ ଡକିଂ କରାଯାଇଥିଲା। ଟ୍ରାକିଂ ୱେବସାଇଟ୍ ଫାଇଣ୍ଡର ଅନୁଯାୟୀ, ସିନହୁଆ ସମାଚାର ଏଜେନ୍ସି ଦ୍ୱାରା ପ୍ରକାଶିତ ଏକ ଫଟୋରେ ଜାହାଜଟି ‘ଓସେନ୍ ମେଲୋଡି’ ବୋଲି ଚିହ୍ନଟ କରାଯାଇଛି। […]

ଜାତୀୟ

ଜୋର୍ଡାନରେ ଇରାନର ବଡ଼ ଆକ୍ରମଣ: ଆମେରିକୀୟ ଏୟାରବେସ୍ କୁ ଟାର୍ଗେଟ୍

ଅମ୍ମାନ: ଗତ କିଛି ଦିନ ମଧ୍ୟରେ ଆମେରିକା ଅନେକ ଇରାନୀ ତେଲ ଟ୍ୟାଙ୍କରକୁ ନଷ୍ଟ କରିଦେଇଛି। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) କହିଥିଲା ଯେ ଆମେରିକାର ଏହି ଆକ୍ରମଣର ଜବାବ ଖୁବ୍ ଶୀଘ୍ର ଦେବ। CBS ରିପୋର୍ଟ ଅନୁଯାୟୀ, ଗୁରୁବାର ସକାଳେ ଇରାନ ଜୋର୍ଡାନରେ ବଡ଼ ହମଲା କରିଛି। ଆମେରିକୀୟ ଏୟାରବେସକୁ ଟାର୍ଗେଟ୍ କରିଛି ଇରାନ। ଆକ୍ରମଣରେ ଛାରଖାର ଆମେରିକାର ଏକାଧିକ ଫାଇଟର ଜେଟ୍। CBS ରିପୋର୍ଟର ଜେନିଫର ଜ୍ୟାକବସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ […]

ଜାତୀୟ

ରିପବ୍ଲିକାନ୍ ବହୁମତ ବଜାୟ ରଖିଲେ ପ୍ରତ୍ୟେକ ବରିଷ୍ଠ ଆମେରିକୀୟଙ୍କୁ ମିଳିବ ୫,୦୦୦ ଡଲାର, ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ: ଆମେରିକୀୟଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନଭେମ୍ବର ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ପ୍ରତିନିଧି ସଭା ଓ ସିନେଟ୍‌ରେ ବହୁମତ ବଜାୟ ରଖିଲେ, ପ୍ରତ୍ୟେକ ବୟସ୍କ ଆମେରିକୀୟଙ୍କୁ ୫,୦୦୦ ଡଲାର ଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୪.୭୬ ଲକ୍ଷ ଟଙ୍କା। ଡାଲାସରେ ରିପବ୍ଲିକାନ୍ ସମ୍ମିଳନୀକୁ ସମ୍ବୋଧିତ କରି ଟ୍ରମ୍ପ ଏହି ଘୋଷଣା କରିଥିଲେ। ସେ ଏହି ଯୋଜନାକୁ ‘ଟ୍ରମ୍ପ ଡିଭିଡେଣ୍ଡ’ ନାମ ଦେଇଛନ୍ତି। ଆମେରିକାର […]

ଓଡ଼ିଶା

ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ସହ ପ୍ରବଳ ପବନ ବହିବା ନେଇ ସତର୍କତା ଜାରି କଲା IMD

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ୪୮ ଘଣ୍ଟା ପାଇଁ ପବନ ସମ୍ବନ୍ଧୀୟ ସତର୍କତା ଜାରି କରିଛି। IMD ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଂଲାଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବ। ତେବେ ଏହା ୬୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିବାର ସମ୍ଭାବନା […]

ଓଡ଼ିଶା

ଉଦ୍ଧାର ହେଲେ ୧୦୧ ନିଖୋଜ ଶିଶୁ, ୭ ଦିନ ଧରି ଚାଲିଥିଲା ସ୍ବତନ୍ତ୍ର ଅପରେସନ

ଭୁବନେଶ୍ୱର : ମା’ କୋଳକୁ ଫେରିଲେ ନିଖୋଜ ଶିଶୁ ।  ଦୀର୍ଘ ଦିନ ପରେ ଘରକୁ ଫେରିଲେ ୧୦୧ ନିଖୋଜ ଶିଶୁ ।  ଏଥିପାଇଁ ସାତ ଦିନ ଧରି ଚାଲିଥିଲା ସ୍ବତନ୍ତ୍ର ଅପରେସନ। ମହିଳା ଓ ଶିଶୁ ଅପରାଧା ଶାଖା ପକ୍ଷରୁ ଜାରି ରହିଥିଲା ଅପରେସନ। ବିଭିନ୍ନ ରେଞ୍ଜରେ ଦୁଇଟି ଲେଖାଏଁ ଟିମ୍ ଗଠନ କରି ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍। ଉଦ୍ଧାର ଶିଶୁଙ୍କ ମଧ୍ୟରେ ଅଛନ୍ତି ୫୨ଜଣ ଝିଅ ଓ ୪୯ଜଣ […]

ଓଡ଼ିଶା

UAE ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ୧୧ରେ ଓଡ଼ିଶା ନିବେଶ ସମ୍ମିଳନୀ

ଭୁବନେଶ୍ୱର : ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ୟୁଏଇର କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନସିଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଇନଭେଷ୍ଟମେଣ୍ଟସ୍ ର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ଅର୍ଥନୈତିକ ଓ ନିବେଶ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ […]

ଓଡ଼ିଶା

‘ସୌର ରଥ’ ଅଭିଯାନ ଶୁଭାରମ୍ଭ: ରୁଫ୍‌ଟପ୍ ସୋଲାର ଆପଣାଇବାରେ ବାଲେଶ୍ୱର ଜିଲ୍ଲା ରାଜ୍ୟରେ ପ୍ରଥମ

ବାଲେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ରୁଫ୍‌ଟପ୍ ସୋଲାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏହାର ବ୍ୟବହାରକୁ ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବାଲେଶ୍ୱରଠାରେ ‘ସୌର ରଥ’ ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି । ଆଜିର ଅନୁଷ୍ଠାନିକ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ (ଭା.ପ୍ର.ସେ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ […]

ଓଡ଼ିଶା

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଥାଇଲାଣ୍ଡର ବ୍ୟାଙ୍କକ୍‌କୁ ପୁଣି ଆରମ୍ଭ ହେବ ବିମାନ ସେବା। ଆସନ୍ତା ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାଙ୍କକ୍‌କୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।ପ୍ରସନ୍ନ ପ୍ରଧାନଙ୍କ ସୂଚନା ଅନୁଯାୟୀ, ବ୍ୟାଙ୍କକ୍‌କୁ ଏହି ବିମାନ ସେବା ସପ୍ତାହକୁ ଦୁଇଥର ଚାଲିବ। କିଛି କାରଣରୁ ପୂର୍ବରୁ ଏହି ରୁଟ୍‌ରେ ବିମାନ ଉଡ଼ାଣ ବନ୍ଦ ରହିଥିଲା। ଏବେ ପୁଣି ଏହି ଅନ୍ତର୍ଜାତୀୟ ରୁଟ୍‌ରେ ବିମାନ ଚଳାଚଳ […]

ଓଡ଼ିଶା

ପାକିସ୍ତାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି

ଭୁବନେଶ୍ବର : କେବଳ ଓଡ଼ିଶା କିମ୍ବା ଅନ୍ୟ ରାଜ୍ୟରେ ନୁହେଁ, ପାକିସ୍ତାନରେ ମଧ୍ୟ ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି। ପାକିସ୍ତାନର ସିନ୍ଧପ୍ରଦେଶରେ ମହାପ୍ରଭୁଙ୍କ ଜମି ରହିଛି। ଏସବୁ ଜମିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ ନାମରେ ପ୍ରାୟ ୩୮ ହଜାର ଏକର ଜମି ଥିବା ନେଇ ଆମ ପାଖରେ ରେକର୍ଡ ଅଛି। ଏଥିରୁ ଅଧିକାଂଶ ଓଡ଼ିଶା ମଧ୍ୟରେ ରହିଛି। ଆଉ […]

ଓଡ଼ିଶା

ମାଲକାନଗିରିରେ ବ୍ୟାପୁଛି ମ୍ୟାଲେରିଆ, ବଣ୍ଡାଘାଟିରେ ସ୍ଥିତି ଅନୁଧ୍ୟାନ କରୁଛି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍

ମାଲକାନଗିରି: ମାଲକାନଗିରି ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ। ଗାଁରେ ଗାଁରେ ବ୍ୟାପୁଛି ମ୍ୟାଲେରିଆ ଜ୍ବର । ଆକ୍ରାନ୍ତଙ୍କ ସଂକ୍ୟା ବଢୁଥିବାବେଳେ ବଣ୍ଡାଘାଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍ । ଦୁର୍ଗମ ଓ ଅପହଞ୍ଚପ୍ରବଣ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଭଳି ପଦକ୍ଷେପ ନିଆଯାଉଛି, ତାହା ଉପରେ ଟିମ୍ ଗୁରୁତ୍ୱ ଦେଇଥିଲା । ଏଥିସହ କଣ ରହିଛି ମ୍ୟାଲେରିଆ ସଂକ୍ରମଣର ସ୍ଥିତି ସେନେଇ ତଦାରଖ କରିଛନ୍ତି । ରୋଗୀଙ୍କୁ ଭେଟି […]

LOKA SAMACHAR @2026. All Rights Reserved || Developed By CBSPL