ଅନୁଗୁଳ: ଭିଣୋଇ ଦଶାହ ତୁଠରେ ଶଳାର ମୃତ୍ୟୁ। ମାତେଳିଆ ଯୋରରେ ଦଶାହ ତୁଠରେ ଗାଧୋଉ ଥିବାବେଳେ ହୋମ୍ ପାଇପରେ ଫସି ଜୀବନ ହାରିଲେ ଯୁବକ । ମୃତ ବ୍ୟକ୍ତିଜଣକ ହେଲେ ଅନୁଗୁଳ ଜିଲ୍ଲା ଯୁକୁବୁ ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ବିମଳ କିଶୋର ସାହୁ । ଏପଟେ ଦଶାହ କର୍ମ ବେଳେ ଶଳାର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେବାସହ ଉତ୍ତେଜନା ଦେଖାଦେଇଛି ।
ସୂଚନା ଅନୁସାରେ, ଆଜି ତୁମୁଣି ଗାଁରେ ବିମଳଙ୍କ ଭିଣୋଇ ଗିରିଶ ବିଶ୍ୱାଳଙ୍କ ଦଶାହ କର୍ମ ଥିଲା । ବହୁ ସମ୍ପର୍କୀୟଙ୍କ ସହ ବିମଳ ଦଶାହ ତୁଠକୁ କ୍ଷର ହେବାକୁ ଯାଇଥିଲେ । ସେଠାରେ କ୍ଷର ହେବାପରେ ଯୋରରେ ଗାଧୋଉଥିଲେ । ତେବେ ଯୋରର ପାଣି ସ୍ରୋତ ତାଙ୍କୁ ଟାଣି ନେବାରୁ ଯୋରର ବାଇପାସ୍ ରାସ୍ତାର ହୋମ ପାଇପ ଭିତରେ ଫସି ଯାଇଥିଲେ । ଉପସ୍ଥିତ ଲୋକମାନେ ଯେତେ ଚେଷ୍ଟା କଲେ ବି ତାଙ୍କୁ ଉଦ୍ଧାର କରିପାରି ନଥିଲେ । ସେମାନେ ତୁରନ୍ତ ଜେସିବି ଡକାଇ ତାଙ୍କୁ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।








