ଓଡ଼ିଶା

ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ

ବଣାଇ : ଟ୍ରଲରରେ ପିଟି ହେଲା ବାଇକ ।  ଚାଲିଗଲା ଦୁଇଜଣଙ୍କ ଜୀବନ ।  ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ୧୪୩ ନମ୍ବର ଜାତୀୟ ରାଜପର ଲୁଥୁର୍ବା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ମୃତକ ହେଲେ ଟିକ୍ରାପୋଷ ଗାଁର ଯଶକେତନ କିଶାନ ଓ ଲଖି କିଶାନ। ଦୁଇଜଣ ବାଇକରେ ହାଟକୁ ଗଲା ବେଳେ ଏକ ଟ୍ରେଲରକୁ ଧକ୍କା ଦେଇଥିଲେ ।  ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଲହୁଣୀପଡା ଥାନା […]

ଓଡ଼ିଶା

ବନ୍ଧୁକ ଚାଲାଣ ରାକେଟ ଠାବ, କାରରୁ ୧୧ ମାଉଜର ଜବତ

ଭୁବନେଶ୍ୱର : ରାଜଧାନୀରେ ହାଇପ୍ରୋଫାଇଲ ବନ୍ଧୁକ ଚାଲାଣ ରାକେଟ ।  କାର୍ ଭିତରୁ ଜବତ ହେଲା ୧୧ ମାଉଜର ।  ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ ।  ଏକ କାର୍ ଯୋଗେ ବନ୍ଧୁକ ବିହାରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ।  ଏ ସଂପର୍କରେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା କମିଶନରେଟ୍ ପୋଲିସ  ।   ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା କାର୍ ।  ହେଲେ ଉକ୍ତ କାରର ପିଛା […]

ଓଡ଼ିଶା

ହାତୀ ଆକ୍ରମଣରେ ଯୁବକ ମୃତ

କରଞ୍ଜିଆ: ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ।  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ପାର୍ବତୀପୁର ଗାଁ ଆମ୍ବ ବଗିଚାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।  ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଶୁକୃଳି ମେଡିକାଲ ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ମୃତକ ହେଉଛନ୍ତି ରରୁଆଁ ଥାନା ଜାମଦାପାଳ ଗାଁର ଜୁନା ନାଏକ ।  ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ […]

ଓଡ଼ିଶା

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ହସପିଟାଲ ସୁଇପର ଅଫିସରେ ଅଗ୍ନିକାଣ୍ଡ । ସଫେଇ ପାଇଁ ରଖାଯାଇଥିବା ଏସିଡରୁ ନିଆଁ ଲାଗିଥିବା ସୂଚନା । ରୁମ ଭିତରେ ଫିନାଇଲ, କପଡ଼ା, ସ୍ପିରିଟ, ହସ୍ପିଟାଲରେ ବ୍ୟବହୃତ ସାମଗ୍ରୀ ଷ୍ଟକ୍ ରହିଥିଲା । ସକାଳେ ରୁମ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ହସ୍ପିଟାଲର ରୋଗୀଙ୍କ ସମ୍ପର୍କୀୟମାନେ । ତୁରନ୍ତ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସ୍ଥାନୀୟ ଲୋକ । ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ […]

ଓଡ଼ିଶା

ନନ୍ଦନକାନନକୁ ଆସିଲେ ବିଭିନ୍ନ ପ୍ରଜାତିର ୧୯ ଜୀବଜନ୍ତୁ

ବାରଙ୍ଗ: ନନ୍ଦନକାନନକୁ ଆସିଲେ ୪ ପ୍ରଜାତିର ୧୯ ଜୀବଜନ୍ତୁ ।  କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜୁରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନ ମଧ୍ୟରେ ଜନ୍ତୁ ଅଦଳବଦଳ ହୋଇଛି ।  ଏହି ବିନିମୟରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ୫ଟି ପାଣି ଓଧ, ୨ଟି ଭାରତୀୟ ଧୂସର ଗଧିଆ, ୧୦ ଟି ପଥର କଇଁଛ ଏବଂ ୨ଟି ରୂପେଲି କୁକ୍କୁଟ ଆସିଛି ।  ସବୁ ଜୀବଜନ୍ତୁଙ୍କୁ ପ୍ରାୟ ଏକ ମାସ କ୍ୱରେଣ୍ଟାଇନରେ ରଖାଯିବ। […]

ଓଡ଼ିଶା

ଇଣ୍ଡିଗୋ ବିମାନ ବିଭ୍ରାଟ, ପରିବର୍ତ୍ତନ ହେଲା କ୍ରିକେଟରଙ୍କ ଗସ୍ତ ସମୟ

ଭୁବନେଶ୍ବର: ଇଣ୍ଡିଗୋ ବିମାନ ବିଭ୍ରାଟ ।  କ୍ରିକେଟରଙ୍କ ଟ୍ରାଭେଲ ପ୍ଲାନ ପ୍ରଭାବିତ ।  ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ କିଛି କ୍ରିକେଟରଙ୍କ ଗସ୍ତ ସମୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି  ।  ଇଣ୍ଡିଗୋ ପରିବର୍ତ୍ତେ ସେମାନେ ଏୟାରଇଣ୍ଡିଆ ବିମାନରେ ଭୁବନେଶ୍ବର ଆସିବେ ବୋଲି ଜଣାପଡ଼ିଛି ।  ଟିମ ଇଣ୍ଡିଆ ଟିଟ୍ବେଣ୍ଟି ଟିମର କ୍ୟାପେଟନ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିଭମ ଦୁବେ ଆଜି ରାତିରେ ଭୁବନେଶ୍ବରରେ ପହଞ୍ଚିବେ ।  କାଲି ରାତି ସୁଦ୍ଧା ସବୁ […]

ଓଡ଼ିଶା

ବାରବାଟୀ ଟିକେଟ ବିକ୍ରି ଶେଷ: ଦିନକରେ ସରିଲା ୧୦ହଜାର ଟିକେଟ୍

କଟକ: ଦିନକରେ ସରିଗଲା ୧୦ହଜାର ଟିକେଟ୍ । ଶେଷ ହେଲା ବାରବାଟୀ ଟିକେଟ ବିକ୍ରି ।  ଏବେ ଅପେକ୍ଷା ୯ ତାରିଖକୁ ।  ଫଟାଫଟ ମ୍ୟାଚ୍ ଅପେକ୍ଷାରେ ଦର୍ଶକ ।  ଯିଏ ପାଇଲା ଖୁସ ଆଉ ଯିଏ ନ ପାଇଲା ମନ ଦୁଃଖ କରି ଘରକୁ ଫେରିଲା ।  ଇଣ୍ଡିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଆସନ୍ତା ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା T 20 ମ୍ୟାଚ ପାଇଁ ଅଫଳାଇନରେ ଟିକେଟ ବିକ୍ରି ଶେଷ ହୋଇଛି […]

ଓଡ଼ିଶା

ବିଜେଡିକୁ ଝଟ୍‌କା: ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଏବଂ ପ୍ରଣିତକାନ୍ତି ସାମଲ ବିଜେପିରେ ମିଶିଛନ୍ତି। ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ଵାଳ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡାଇ, ଭଣ୍ଡାରିପୋଖରୀର ସୁମତି ସେଠୀ ଏବଂ ଭଦ୍ରକର ଉର୍ମିଲା ନାୟକ , ୭ ସମିତି ସଭ୍ୟଙ୍କ ସମେତ ୧୫ରୁ ଅଧିକ ସରପଞ୍ଚ ଓ ନାଏବ ସରପଞ୍ଚ ମଧ୍ୟ ବିଜେପିରୁ ମିଶିଛନ୍ତି। ଭଦ୍ରକ ବିଧାୟକ […]

ଓଡ଼ିଶା

ବେଆଇନ ପଥର ଗାଡ଼ି ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଦୁଇ ଖଣି ଅଧିକାରୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଅଭାବନୀୟ ଘଟଣା। ମାତିଛନ୍ତି ଖଣି ମାଫିଆ। ସୋର ଥାନା ଦାଣ୍ଡହରିପୁର ଗ୍ରାମରେ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଦୁଇ କନିଷ୍ଠ ଖଣି ଅଧିକାରୀଙ୍କୁ ମାଡ଼ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଏବଂ ସମ୍ବିତ କୁମାର ମଣି ଦାଣ୍ଡ ହରିପୁର ଗ୍ରାମରେ ୩ଟି ଡମ୍ପର ବେଆଇନ ଭାବେ ପଥର ଚାଲାଣ କରୁଥିବା କୌଣସି ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ। ଏହି […]

ଓଡ଼ିଶା

ଦୁର୍ଘଟଣାରେ ଦମ୍ପତି ମୃତ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାରେ ଏକ ବାଇକ୍ ଧକ୍କା ଦେବାରୁ ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ସେମାନଙ୍କ ଦୁଇ ବର୍ଷର ପୁଅ ଆହତ ହୋଇଥିବା ଜଣାପଡିଛି। ମୃତକଙ୍କ ନାମ ପ୍ରତାପ ମଲ୍ଲିକ ଏବଂ ତାଙ୍କ ଆଠ ମାସର ଗର୍ଭବତୀ ସ୍ତ୍ରୀ ଲଳିତା ମଲ୍ଲିକ (୩୦) ବୋଲି ଚିହ୍ନଟ କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା। ସେମାନେ ତାଙ୍କ ଦୁଇ ବର୍ଷର ପୁଅ […]

LOKA SAMACHAR @2026. All Rights Reserved || Developed By CBSPL