ଓଡ଼ିଶା

ଲାଞ୍ଚ ନେଇ ବନ୍ଧା ହେଲେ ବନ୍ଧବାହାଲ ସେକ୍ସନ ଫରେଷ୍ଟର

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ବନ ଅଧିକାରୀ। ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବନ୍ଧବାହାଲ ସେକ୍ସନ ଫରେଷ୍ଟର ଗୌରାଙ୍ଗ ସାହୁ। ଏହି ଘଟଣାରେ ଫରେଷ୍ଟରଙ୍କୁ ଅଟକ ରଖାଯାଇଥିବା ବେଳେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଦୁଇଟି ସ୍ଥାନରେ ଚଢାଉ କରିଛି। ସୂଚନାନୁଯାୟୀ, ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ଜଣେ ବ୍ୟକ୍ତି ତାଙ୍କ ଜମିରୁ ଶୁଖିଲା ନୀଳଗିରି ଗଛ କାଟିବା ଏବଂ ପରିବହନ ପାଇଁ ଅନୁମତି […]

ଓଡ଼ିଶା

ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡିଛି ୧୪୩୦ ପଦବୀ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବିଶ୍ଵବିଦ୍ୟାଳୟରେ ପ୍ରାଧ୍ୟାପକ ମରୁଡ଼ି। ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ । ଖାଲି ପଡିଛି ୧୪୩୦ ପଦବୀ। ଏଥିରୁ ୨୬୧ ପ୍ରାଧ୍ୟାପକ, ୪୫୯ ସହଯୋଗୀ ପ୍ରାଧ୍ୟାପକ ଓ ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଖାଲି ପଡିଛି। ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ୧୪ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ୬ଟି ବିଶ୍ୱବିଦ୍ୟାଳୟର ଆଶାୟୀ କୁଳପତି ମାନଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ବି […]

ଓଡ଼ିଶା

ସୁରଟରୁ ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦକାନନକୁ ନୂଆ ଅତିଥିଙ୍କୁ ଅଣାଯାଇଛି । ସୁରଟର ଶ୍ୟାମପ୍ରସାଦ ମୁଖାର୍ଜୀ ପ୍ରାଣୀ ଉଦ୍ୟାନରୁ ଆସିଲେ ଜୀବଜନ୍ତୁ । ଅଦଳବଦଳ ପ୍ରକ୍ରିୟାରେ ଆସିଲେ ୫ ଓଧ, ୨ ଧୂସର ଗଧିଆ, ୧୦ ବିରଳ କଇଁଛ, ୨ ଫିଜାଣ୍ଟ ପକ୍ଷୀ ଆସିଛନ୍ତି । ପ୍ରତିବଦଳରେ ଶ୍ୟାମପ୍ରସାଦ ମୁଖାର୍ଜୀ ଉଦ୍ୟାନକୁ ନନ୍ଦନକାନନ ତରଫରୁ ଦିଆଗଲା ୧୪ ଜୀବଜନ୍ତୁ । ସେଥିମଧ୍ୟରେ ରହିଛନ୍ତି ୨ଟି […]

ଓଡ଼ିଶା

ମହିଳା ହିଂସା ରୋକିବା ଦିଗରେ ସରକାର ଯତ୍ନବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିର ରହିଲେ, ରାଜ୍ୟ ଶାନ୍ତିପ୍ରିୟ ହେଲେ ରାଜ୍ୟବାସୀ ସୁଖରେ ଜୀବନଯାପନ କରିବେ । ସାମଗ୍ରିକ ଭାବେ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣରେ ଥିବାରୁ ରାଜ୍ୟରେ ପୁଞ୍ଜିନିବେଶ ବଢ଼ୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବ୍ୟକ୍ତିଗତ ଭାବେ ପୋଲିସ ପ୍ରଶାସନକୁ ନିର୍ଭୀକ, ନିରପେକ୍ଷ ଏବଂ ଆଇନ ମଧ୍ୟରେ ରହି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନହୋଇ ଅପରାଧୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ […]

ଓଡ଼ିଶା

ଗାନ୍ଧିଜୀଙ୍କୁ ନେଇ ବିଜେପି ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ: ଗାନ୍ଧିଜୀଙ୍କ ପ୍ରତମୂର୍ତ୍ତୀ ତଳେ ଧାରଣା ଦେଲେ ବିରୋଧୀ

ଭୁବନେଶ୍ୱର : ଗାନ୍ଧିଜୀଙ୍କ ଉପରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଧାନସଭାରେ ଝଡ଼ ।  ଗୃହରେ ପ୍ରଥମେ ହଙ୍ଗାମା, ପରେ ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତମୂର୍ତ୍ତୀ ତଳେ ଧାରଣା ।  ମୌନ ଧାରଣ ଦେଇଥିଲେ ବିଜେଡି ଓ କଂଗ୍ରେସ ବିଧାୟକ। ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ଶାସକ ଦଳର ବିଧାୟକମାନେ ଧାରଣା ସ୍ଥଳକୁ ଆସି ବିରୋଧୀଙ୍କୁ ବୁଝାଇଥିଲେ […]

ଜାତୀୟ

ଭାରତରେ ରୁଷ ରାଷ୍ଟ୍ରପତି ପୁଟିନ, ଆଲିଙ୍ଗନ କରି ସ୍ବାଗତ କଲେ ମୋଦି

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଛନ୍ତି ରୁଷ ରାଷ୍ଟ୍ରପିତ ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକଲ ଭାଙ୍ଗି ପୁଟିନଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ପୁଟିନଙ୍କୁ ସ୍ୱାଗତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବିମାନ ବନ୍ଦରରେ ପହଞ୍ଚିଥିଲେ । ପୁଟିନ ଓହ୍ଲାଇବା ମାତ୍ରେ ତାଙ୍କ ପାଇଁ ରେଡ୍ କାର୍ପେଟ୍ ବିଛା ଯାଇଥିଲା । ମୋଦି ଖୁସି ହୋଇ ପୁଟିନଙ୍କୁ ଆଲିଂଘନ କରିବା […]

ଜାତୀୟ

ଲେଡି ସାଇକୋ କିଲର୍ ଗିରଫ, ନିଜ ପୁଅ ସେମତ ନେଇଥଲା ବହୁ ଶିଶୁଙ୍କ ଜୀବନ

ହରିୟାଣା : ସୁନ୍ଦର ଦିଶିବାକୁ ନେଇ ନିଜ ଭାଣେଜି ଓ ପୁଅକୁ ହତ୍ୟା କରିବା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇଦେଇଛି । ହରିୟାଣାର ପାନିପତ ଜିଲ୍ଲା ନୌଲ୍ଥା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ନିରୀହ ଶିଶୁଙ୍କୁ ହତ୍ୟା କରିଛନ୍ତି ଜଣେ ମହିଳା । ପାନିପତ ପୋଲିସ ମହିଳାଙ୍କୁ ଗିରଫ କରିଛି । ସୂଚନା ମୁତାବକ, ନବୀନ ୨୦୧୯ ମସିହାରେ ପାଣିପତର ସିୱାହ ଗ୍ରାମର ବାସିନ୍ଦା ପୁନମଙ୍କୁ […]

ଜାତୀୟ

ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଲଙ୍କ ବିୟୋଗ

ନୂଆଦିଲ୍ଲୀ: ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାମୀ ତଥା ବିଜେପି ସାଂସଦ ବାଂସୁରୀ ସ୍ୱରାଜଙ୍କ ବାପା ସ୍ୱରାଜ କୌଶଲଙ୍କ ପରଲୋକ । ତାଙ୍କ ବିୟୋଗ ନେଇ ଦିଲ୍ଲୀ ଭାରତୀୟ ଜନତା ପାର୍ଟି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି । ସେ ମିଜୋରାମର ପୂର୍ବତନ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ଦିଲ୍ଲୀର ଲୋଧୀ ରୋଡ୍ ଶ୍ମଶାନ ଘାଟରେ ତାଙ୍କର ଅନ୍ତମ ସଂସ୍କାର କରାଯାଇଛି । ୭୩ ବର୍ଷରେ ଦୁନିଆରୁ ବିଦାୟ ନେଇଥିବା ସ୍ୱରାଜ କୌଶଲ ଜଣେ […]

ଜାତୀୟ

ବିମାନ ସେବା ପ୍ରଭାବିତ, ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ପାଇଁ ଦେବାକୁ ପଡ଼ୁଛି ଡବଲ୍ ଭଡ଼ା

ନୂଆଦିଲ୍ଲୀ : ସମଗ୍ର ଦେଶରେ ଇଣ୍ଡିଗୋ ବିମାନ ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି । ବିମାନ ଉଡାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଦୁଇ ଦିନରେ ୩୦୦ ରୁ ଅଧିକ ବିମାନ ବାତିଲ ହୋଇସାରିଲାଣି । ଆଉ ଏଥିପାଇଁ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ଏବେ ମହଙ୍ଗା ହୋଇଛି । ବିମାନ ଭଡ଼ା ହଠାତ୍ ବଢିଯାଇଛି । ଆଜି ଦିଲ୍ଲୀରୁ ମୁମ୍ବାଇକୁ ସର୍ବନିମ୍ନ ଭଡ଼ା ୨୧, ୧୫୯ ଟଙ୍କା ରହିଥିବା ବେଳେ କିଛି ବିମାନ ଭଡ଼ା ୩୮,୬୭୬ […]

ଜାତୀୟ

ପୁଟିନଙ୍କ ଭାରତ ଗସ୍ତ ନେଇ ଦିଲ୍ଲୀରେ ହୋଟେଲ ଦାମ୍ ଆକାଶଛୁଆଁ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତ କରୁଛନ୍ତି| ଏଥିପାଇଁ ନୂଆଦିଲ୍ଲୀରେ ବ୍ୟାପକ କଡ଼ା ସୁରକ୍ଷା କରାଯାଇଛି । ପୁଟିନ ଭାରତ ଯାତ୍ରା ନେଇ ଦିଲ୍ଲୀରେ ହସପିଟାଲିଟି ଇଣ୍ଡଷ୍ଟ୍ରୀର ଭାଉ ବଢିଯାଇଛି । ରାଜଧାନୀର ସମସ୍ତ ବିଳାସପୂର୍ଣ୍ଣ ୫ ଷ୍ଟାର ହୋଟେଲ ଫୁଲ୍ ହୋଇସାରିଛି । ଗୋଟିଏ ରୁମରେ ଦାମ୍ ଦୁଇଗୁଣା ହୋଇଛି । ଗତ କିଛିଦିନ ତଳେ ଯେଉଁ ହୋଟେଲ ରୁମର ଦାମ୍ ୫୦ରୁ ୮୦ ହଜାର ମଧ୍ୟରେ ଥିଲା […]

LOKA SAMACHAR @2026. All Rights Reserved || Developed By CBSPL