ଓଡ଼ିଶା

ଲାଞ୍ଚ ନେଇ ବନ୍ଧା ହେଲେ ବନ୍ଧବାହାଲ ସେକ୍ସନ ଫରେଷ୍ଟର

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ବନ ଅଧିକାରୀ। ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବନ୍ଧବାହାଲ ସେକ୍ସନ ଫରେଷ୍ଟର ଗୌରାଙ୍ଗ ସାହୁ। ଏହି ଘଟଣାରେ ଫରେଷ୍ଟରଙ୍କୁ ଅଟକ ରଖାଯାଇଥିବା ବେଳେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଦୁଇଟି ସ୍ଥାନରେ ଚଢାଉ କରିଛି।

ସୂଚନାନୁଯାୟୀ, ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ଜଣେ ବ୍ୟକ୍ତି ତାଙ୍କ ଜମିରୁ ଶୁଖିଲା ନୀଳଗିରି ଗଛ କାଟିବା ଏବଂ ପରିବହନ ପାଇଁ ଅନୁମତି ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଆଜି ଫରେଷ୍ଟର ଗୌରାଙ୍ଗ ସାହୁ ଜମି ମାଲିକଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସର ଏକ ଟିମ୍ ମାଡ଼ି ବସିଥିଲା।

ଗୌରାଙ୍ଗ ସାହୁ ଘଟଣାସ୍ଥଳରୁ ଫେରାର୍ ହେବାକୁ ଉଦ୍ୟମ କରି ଫେଲ୍ ମାରିଥିଲେ। ଭିଜିଲାନ୍ସ ଫରେଷ୍ଟରଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଅଟକ ରଖିଛି। ଏକ ମାମଲା ରୁଜୁ କରି ଦୁଇଟି ସ୍ଥାନରେ ଚଢାଉ କରିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL