ଜାତୀୟ

ପୁଟିନଙ୍କୁ କାହିଁକି ମଦ, ମାଂସ ପରସାଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ରାତିରେ ସ୍ବଦେଶ ଫେରିଯାଇଛନ୍ତି। ଯିବା ପୂର୍ବରୁ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ତାଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ନୈଶ ଭୋଜିର ଆୟୋଜନ କରାଯାଇଥିଲା। ଯେଉଁଥିରେ ପୁଟିନଙ୍କୁ ନାନା ପ୍ରକାର ନିରାମିଷ ବ୍ୟଞ୍ଜନ ପରସା ଯାଇଥିଲା। ହେଲେ ଏହାକୁ ନେଇ ଏବେ ପ୍ରଶ୍ନ ଉଠାଇଛି କଂଗ୍ରେସ। ପୁଟିନଙ୍କୁ କାହିଁକି କେବଳ ନିରାମିଷ ଖାଦ୍ୟ ପରସାଗଲା। କ’ଣ ପାଇଁ ମଦ, ମାଂସ ଓ ମାଛ ଦିଆଗଲା […]

ଜାତୀୟ

ହଷ୍ଟେଲରେ ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ ବନ୍ଧୁକଧାରି ଆଖିବୁଜା ଗୁଳିମାଡ଼ କରିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ, ୧୨ ବର୍ଷର ନାବାଳକ ଏବଂ ୧୬ ବର୍ଷର ନାବାଳିକା ରହିଛନ୍ତି। ଘଟଣାଟି ଘଟିଛି ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆ ସହରରେ। ସୂଚନା ଅନୁସାରେ, ସ୍ଥାନୀୟ ସମୟ ଅପରାହ୍ନ ୪ଟା ୩୦ରେ ୩ ଜଣ ଅଜଣା ବନ୍ଧୁକଧାରୀ ହଷ୍ଟେଲ […]

ଜାତୀୟ

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ହୁମାୟୁନ କବିର

ନୂଆଦିଲ୍ଲୀ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଶନିବାର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଛି। ଏ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହଜାର ହଜାର ମୁସଲମାନ ଯୋଗଦେଇଥିଲେ। ନାରା-ଏ-ଦକବୀର, ଆଲ୍ଲାହୁ ଅକବର ନାରାରେ ଅଞ୍ଚଳ କମ୍ପି ଉଠିଥିଲା। ମଞ୍ଚରେ ରିବନ ଫିତା କାଟି ହୁମାୟୁନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଅନ୍ୟପଟେ ଏହି କାର୍ଯ୍ୟକ୍ରମକୁ ବିଫଳ କରିବା […]

ଜାତୀୟ

ଟ୍ରମ୍ପଙ୍କୁ ନୂତନ ଫିଫା ଶାନ୍ତି ପୁରସ୍କାର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ ଫିଫା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଖୋଲାଖୋଲି ପ୍ରଚାର କରିଥିବାରୁ ଟ୍ରମ୍ପଙ୍କୁ ନୂତନ ଭାବରେ ଗଢା ହୋଇଥିବା ଫିଫା ପୁରସ୍କାର ଜିତିବା ପାଇଁ ଚୟନ କରାଯାଇଥିଲା । ଫିଫା ଦେଇଥିବା ସୂଚନା ଅନୁସାରେ ଗାଜାରେ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ପ୍ରୟାସ ପାଇଁ ସେ ନୋବେଲ ପାଇବା ଉଚିତ । ଟ୍ରମ୍ପଙ୍କୁ  ପୁରସ୍କାର ପ୍ରଦାନ କରି ଫିଫା ସଭାପତି ଇନଫାଣ୍ଟିନୋ କହିଥିଲେ ଯେ , […]

ଜାତୀୟ

ବିମାନ ଯାତ୍ରୀଙ୍କଠାରୁ ମନମୁଖୀ ଭଡ଼ା ଆଦାୟ ଉପରେ ବ୍ରେକ ଲଗାଇଲେ ସରକାର

ନୂଆଦିଲ୍ଲୀ : ଇଣ୍ଡିଗୋ ସଙ୍କଟ ଯୋଗୁଁ ଶହ ଶହ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଅନେକ ବିମାନର ଭଡ଼ା ବୃଦ୍ଧି ପାଇଛି । ଯାହା ଫଳରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେଣୁ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ମନମୁଖୀ କାର୍ଯ୍ୟକୁ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ ବିମାନ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଜାରି କରି ନିର୍ଦ୍ଧାରିତ […]

ଜାତୀୟ

ହାଇଦ୍ରାବାଦ ବିମାନବନ୍ଦରକୁ ପୁଣି ବୋମା ଧମକ

ହାଇଦ୍ରାବାଦ : ତେଲେଙ୍ଗାନାର ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରକୁ ପୁଣି ବୋମା ଧମକ । ଆଜି ଦୁଇଟି ଅଲଗା ଅଲଗା ବିମାନ ବନ୍ଦରକୁ ଇମେଲରେ ଧମକ ମିଳିଛି । ଏହି ଧମକ ଏୟାରପୋର୍ଟର କଷ୍ଟମର ସପୋର୍ଟ ଆଇଡିକୁ ମିଳିଥିଲା । ସୂଚନାନୁଯାୟୀ, ଆଜି ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ହାଇଦ୍ରାବାଦ ଯାଉଥିବା ବିମାନ BA277କୁ ବୋମା ଧମକ ମିଳିଥିଲା ବୋଲି ବିମାନବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ୫ଟା ୨୫ ମିନିଟରେ ହାଇଦ୍ରାବାଦରେ ପହଞ୍ଚିବା ପରେ ଏହା […]

ଜାତୀୟ

ଫସି ରହିଥିବା ବିମାନ ଯାତ୍ରୀଙ୍କୁ ସହାୟତାର ହାତ ବଢାଇଲା ରେଲୱ, ବିଭିନ୍ନ ରୁଟରେ ୧୧୬ କୋଚ ବଢିଲା

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କୁ ସହାୟତାର ହାତ ବଢାଇଲା ରେଲୱ । ଇଣ୍ଡିଗୋ ବିମାନ ବାତିଲ ଯୋଗୁଁ ଫସି ରହିଥିବା ଯାତ୍ରୀଙ୍କ ସହାୟତା ପାଇଁ ବିଭିନ୍ନ ରୁଟରେ ଚଳାଚଳ କରୁଥିବା ଯାତ୍ରୀବାହୀ ରେଳଗାଡିଗୁଡିକର ୧୧୬ଟି ଅତିରିକ୍ତ କୋଚ ଲଗାଇଛି ଭାରତୀୟ ରେଳବାଇ। ଦେଶର ବିଭିନ୍ନ ଜୋନରେ ଚାଲୁଥିବା ୩୭ଟି ଟ୍ରେନରେ ଏହି କୋଚଗୁଡିକ ଲଗାଯାଇଛି । ସେହିପରି ବିମାନ ବାତିଲ ଯୋଗୁଁ ଟ୍ରେନଗୁଡିକରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।  ତେଣୁ ଉତ୍ତର ରେଳବାଇ ପକ୍ଷରୁ ୫ଟି ସ୍ୱତନ୍ତ୍ର ଟ୍ରେନ […]

ଓଡ଼ିଶା

ଦୁର୍ଘଟଣା ହ୍ରାସ କରିବାକୁ କଳିଙ୍ଗା ଘାଟିରେ ପରୀକ୍ଷାମୂଳକ ଭାବେ ଲାଗିଲା ସତର୍କ ଘଣ୍ଟି

ଭୁବନେଶ୍ୱର : ଶୀତଦିନେ ଘାଟିଗୁଡିକରେ ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି ।  ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପରୀକ୍ଷାମୂଳକ ଭାବେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସତର୍କ ଘଣ୍ଟିର ପଦକ୍ଷେପ ନେଇଛି । ଆଇଆଇଟି ଭୁବନେଶ୍ୱର ସହଭାଗିତାରେ ଘାଟିର ଉଭୟ ପାର୍ଶ୍ୱରେ ସାଇରନ୍ ଲଗାଯାଇଛି ।  କୌଣସି ପଟରୁ ଗାଡ଼ି ଆସୁଥିଲେ ସାଇରନ୍ ବାଜି ଏହା ସତର୍କ କରାଇବ ।  ଫଳରେ ଚାଳକ ସାବଧାନତାର ସହ ଘାଟିକୁ ପାର କରିବେ । ଶୀତଦିନେ […]

ଓଡ଼ିଶା

ଗ୍ଲୋବାଲ ଏନର୍ଜି ସମିଟର ଶୁଭାରମ୍ଭ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀରେ ଦୁଇଦିନିଆ ଗ୍ଲୋବାଲ ଏନର୍ଜି ସମିଟର ଶୁଭାରମ୍ଭ ।  ଅକ୍ଷୟ ଶକ୍ତି ଓ ଗ୍ରୀନ ଟେକନୋଲୋଜି ନେଇ ସମ୍ମିଳନୀରେ ହୋଇଛି  ଆଲୋଚନା ।  ଓଡିଶା ଅକ୍ଷୟ ଶକ୍ତି ଓ ଗ୍ରୀନ୍ ଟେକ୍ନୋଲୋଜି କ୍ଷେତ୍ରରେ ବହୁତ ଅଗ୍ରଗତି କରିଥିବା କହିଛନ୍ତି କେନ୍ଦ୍ର ଶକ୍ତିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।  ଅକ୍ଷୟ ଶକ୍ତି ଉତ୍ପାଦନରେ ଗତ ୫ବର୍ଷ ଧରି ଭାରତ ଆଗରେ ରହିଛି ।  ପୂର୍ବରୁ ଗୋଟିଏ ଟେରାୱଟ ଉତ୍ପାଦନ ପାଇଁ ୭୦ ବର୍ଷ ଲାଗିଥିଲା । କିନ୍ତୁ ଦୁଇବର୍ଷରେ […]

ଓଡ଼ିଶା

ସ୍ୱାମୀ ହନ୍ତା ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି ଆଠଗଡ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରାଜକୁମାର ଦାସ ଶନିବାର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାର ବିବରଣୀରୁ ପ୍ରକାଶ, ୨୦୨୨ ଫେବୃୟାରୀ ୨୨ ତାରିଖ ଦିନ ମଙ୍ଗୁଳି ନାଏକଙ୍କୁ ପାରିବାରିକ କଳହ କାରଣରୁ ତାଙ୍କ ପତ୍ନୀ ରୀନା ନାଏକ ଏକ ଛୁରୀରେ ଗଳା କାଟି ହତ୍ୟା କରିଥିଲେ। ଏ ସମ୍ପର୍କରେ ସେହିଦିନ ମୃତ ମଙ୍ଗୁଳିଙ୍କ ପ୍ରଥମ ପତ୍ନୀ ମାମି ନାଏକ ଆଠଗଡ […]

LOKA SAMACHAR @2026. All Rights Reserved || Developed By CBSPL