ଓଡ଼ିଶା

ପଲିଥିନ କାରଖାନାରେ ଅଗ୍ନିକାଣ୍ଡ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପଲିଥିନ କାରଖାନାରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଦମକଳ କେନ୍ଦ୍ର ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ କଟକ ଏବଂ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୀର୍ଘ ସମୟର ଉଦ୍ୟମ ପରେ ନିଆଁ ଆୟତ୍ତ […]

ଓଡ଼ିଶା

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ଅଭିଯୋଗରୁ ୯୧ % ସମାଧାନ ହୋଇଛି: ଆଇନ ମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗର ୯୧ ପ୍ରତିଶତ ସମାଧାନ ହୋଇଛି । ଦେଢ଼ ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ ୧୩ ହଜାର ୩୫୮ ଅଭିଯୋଗ ଗ୍ରହଣ କରିଛନ୍ତି ସେଥିରୁ ୧୨ ହଜାର ୪୩୨ ଅଭିଯୋଗର ସମାଧାନ ହୋଇଛି । ବାକି ଅଭିଯୋଗ ଜଟିଳ ଥିବାରୁ ବିଭାଗୀୟ ତର୍ଜମା କରାଯାଉଛି ବୋଲି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ଜିଲ୍ଲା, ଉପଖଣ୍ଡ ଓ ତହସିଲ ସ୍ତରରେ ମଧ୍ୟ […]

ଜାତୀୟ

ଠକେଇ ମାମଲା: ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି ରାଜସ୍ଥାନ ପୁଲିସ। ୩୦ କୋଟି ଠକେଇ ମାମଲାରେ ତାଙ୍କ ସମେତ ୮ ଜଣଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହୋଇଥିବାବେଳେ ପୁଲିସ ରବିବାର ବିକ୍ରମଙ୍କୁ ଗିରଫ କରିଛି। ରାଜସ୍ଥାନ ପୁଲିସ ଏବଂ ମୁମ୍ବଇ ପୁଲିସ ମିଳିତ ଭାବେ ଚଢ଼ାଉ କରି ତାଙ୍କ ଶାଳୀ ଘରୁ ତାଙ୍କୁ ଗିରଫ କରିଛି। ବାନ୍ଦ୍ରା କୋର୍ଟରୁ ଟ୍ରାନଜିତ ରିମାଣ୍ଡ ଅନୁମତି ମିଳିବା ପରେ ରାଜସ୍ଥାନ ପୁଲିସ ବ୍ରିକମଙ୍କୁ ନିଜ ସାଥୀରେ […]

ଜାତୀୟ

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା

ଗୋଆ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଗୋଆ ରାଜଧାନୀ ପାଣାଜୀଠାରୁ ୨୫ କିମି ଦୂରରେ ଅବସ୍ଥିତ ଆରପୋରା ଗ୍ରାମରେ ଥିବା ଏକ ନାଇଟ୍ କ୍ଲବ୍ ରେ ଅଗ୍ନିକାଣ୍ଡ ଘଟି ଏପର୍ଯ୍ୟନ୍ତ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇ ସମ୍ପୃକ୍ତ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଥିବା ସୂଚନା […]

ଜାତୀୟ

କାର-ଟ୍ରଲର ଧକ୍କା, ୫ ଯୁବକ ମୃତ

ଛତିଶଗଡ଼ : ଛତିଶଗଡ଼ର ଜଶପୁର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ଟ୍ରଲର ସହ ଧକ୍କା ହେବା ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୫ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ସୂଚନାନୁଯାୟୀ, କାରରେ ଥିବା ଯୁବକମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି […]

ଜାତୀୟ

ଇଣ୍ଡିଗୋ ସଙ୍କଟ, ତଦନ୍ତ ପାଇଁ ନ୍ୟାୟିକ କମିଶନ ଗଠନ କରିବାକୁ ସିପିଏମ୍ ସାଂସଦଙ୍କ ଦାବି

ନୂଆଦିଲ୍ଲୀ : ଥମୁନି ଇଣ୍ଡିଗୋ ସଙ୍କଟ । ଇଣ୍ଡିଗୋର ବ୍ୟାପକ ବିମାନ ବାତିଲ ହେବା ପରେ ବର୍ତ୍ତମାନ ଏହି ମାମଲା ରାନୈତିକ ଏବଂ ପ୍ରଶାସନିକ ସ୍ତରରେ ଗମ୍ଭୀର ହେବାରେ ଲାଗିଛି । ପରିବହନ, ପର୍ଯ୍ୟଟନ ଏବଂ ନାଗରିକ ଉଡ଼ାଣ ସହିତ ଯୋଡି ହୋଇ ରହିଥିବା ସଂସଦୀୟ ସ୍ଥାୟୀ ସମିତି ଇଣ୍ଡିଗୋ, ଅନ୍ୟ ଏୟାରଲାଇନ୍ସ, DGCA ଏବଂ MoCAର ଅଧିକାରୀଙ୍କୁ  ସମନ କରିବାକୁ ନିଷ୍ପତ୍ତି ନେଇଛି । ଏହାରି ମଧ୍ୟରେ ଇଣ୍ଡିଗୋ ରେକର୍ଡ ଭାଙ୍ଗି ଉଡ଼ାଣ ବାତିଲ କରି ଚାଲିଛି […]

ଜାତୀୟ

ଅଲାସ୍କାରେ ଭୂକମ୍ପ, ତୀବ୍ରତା ୭

ଅଲାସ୍କା : ଅଲସ୍କା ଏବଂ କନାଡାଇର ୟୁକୋନ ସୀମା ନିକଟବର୍ତ୍ତୀ ଏକ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୭ ରହିଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିବା ସୂଚନା ମିଳିଛି । ଶକ୍ତିଶାଳୀ ଭୂକମ୍ପ ହେବା ପରେ ମଧ୍ୟ ସୁନାମୀକୁ ନେଇ କୌଣସି ଚେତାବନୀ ଜାରି କରାଯାଇନାହିଁ । ଏଥିସହିତ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତଙ୍କ ସୂଚନା ମିଳିନାହିଁ । ଅନ୍ୟପଟେ ସ୍ଥାନୀୟ ପୋଲିସ ଅଧିକାରୀ […]

ଜାତୀୟ

ଗୋଆ ବିସ୍ଫୋରଣ: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ୨ ଲକ୍ଷ ସହାୟତା ଘୋଷଣା

ଗୋଆ : ଗୋଆରେ ନାଇଟ୍ କ୍ଲବ ଟ୍ରାଜେଡି । ଭୟଙ୍କର ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି । ୨୫ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା ଗୋଆ ପୋଲିସ । ଗତକାଲି ରାତିରେ ନର୍ଥ ଗୋଆର ଅରପୁରାରେ ଏକ ନାଇଟ କ୍ଲବରେ ପାର୍ଟି ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା । ମାତ୍ର କିଛି ସେକେଣ୍ଡ ମଧ୍ୟରେ ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା । କିଚେନ ପାଖରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ହୁହୁ […]

ଜାତୀୟ

ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍, ୨୪ ଘଣ୍ଟାରେ ଉତ୍ତର ରଖିବାକୁ DGCAର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଇଣ୍ଡିଗୋ ସିଇଓଙ୍କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ ।  ଡ୍ୟୁଟିରେ ଖିଲାପ ଥିବା ସୋକଜ୍ ନୋଟିସରେ ଦର୍ଶାଯାଇଛି । କାରଣ ଦର୍ଶାଅ ନୋଟିସ୍ ରେ କୁହାଯାଇଛି, ଯେ ସିଇଓ ପିଟର ଏଲବର୍ସ ବିମାନ ସେବାକୁ ସୁଚାରୁରୂପେ ପରିଚାଳନା କରିବା ଓ ଯାତ୍ରୀଙ୍କ ପାଇଁ ଉପଯୁକ୍ତ ସୁବିଧା ନିଶ୍ଚିତ କରିବାରେ “ନିଜ କର୍ତ୍ତବ୍ୟରେ ବିଫଳ”ହୋଇଛନ୍ତି । ଏହା ଉଚ୍ଚସ୍ତରୀୟ ପରିଚାଳନାରେ ଥିବା ଅବହେଳାକୁ ଦର୍ଶାଉଛି ।  କିଛି ଦିନ ଧରି ଲଗାତାର ବିମାନ ବାତିଲ , ଯାତ୍ରୀଙ୍କ […]

ଜାତୀୟ

ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ, ୨୩ ମୃତ

ଗୋଆ : ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ । ଯାହାଫଳରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ନର୍ଥ ଗୋଆର ଅରପୁରାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଶନିବାର ରାତିରେ ପାର୍ଟି ଚାଲିଥିବାବେଳେ କ୍ଲବରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ପରେ ଚାରିଆଡ଼େ ନିଆଁ ଲାଗିଯାଇଥିଲା । ମୃତକଙ୍କ ମଧ୍ୟରେ ୨୦ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ୩ରୁ ୪ ଜଣ ପର୍ଯ୍ୟଟକ ଥିବାବେଳେ […]

LOKA SAMACHAR @2026. All Rights Reserved || Developed By CBSPL