ଜାତୀୟ

ନାସିକରେ ତୀର୍ଥଯାତ୍ରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନାସିକ: ମହାରାଷ୍ଟ୍ରର ନାସିକରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ରବିବାର ଦିନ ଏକ ସଡ଼କ ଦୁର୍ଘଟଣାରେ ଛଅ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି “ମହାରାଷ୍ଟ୍ରର ନାସିକରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଁ ଗଭୀର ଦୁଃଖିତ । ମୁଁ ପ୍ରାର୍ଥନା କରୁଛି ଯେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ।

ଜାତୀୟ

ଜାପାନ୍‌ରେ ଶକ୍ତିଶାଳୀ ଭୂମିକମ୍ପ, ସୂନାମୀ ଆଲର୍ଟ

ଟୋକିଓ : ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ ପାଣିପାଗ ବିଭାଗ ପକ୍ଷରୁ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିବା କଥା ସୂଚନା ଦିଆଯାଇଛି । ଏହାପରେ ବିଭିନ୍ନ ଉପକୂଳରେ ସୁନାମୀ ପାଇଁ ଚୋତାବନୀ ଜାରି କରାଯାଇଛି । ଜାପାନରେ ଜୋରଦାର ଭୂମିକମ୍ପ ପରେ ବିଭିନ୍ ଉପକୂଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ କୁହାଯାଇଛି । ଜାପାନର ଉତ୍ତର ଉପକୂଳରୁ କିଛି ଦୂରରେ ସମୁତ୍ର ଭିତରେ ୭.୬ ତୂବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା […]

ଜାତୀୟ

ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ ନଭଜୋତ କୌର ସିଦ୍ଧୁ ସୋମବାର କଂଗ୍ରେସରୁ ନିଲମ୍ବନ କରାଯିବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ନଭଜୋତ ଦଳ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି। ନଭଜୋତ କହିଥିଲେ, ପଞ୍ଜାବରେ ଯିଏ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଚ୍ଛା କରିବେ, ତାଙ୍କୁ ୫୦୦ କୋଟିର ଏକ ସୁଟ୍‌କେସ ଦଳକୁ ଅଫର କରିବାକୁ ପଡ଼ିବ। ନଭଜୋତଙ୍କ ଏପରି ମନ୍ତବ୍ୟ […]

ଜାତୀୟ

ଆମେରିକା ସହିତ ଶାନ୍ତି ଆଲୋଚନା ଗଠନମୂଳକ ମାତ୍ର ସହଜ ନୁହେଁ : ଜେଲେନସ୍କି

ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନର ଶାନ୍ତି ଯୋଜନା ଉପରେ ଆମେରିକୀୟ ପ୍ରତିନିଧିମାନଙ୍କ ସହିତ ଆଲୋଚନା ଗଠନମୂଳକ କିନ୍ତୁ ସହଜ ନୁହେଁ । ଜେଲେନସ୍କି ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ ୱିଟକଫ ଏବଂ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ କୁଶନରଙ୍କ ସହିତ କଥା ହୋଇଥିଲେ ଏବଂ ସୋମବାର ଲଣ୍ଡନରେ ଫରାସୀ, ବ୍ରିଟିଶ ଏବଂ ଜର୍ମାନ ନେତାମାନଙ୍କୁ ଭେଟି ପାରନ୍ତି । ବ୍ରୁସେଲ୍ସରେ ଆହୁରି ଆଲୋଚନା ଯୋଜନା କରାଯାଇଥିବା ଜେଲେନସ୍କି କହିଛନ୍ତି […]

ଜାତୀୟ

ରାସ୍ତାରେ ମୃତଦେହ ରଖି ବିକ୍ଷୋଭ କଲେ ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ ଜେଲ୍ । ଅନେକ ସମୟରେ ଦେଖିବାକୁ ମିଳେ ଯେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉ କିମ୍ବା ଅନ୍ୟ କିଛି କାରଣ ପାଇଁ ହେଉ, ପରିବାର ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିବା। ରାସ୍ତା ବନ୍ଦ ହେବାରୁ ଘଣ୍ଟା ଘଣ୍ଟା ଧରି ରାଜରାସ୍ତାରେ ଗାଡ଼ି ମୋଟର ଅଟକି ରହେ। ଫଳରେ ଲୋକେ ଟ୍ରାଫିକ୍ ସମସ୍ୟା ଭୋଗନ୍ତି। ତେଣୁ ଏସବୁ ବନ୍ଦ କରିବା ପାଇଁ ରାଜସ୍ଥାନ […]

ଜାତୀୟ

ଭାରତ ଆସିବେ ଜେଲେନସ୍କି!

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ ଗସ୍ତ ପରେ, ଭାରତ ଆଉ ଏକ କୂଟନୈତିକ ପଦକ୍ଷେପ ନେଇଛି । ଭାରତ ଏବେ ଦିଲ୍ଲୀରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଆତିଥ୍ୟ ଦେବା ପାଇଁ ଯୋଜନା କରୁଛି । ଏହାକୁ କୂଟନୈତିକ ମହଲରେ ଭାରତର ବୈଦେଶିକ ନୀତିେ ଏକ ସନ୍ତୁଳନମୂଳକ କାର୍ଯ୍ୟ ଭାବରେ ବିବେଚନା କରାଯାଉଛି । ଏହା କୁହାଯାଉଛି ଯେ ଜେଲେନସ୍କି ଜାନୁଆରୀ ୨୦୨୬ରେ ଦିଲ୍ଲୀ ଗସ୍ତ କରିପାରନ୍ତି । ଯଦିଓ ଏହି ଗସ୍ତର ତାରିଖ ଏପର୍ଯ୍ୟନ୍ତ […]

ଜାତୀୟ

ଟ୍ରମ୍ପଙ୍କ ନାଁରେ ନାମିତ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ ସଡକକୁ ନାମିତ କରିବା ଲାଗି ତେଲଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। ହାଇଦରବାଦର ଯେଉଁ ରାସ୍ତାରେ ଆମେରିକାର ବାଣିଜ୍ୟିକ ଦୂତାବାସ ଅବସ୍ଥିତ ଅଛି ସେହି ରାସ୍ତାକୁ ଟ୍ରମ୍ପଙ୍କ ନାମରେ ନାମିତ କରାଯାଇ ଡୋନାଲ୍ଡ ଟ୍ରମ୍ପ ଆଭେନ୍ୟୁ ରଖାଯିବ। ସଡକର ଏପରି ନାମ ପରିବର୍ତ୍ତନ ସମ୍ପର୍କରେ ତେଲଙ୍ଗାନା ସରକାର ଆଗାମୀ ଦିନରେ ବୈଦେଶିକ ମନ୍ତ୍ରଣାଳୟ ଓ ଆମେରିକା ଦୂତାବାସକୁ ଚିଠି ଲେଖିବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରେବନ୍ତ […]

ଜାତୀୟ

ଓୱେସୀଙ୍କ ସହ ମେଣ୍ଟ ଯୋଜନା କରୁଛନ୍ତି ହୁମାୟୁନ !

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି ଚର୍ଚ୍ଚାରେ ରହିଥିବା ତୃଣମୂଳ କଂଗ୍ରେସ (ଟିଏମସି)ର ନିଲମ୍ବିତ ବିଧାୟକ ହୁମାୟୁନ କବିର ଆଗକୁ ଆଉ ଏକ ବଡ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଶନିବାର ବାବ୍ରି ମସ୍‌ଜିଦ ଭଙ୍ଗା ଦିବସ (ଡିସେମ୍ବର ୬)ରେ ମୁର୍ଶିଦାବାଦରେ ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ହୁମାୟୁନ ଯେଉଁ ଜନସମର୍ଥନ ପାଇଛନ୍ତି ତାହା ଆଗାମୀ ଦିନରେ ଶାସକ ଟିଏମସି ପାଇଁ ବିପଦ ହେବାକୁ ଯାଉଛି। […]

ଜାତୀୟ

ଯାତ୍ରୀଙ୍କୁ ୮୨୭ କୋଟି ଟଙ୍କା, ସାଢେ ୪ ହଜାର ବ୍ୟାଗ୍ ଫେରସ୍ତ କଲା ଇଣ୍ଡିଗୋ

ନୂଆଦିଲ୍ଲୀ : ଥମୁନି ଇଣ୍ଡିଗୋ ସଙ୍କଟ । ଯାତ୍ରୀଙ୍କୁ ୮୨୭ କୋଟି ଟଙ୍କା ସହିତ ସାଢେ ୪ ହଜାର ବ୍ୟାଗ୍ ଫେରସ୍ତ କଲା ଇଣ୍ଡିଗୋ । ୩୬ ଘଣ୍ଟା ମଧ୍ୟରେ ବାକି ରହିଥିବା ଆଉ କିଛି ବ୍ୟାଗ୍ ଯାତ୍ରୀଙ୍କୁ ହସ୍ତାନ୍ତର କରାଯିବ । ସୂଚନାନୁଯାୟୀ, ଇଣ୍ଡିଗୋ ବିମାନ ଆଜିକୁ ୭ ଦିନ ହେବ ସଙ୍କଟ ଅବସ୍ଥାରେ ରହିଛି । ଆଜି ମଧ୍ୟ ୫୦୦ ଉଡ଼ାଣ ବାତିଲ କରିଛି କମ୍ପାନୀ । ଆଜି ୧୮୦୦ରୁ ଅଧିକ ଉଡ଼ାଣ ଯାତ୍ରୀମାନଙ୍କୁ ସେମାନଙ୍କ […]

ଜାତୀୟ

କୋଟା କଲେକ୍ଟରେଟ ଓ ଜୟପୁର ହାଇକୋର୍ଟକୁ ବୋମା ଧମକ

ରାଜସ୍ଥାନ: କୋଟା କଲେକ୍ଟରେଟ ଏବଂ ଜୟପୁର ହାଇକୋର୍ଟକୁ ବୋମା ଧମକ । ଆଜି ସକାଳେ କୋଟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବୋମା ଧମକ ଇମେଲ ମିଳିଥିଲା । ଯାହାପରେ ସଂପୂର୍ଣ୍ଣ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଖବର ପାଇବା ମାତ୍ରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଖାଲି କରି ସୁରକ୍ଷା ବଳବତ୍ତର କରିଥିଲେ । ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଫିସିଆଲ୍ ମେଲ୍ ଆଇଡିରେ ଧମକପୂର୍ଣ୍ଣ ଇମେଲ ଆସିଥିଲା । […]

LOKA SAMACHAR @2026. All Rights Reserved || Developed By CBSPL