ଜାତୀୟ

ରାସ୍ତାରେ ମୃତଦେହ ରଖି ବିକ୍ଷୋଭ କଲେ ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ ଜେଲ୍ । ଅନେକ ସମୟରେ ଦେଖିବାକୁ ମିଳେ ଯେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉ କିମ୍ବା ଅନ୍ୟ କିଛି କାରଣ ପାଇଁ ହେଉ, ପରିବାର ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିବା। ରାସ୍ତା ବନ୍ଦ ହେବାରୁ ଘଣ୍ଟା ଘଣ୍ଟା ଧରି ରାଜରାସ୍ତାରେ ଗାଡ଼ି ମୋଟର ଅଟକି ରହେ। ଫଳରେ ଲୋକେ ଟ୍ରାଫିକ୍ ସମସ୍ୟା ଭୋଗନ୍ତି। ତେଣୁ ଏସବୁ ବନ୍ଦ କରିବା ପାଇଁ ରାଜସ୍ଥାନ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜସ୍ଥାନରେ ଏବେ ମୃତଦେହକୁ ରଖି ବିକ୍ଷୋଭ ପ୍ରଦର୍ଶନ, ରାଜନୀତି ଓ ବିନା କାରଣରେ ଅନ୍ତିମ ସଂସ୍କାରକୁ ବିଳମ୍ବ କରିବା ମହଙ୍ଗା ପଡିପାରେ। ରାଜ୍ୟରେ ‘ମୃତ ଶରୀର ସମ୍ମାନ ଆଇନ ଲାଗୁ ହୋଇଛି ।

ମୃତଦେହ ଧରି ସଡ଼କ ଜାମ କଲେ ୫ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ। ରାଜସ୍ଥାନରେ ମୃତଦେହ ସମ୍ମାନ ଅଧିନିୟମ ଲାଗୁ ହୋଇଛି। ଏଣିକି ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରିବାକୁ ଆଇନଗତ ଅପରାଧ ଭାବେ ବିବେଚନା କରାଯିବ। ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ରାସ୍ତାରେ କିମ୍ବା କୌଣସି ସାର୍ବଜନୀନ ସ୍ଥାନରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ, ପ୍ରତିବାଦ କିମ୍ବା ଚାପ ସୃଷ୍ଟି କରିବା ଏବେ ଏକ ଫୌଜଦାରୀ ଅପରାଧ ଭାବରେ ବିବେଚନା କରାଯିବ।

ଏପରି କ୍ଷେତ୍ରରେ, ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ମୃତକଙ୍କ ପରିବାରର ସଦସ୍ୟଙ୍କ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ହସ୍ପିଟାଲଗୁଡ଼ିକ ଆଉ ବକେୟା ବିଲ୍ ଆଧାରରେ ମୃତଦେହକୁ ଅଟକାଇ ପାରିବେ ନାହିଁ, ଯାହା ମୃତକଙ୍କ ସମ୍ମାନକୁ ସୁରକ୍ଷିତ ରଖିବ । ରାଜ୍ୟରେ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ୨୪ ଘଣ୍ଟା ମଧ୍ୟରେ ଅନ୍ତିମ ସଂସ୍କାର ବାଧ୍ୟତାମୂଳକ କରାଯାଇଛି ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL