ଜାତୀୟ

ଠକେଇ ମାମଲା: ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି ରାଜସ୍ଥାନ ପୁଲିସ। ୩୦ କୋଟି ଠକେଇ ମାମଲାରେ ତାଙ୍କ ସମେତ ୮ ଜଣଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହୋଇଥିବାବେଳେ ପୁଲିସ ରବିବାର ବିକ୍ରମଙ୍କୁ ଗିରଫ କରିଛି। ରାଜସ୍ଥାନ ପୁଲିସ ଏବଂ ମୁମ୍ବଇ ପୁଲିସ ମିଳିତ ଭାବେ ଚଢ଼ାଉ କରି ତାଙ୍କ ଶାଳୀ ଘରୁ ତାଙ୍କୁ ଗିରଫ କରିଛି। ବାନ୍ଦ୍ରା କୋର୍ଟରୁ ଟ୍ରାନଜିତ ରିମାଣ୍ଡ ଅନୁମତି ମିଳିବା ପରେ ରାଜସ୍ଥାନ ପୁଲିସ ବ୍ରିକମଙ୍କୁ ନିଜ ସାଥୀରେ ନେଇ ଫେରିବ।

୭ ଦିନ ପୂର୍ବରୁ ରାଜସ୍ଥାନର ଉଦୟପୁର ପୁଲିସ ବିକ୍ରମ, ତାଙ୍କ ସ୍ତ୍ରୀ ଶ୍ଵେତାମ୍ବରୀ ଭଟ୍ଟ ଏବଂ ଅନ୍ୟ ୬ ଜଣଙ୍କ ନାମରେ ଲୁକ ଆଉଟ ସର୍କୁଲାର ଜାରି କରିଥିଲା। ଇନ୍ଦିରା ଗ୍ରୁପ ଅଫ କମ୍ପାନୀଜର ଡା. ଅଜୟ ମୁର୍ଦିଆ(ଆଇଭିଏଫ ହସ୍ପିଟାଲର ମାଲିକ)ଙ୍କୁ ବିକ୍ରମ ୩୦ କୋଟି ଠକେଇ କରିଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁସାରେ, ଅଜୟ ତାଙ୍କ ସ୍ତ୍ରୀଙ୍କ ସ୍ମୃତିରେ ଏକ ବାୟୋପିକ୍‌ କରିବା ଲାଗି ବିକ୍ରମଙ୍କ ସହିତ ଯୋଗାଯୋଗ କରିଥିଲେ। ବିକ୍ରମ, ତାଙ୍କ ସ୍ତ୍ରୀ ଶ୍ଵେତାମ୍ବରୀ, ଝିଅ କ୍ରିଷ୍ଣା ଏବଂ ଅନ୍ୟମାନେ ମିଶି ଚଳଚ୍ଚିତ୍ର ନିର୍ମାଣ କରିବେ ବୋଲି କହିଥିଲେ। ପିଲ୍ମରେ ୩୦ କୋଟି ଖର୍ଚ୍ଚ ହେବ ବୋଲି କହିବା ସହିତ ଏଥିରୁ ଅଜୟଙ୍କୁ ୨୦୦ କୋଟି ଟଙ୍କା ଲାଭ ମିଳିବ ବୋଲି ଆଶା​‌ ଦେଖାଇଥିଲେ। ପରବର୍ତ୍ତୀ ସମୟରେ ବିକ୍ରମ ଏବଂ ତାଙ୍କ ଟିମ ଅଜୟଙ୍କଠାରୁ ୩୦ କୋଟି ନେଇଥିଲେ ହେଁ କୌଣସି ଫିଲ୍ମ ତିଆରି କରି ନ ଥିଲେ। ଯାହାଫଳରେ ଅଜୟ ଥାନାରେ ଅଭିଯୋଗ କରିଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL