ଓଡ଼ିଶା

ଦୁର୍ଘଟଣା ହ୍ରାସ କରିବାକୁ କଳିଙ୍ଗା ଘାଟିରେ ପରୀକ୍ଷାମୂଳକ ଭାବେ ଲାଗିଲା ସତର୍କ ଘଣ୍ଟି

ଭୁବନେଶ୍ୱର : ଶୀତଦିନେ ଘାଟିଗୁଡିକରେ ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି ।  ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପରୀକ୍ଷାମୂଳକ ଭାବେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସତର୍କ ଘଣ୍ଟିର ପଦକ୍ଷେପ ନେଇଛି । ଆଇଆଇଟି ଭୁବନେଶ୍ୱର ସହଭାଗିତାରେ ଘାଟିର ଉଭୟ ପାର୍ଶ୍ୱରେ ସାଇରନ୍ ଲଗାଯାଇଛି ।  କୌଣସି ପଟରୁ ଗାଡ଼ି ଆସୁଥିଲେ ସାଇରନ୍ ବାଜି ଏହା ସତର୍କ କରାଇବ ।  ଫଳରେ ଚାଳକ ସାବଧାନତାର ସହ ଘାଟିକୁ ପାର କରିବେ ।

ଶୀତଦିନେ କୁହୁଡ଼ି ଓ ପିକନିକ୍ ଯୋଗୁଁ ଦୁର୍ଘଟଣା ସଂଖ୍ୟା ବଢିଥାଏ। ଏହାକୁ ରୋକିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ବିଭିନ୍ନ ପଦକ୍ଷେପ ନେଇଛି। ଚାରି ମାସିଆ ସଡ଼କ ସୁରକ୍ଷା ପଦକ୍ଷେପ ଯେଉଁଥିରେ ସଚେତନତା ଏବଂ ଏନଫୋର୍ସମେଣ୍ଟ ସହ ରାତିରେ ଡ୍ରାଇଭରକୁ ସତେଜ ରଖିବାକୁ ଚା’ ବଣ୍ଟନ ବ୍ୟବସ୍ଥା ହୋଇଛି। ତେବେ ଘାଟିରେ ଦୁର୍ଘଟଣା ରୋକିବା ପାଇଁ ବୈଷୟିକ ଜ୍ଞାନ କୌଶଳର ସହାୟତ ନିଆଯାଇଛି।

ଏଥିପାଇଁ ଆଇଆଇଟି ଭୁବନେଶ୍ୱରକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ସେନସର ସହାୟତାରେ ସାଇରନ୍ ଘଣ୍ଟିର ବ୍ୟବସ୍ଥା କରାଯାଇଛି। ପ୍ରଥମେ ଏହା ପରୀକ୍ଷାମୂଳକ ଭାବେ ଲାଗୁ ହୋଇଛି । ଯଦି ଏହାର ସୁଫଳ ଅନୁଭୂତ ହେଲା, ତେବେ ଏହାକୁ ସ୍ଥାୟୀ ଭାବରେ ସଡ଼କ ବ୍ୟବହାରକାରୀଙ୍କ ହିତ ଦୃଷ୍ଟିରୁ ବ୍ୟବହାର କରାଯିବ ।

ତେବେ କେବଳ କଳିଙ୍ଗା ଘାଟି ନୁହେଁ, ଆଗକୁ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା ଅନ୍ୟାନ୍ୟ ବ୍ଲାକସ୍ପଟ୍ (ଦୁର୍ଘଟଣାପ୍ରବଣ ସଡ଼କ)ରେ ବୈଷୟିକ ଜ୍ଞାନ କୌଶଳ ସହାୟତାରେ ଚାଳକଙ୍କୁ ସତର୍କ କରିବା ପାଇଁ ବିଭିନ୍ନ ପ୍ରୟାସ କରାଯିବ । ସେଥିପାଇଁ ଦେଶର ପ୍ରତିଷ୍ଠିତ ପ୍ରତିଷ୍ଠାନମାନଙ୍କର ସହଯୋଗ ନିଆଯାଉଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି, କିଭଳି ଦୁର୍ଘଟଣା ସଂଖ୍ୟା ହ୍ରାସ କରାଯାଇପାରିବ ଏବଂ ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷାକରାଯାଇପାରିବ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL