ଓଡ଼ିଶା

ଜଳିଗଲା ଓଏସଆରଟିସି ବସ

ବଲଣ୍ଡା: ବରଗଡ଼ ଜିଲା ବଲଣ୍ଡା ଛକରେ ଜଳିଗଲା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସଆରଟିସି) ବସ। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବସଟି ବରଗଡ଼ରୁ ପଦ୍ମପୁର ଯାଉଥିଲା। ବସରେ ୨୫ରୁ ଅଧିକ ଯାତ୍ରୀ ଥିଲେ। ବଲଣ୍ଡା ଛକ ନିକଟରେ ହଠାତ ବସରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର ବସଟିକୁ ଅଟକାଇବା ପରେ ତୁରନ୍ତ ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ବସଗୁଡ଼ିକରେ ବାରମ୍ବାର ନିଆଁ ଲାଗିବା ଘଟଣା ଏ​‌ବେ ଯାତ୍ରୀଙ୍କ ନିରାପତ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL