ଜାତୀୟ

ଆମରୋହାର ନ୍ୟାସନାଲ ହାଇୱେ ୯ରେ ଦୁର୍ଘଟଣା, ୪ ଡ଼ାକ୍ତର ମୃତ

ଉତ୍ତରପ୍ରଦେଶ : ଗତକାଲି ବିଳମ୍ବିତ ରାତିରେ  ଉତ୍ତରପ୍ରଦେଶ ଆମରୋହାର ନ୍ୟାସନାଲ ହାଇୱେ ୯ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି । ଦ୍ରୁତ ଗତିରେ ଆସୁଥିବା କାରଟି DCM ରେ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସମସ୍ତ  ମୃତକ ଡ଼ାକ୍ତର ଥିବା ସୂଚନା ମିଳିଛି । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।

ସୂଚନାନୁଯାୟୀ, ଏହି ଘଟଣାଟି ଆମରୋହା ଜିଲ୍ଲାର ରାଜବପୁର ପୋଲିସ ଷ୍ଟେସନ ଏବଂ ଅତ୍ରାସି ଅଞ୍ଚଳ ମଧ୍ୟରେ ଘଟିଛି । ଦୁର୍ଘଟଣା ହୋଇଥିବା ସେହି କାରରେ ୪ ଜଣ ଥିଲେ । ଦ୍ରୁତଗାମୀ କାର୍ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ DCMକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରେ ହୋଇଥିଲା ଯେ, କାରଟି ଖଣ୍ଡ ଖଣ୍ଡ ହୋଇଯିବା ସହ ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ରାତି ପ୍ରାୟ ୧୦ଟା ସମୟରେ ପୀଡିତମାନେ ମେରଠରୁ ଗାଜିଆବାଦ ଫେରୁଥିଲେ । ଦୁର୍ଘଟଣା ପରେ, DCM ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲେ। କୁହାଯାଉଛି ଯେ ଟ୍ରକଟି ଅନ୍ଧାରରେ ପାର୍କିଂ କରାଯାଇଥିବାରୁ ଦୁର୍ଘଟଣା ଘଟିଛି।

ଅନ୍ୟପଟେ ସୂଚନା ପାଇ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି କାରରେ ଫସି ରହିଥିବା ମୃତଦେହଗୁଡ଼ିକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଗାଡିଗୁଡ଼ିକୁ କ୍ରେନ୍ ସାହାଯ୍ୟରେ ବାହାର କରାଯାଇଥିଲା । ରାସ୍ତା କଡ଼ରେ ଟ୍ରକ୍ ପାର୍କିଂ କରୁଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL