ଜାତୀୟ

ନାଗପୁର SBL କମ୍ପାନୀରେ ବିସ୍ଫୋରଣ, ୧୫ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଯେଉଁଥିରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ନାଗପୁରର କାଟୋଲ ତାଲୁକାରେ ଥିବା SBL କମ୍ପାନୀରେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି । ଆଗକୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ସୂଚନାନୁଯାୟୀ, ଏହି କମ୍ପାନୀରେ ବିସ୍ଫୋରକ ଡେଟୋନେଟର ତିଆରି କରାଯାଏ । ଫଳରେ ଏହି ବିସ୍ଫୋରଣରେ ଅତି କମରେ ୧୫ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ରହିଥିବା ସୂଚନା ମିଳୁଛି […]

ଜାତୀୟ

ଆୟୋତଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ, ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ

ଇରାନ : ଇରାନର ସର୍ବୋଚ୍ଚ ନେତା ଆୟୋତଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ଇରାନ । ଆମେରିକା ଓ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଖାମେନେଇଙ୍କ ସମେତ ତାଙ୍କ ଜ୍ୱାଇଁ, ଝିଅ ଏବଂ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଇରାନର ପକ୍ଷରୁ କୁହାଯାଇଛି । ଖାମେନେଇ ସହିଦ ହେଲେ ବୋଲି କହିଛି ଇରାନ । ଏପଟେ ଇରାନରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଜବାବରେ ଇରାନ ଆମେରିକାର ସାମରିକ ବେସ୍ ଓ ମଧ୍ୟପ୍ରାଚ୍ୟର କିଛି […]

ଓଡ଼ିଶା

ନକ୍ସଲମୁକ୍ତ ହେଲା ବଲାଙ୍ଗୀର ଓ ବରଗଡ ଜିଲ୍ଲା: ଡିଜିପି

ଭୁବନେଶ୍ବର: ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ଓଡିଶା ପୁଲିସକୁ ଆଜି ଐତିହାସିକ ସଫଳତା ମିଳିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଜି ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଏହି ମାଓବାଦୀମାନେ ବରଗଡ–ବଲାଙ୍ଗୀର–ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିଲେ। ଯାହା ଫଳରେ, ବରଗଡ଼ ଓ ବଲାଙ୍ଗୀର […]

ଓଡ଼ିଶା

ଜବରଦଖଲ ମୁକ୍ତ ହୋଇପାରିନି ଶ୍ରୀଜଗନ୍ନାଥଙ୍କ ୨୭୨ ଏକର ଜମି

ଭୁବନେଶ୍ବର:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଟିବାଟି ଜମି ରହିଛି। ରାଜ୍ୟର ୨୪ ଜିଲାରେ ଶ୍ରୀଜଗନ୍ନାଥଙ୍କ ୬୦, ୪୨୬, ୯୪୩ ଏକର ଜମି ଥିବା ଚିହ୍ନଟ ହୋଇଛି। ୨୪ ଜିଲାର ବନ୍ଦୋବସ୍ତ ରେକର୍ଡକୁ ଭିତ୍ତିକରି ଏହି ଜମି ଚିହ୍ନଟ କରାଯାଇଛି। ଚିହ୍ନଟ ଜମି ମଧ୍ୟରୁ ୩୮, ୦୬୧, ୮୯୨ ଏକର ଜମିର ସଂଶୋଧିତ ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି; କିନ୍ତୁ ୭ ଜିଲାରେ ମହାପ୍ରଭୁଙ୍କ ୨୭୨.୧୪୧୬୭ ଏକର ଜମି ବିଭିନ୍ନ ବ୍ୟକ୍ତି ଜବରଦଖଲରେ ରଖିଛନ୍ତି। ତନ୍ମଧ୍ୟରୁ ୪୨ ଏକର […]

ଓଡ଼ିଶା

ପିଲାଚୋର ଭାବି ନିର୍ଦ୍ଧୁମ ଛେଚିଲେ, ଚାଲିଗଲା ଯୁବକଙ୍କ ଜୀବନ; ଜଣେ ଅଟକ

ବାସୁଦେବପୁର : ପିଲା ଚୋର ଭାବି ମାଡ ମାରିବା ମହଙ୍ଗା ପଡିଲା। ମାଡ ମାରିବା ପରଦିନ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିବା ଘଟଣା ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଧାମରା- ବାସୁଦେବପୁର ରାସ୍ତାର ଚାନ୍ଦିମାଳ ଛକ ଠାରେ ଅଜଣା ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର ଘଟଣା ଭିନ୍ନ ମୋଡ ନେଇଛି। ପିଲାଚୋର ଭାବି ମାଡ ମାରିବା ପରେ ସଂପୃକ୍ତ ଯୁବକର ଘଟଣା ପରଦିନ ମୃତ୍ୟୁ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଏହିକ୍ରମରେ […]

ଓଡ଼ିଶା

ଭିତରକାଠ ଦର୍ଶନ ପାଇଁ ଅଡ଼ି ବସିଲେ ସେବାୟତ, ନୀତିକାନ୍ତି ବିଳମ୍ବ

ପୁରୀ:ଚନ୍ଦ୍ରଗ୍ରହଣ ପରିପ୍ରେକ୍ଷୀରେ ୧ ଓ ୨ ତାରିଖ ଭକ୍ତଙ୍କ ଭିତରକାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ଖୁଣ୍ଟିଆ ମେକାପ ଏବଂ ଖୁଣ୍ଟିଆ ସେବାୟତ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତିରେ ବିଳମ୍ବ ଘଟିଛି ଓ ଶନିବାର ମହାପ୍ରସାଦ ୪ଘଣ୍ଟା ବିଳମ୍ବରେ ବାହାରିଛି। ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ଗୋବିନ୍ଦ ଦ୍ବାଦଶୀ ବୁଡ଼ ପରେ ଭକ୍ତମାନେ ମହାପ୍ରସାଦ ପାଇବା ପାଇଁ ଦୀର୍ଘ ସମୟ ଅପେକ୍ଷା […]

ଓଡ଼ିଶା

ଏଣିକି ସବୁ ଜିଲାରେ ହେବ ପୁସ୍ତକ ମେଳା

ଭୁବନେଶ୍ବର: ପୁସ୍ତକମେଳା କ୍ଷେତ୍ରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଏଣିକି ପ୍ରତି ଜିଲାରେ ହେବ ପୁସ୍ତକମେଳା। ଏନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ହେଁ ଏହା ପ୍ରାୟତଃ ଚଳିତ ଆର୍ଥିକ ବର୍ଷରୁ ଆରମ୍ଭ ହେବା ନେଇ ଯୋଜନା କରାଯାଇଛି। ସରକାରୀସ୍ତରରେ ପୂର୍ବରୁ କେବଳ ରାଜଧାନୀରେ ପୁସ୍ତକମେଳା ହେଉଥିବାବେଳେ ଏଣିକି ସମ୍ପ୍ରସାରଣ କରାଯିବ। ମେଳାରେ ବିଭିନ୍ନ ଦିବସରେ ଆଲୋଚନାଚକ୍ର, କବିତା ପାଠ, ନୂତନ ପୁସ୍ତକ ଉନ୍ମୋଚନ, କବି ଓ ଲେଖକ […]

ଓଡ଼ିଶା

ଚନ୍ଦ୍ରଗ୍ରହଣ ପାଇଁ ୧୩ ଘଣ୍ଟା ବନ୍ଦ ରହିବ ବାବାମଣିଙ୍କ ଦର୍ଶନ

ଆରଡି: ମାର୍ଚ୍ଚ ୩ ତାରିଖ ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମନ୍ଦିର ପରମ୍ପରା ଅନୁଯାୟୀ, ଗ୍ରହଣର ପାକ ତ୍ୟାଗଠାରୁ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ଦେବନୀତି ସହ ପୂଜାର୍ଚ୍ଚନା ବନ୍ଦ ରହିବ। ଏଥିପାଇଁ ବାବାଙ୍କ ଦର୍ଶନ ମଧ୍ୟ ବନ୍ଦ ରହିବ। ପୂର୍ଣ୍ଣିମା ଦିନ ସକାଳ ୬ଟା ୧୫ ମିନିଟରୁ ପାକ ତ୍ୟାଗ ଆରମ୍ଭ ହେଉଥିବାରୁ ଏହା ପୂର୍ବରୁ ଅର୍ଥାତ ରାତି ସାଢ଼େ ୩ଟାରେ ମନ୍ଦିର ଦ୍ୱାରଫିଟା […]

ଓଡ଼ିଶା

ହାତୀ ଆକ୍ରମଣରେ ଜଣେ ମୃତ

ଯୋଡ଼ା : ହାତୀ ଆକ୍ରମଣରେ ଜଣେ ମୃତ । ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନର ହିରାପୁର ନିକଟରେ ଘଟିଛି ଘଟଣା । ଗତ ରାତି ୧୧ଟା ବେଳେ ମନୋହରପୁର ଗାଁର ବାହାଦୁଲା ଓରାମଙ୍କୁ ହାତୀ ଶୁଣ୍ଢରେ ଟେକି ଫିଙ୍ଗି ଦେବାରୁ ସେ ଗୁରୁତର ଆହତ ହେଇଥିଲେ । ତାଙ୍କୁ ବନ ବିଭାଗ ଉଦ୍ଧାର କରି ପ୍ରଥମେ ଚମ୍ପୁଆ ଆଣିଥିଲେ ପରେ ତାଙ୍କୁ କେନ୍ଦୁଝର ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । […]

ଓଡ଼ିଶା

ଡ୍ୟୁଟି ବେଳେ ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ, କ୍ଷତିପୂରଣ ଦାବିରେ ମୃତଦେହ ନେଲେନି ପରିବାର ଲୋକେ

କେନ୍ଦୁଝର : କେନ୍ଦୁଝରରେ ଡ୍ୟୁଟି କରୁଥିବା ସମୟରେ ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ । କ୍ଷତିପୂରଣ ସହ ବିଧବା ସ୍ତ୍ରୀଙ୍କୁ ଏକ ଚାକିରି ଦେବା ଦାବିରେ ମୃତଦେହ ନେଉ ନାହାନ୍ତି ପରିବାର ଲୋକେ । କେନ୍ଦୁଝର ପଦ୍ମପୁର ଅଞ୍ଚଳର ସୁଶିଲ କୁମାର ସାହୁ , ଡିଏମଏଫ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟ କରୁଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗତକାଲି ଅପରାହ୍ନରେ ଶୁସିଲ ପାଟଣାରେ ଜଣେ ରୋଗୀଙ୍କୁ ଛାଡ଼ି ଫେରୁଥିବା ସମୟରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । […]

LOKA SAMACHAR @2026. All Rights Reserved || Developed By CBSPL