ଓଡ଼ିଶା

ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ

ମାଲକାନଗିରି : ଆତ୍ମସମର୍ପଣ କଲେ ୧୫ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ମହାସମୁଦ ବାଲୁଦା ଥାନାରେ ଆତ୍ମସମର୍ପଣ କଲେ ୧୫ ଜଣ ମାଓବାଦୀ । BBM ବଲାଙ୍ଗୀର, ବରଗଡ଼ ଏବଂ ମହା ସମୁଦ୍ର ମାଓ ସଂଗଠନର ସକ୍ରିୟ ୧୫ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କଲେ । BBM ମାଓ ସଂଗଠନ ସଚିବ ବିକାଶ ସହ ଆତ୍ମସମର୍ପଣ । ବିକାଶ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିଲା । ସରେଣ୍ଡର ମାଓବାଦୀ ମଧ୍ୟରେ ୯ […]

ଓଡ଼ିଶା

୨୦୦ ପିଲାଙ୍କ ପାଇଁ ୪ଟି କୁକୁଡ଼ା, ଚିକେନ୍ ତରକାରୀ ନାଁରେ ମିଳିଲା ଖାଲି ପାଣି

ମାଲକାନଗିରି : ଦୁଇଶହ ପିଲାଙ୍କ ପାଇଁ ୪ଟି କୁକୁଡ଼ା । ଚିକେନ୍ ତରକାରୀ ନାଁରେ ଖାଲି ପାଣି । ମାଲକାନଗିରି ସଦର ମହକୁମା ତଣ୍ଡାପାଲି ପଞ୍ଚାୟତର ଏମଭି-୧୬ ନମ୍ବର ସ୍କୁଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ ହୋଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍କୁଲର ୨୦୦ ପିଲାଙ୍କ ପାଇଁ ମାତ୍ର ୪ଟି କୁକୁଡା ଆଣି ତରକାରୀ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ଚିକେନ୍ ତରକାରୀ […]

ଓଡ଼ିଶା

ମାଓ କ୍ୟାମ୍ପ୍ ଠାବ, ମାଟି ତଳୁ ୪୬ଲକ୍ଷ ଟଙ୍କା ଜବତ

ଛତିଶଗଡ଼ : ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ ଜିଲ୍ଲାରେ ମାଓକ୍ୟାମ୍ପ ଠାବ । ମେନପୁର ଥାନା ବଡ଼ଗୋବରା ଗାଁ ନିକଟସ୍ଥ ସାପସାଟି ପାହାଡରୁ ଠାବ ହୋଇଛି ମାଓକ୍ୟାମ୍ପ । ମାଟିତଳୁ ୪୬ଲକ୍ଷ ୩୧ହଜାର ୫ଶହ ଟଙ୍କା ମଧ୍ଯ ଜବତ ହୋଇଛି । ଗରିଆବନ୍ଧ ଜିଲ୍ଲା ପ୍ରଶାସନ ନିକଟରେ ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କୁ ପଚରା ଉଚୁରା କରିବା ପରେ ମିଳିଛି ଏହି ତଥ୍ୟ । ସାପସାଟି ପାହାଡ଼ରେ ଧମତରୀ- ଗରିଆବନ୍ଧ-ନୂଆପଡ଼ା ଡିଭିଜନ ମାଓସଂଗଠନ ଦ୍ଵାରା ମାଟିତଳେ ବନ୍ଧୁକ […]

ଓଡ଼ିଶା

ୟୁଟ୍ୟୁବର ରାକେଶ ମହାରଣାଙ୍କୁ ହତ୍ୟା

ଭୁବନେଶ୍ୱର : ରକ୍ତରଞ୍ଜିତ ହେଲା ରାଜଧାନୀ । ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା । ଛୁରାମାଡ଼ରେ ଗଲା ଜୀବନ। ଭୁବନେଶ୍ବର ଜିଜିପି କଲୋନୀ ଖେଳ ପଡ଼ିଆରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାକେଶ ମହାରଣା । ଗତକାଲି ରାତିରେ ମୃତକ ଓ ତାଙ୍କର ୪ ସାଙ୍ଗ ଏକ ପାର୍କରେ ବସିଥିଲେ। ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ସାମାନ୍ୟ ବଚସାରୁ ଘଟିଥିଲା ହତ୍ୟାକାଣ୍ଡ । ଆଉ ୩ ଜଣ ଗୁରୁତର […]

ଓଡ଼ିଶା

ବିଜେଡିରୁ ବିଦା ହେବା ପରେ ନିଜର ପ୍ରତିକ୍ରିୟା ରଖିଲେ ପ୍ରଭାତ

ଭୁବନେଶ୍ଵର: ବିଜେଡିରୁ ବିଦା ହେବା ପରେ ବର୍ଷିଲେ ପ୍ରଭାତ ବିଶ୍ବାଳ। ସାମ୍ବାଦିକ ସମ୍ମିଳନୀ କରି କିଛି ଲୋକଙ୍କ ଉପରେ ବର୍ଷିଲେ। କହିଲେ ଦେହରୁ ଧଳା ସାର୍ଟ ଖୋଲି ଖଇରିଆ ପିନ୍ଧୁଛି। ତେବେ ଶନିବାର କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ବହିଷ୍କୃତ କରିଛି ବିଜେଡି । ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଯାହାକୁ ନେଇ ପ୍ରେସମିଟ୍‌ କରି ବର୍ଷିଛନ୍ତି […]

ଓଡ଼ିଶା

ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡିଗଲା ଡଙ୍ଗା;ଜଣେ ନିଖୋଜ

କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଏକ ଦେଶୀ ଡଙ୍ଗା ଓଲଟି ପଡ଼ିଥିଲା । ଜଣେ ବ୍ୟକ୍ତି ନିଖୋଜ ରହିଥିବାବେଳେ ଅନ୍ୟ ଦୁଇଜଣ ସୌଭାଗ୍ୟବଶତଃ ପହଁରି ପହଁରି କୂଳକୁ ଫେରିଛନ୍ତି । ନିଖୋଜ ଜଣକ ହେଲେ ବ୍ରାହ୍ମଣୀ ଚଞ୍ଚରା ଗ୍ରାମର ହର ବେହେରୁକ୍ (୪୫)। ଖବରମୁତାବକ, ବ୍ରାହ୍ମଣୀ ଚଞ୍ଚରା ଗ୍ରାମର ତିନିଜଣ ବ୍ୟକ୍ତି (ହର ବେହେରୁକ୍, ରବି ପୁଝାରୀ […]

ଜାତୀୟ

ଇରାନ ଯୁଦ୍ଧ ପାଇଁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ

ନୂଆଦିଲ୍ଲୀ: ଶନିବାର ଉପସାଗରୀୟ ଆରବ ରାଷ୍ଟ୍ରଗୁଡ଼ିକରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ହବ୍ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ବିମାନ ଚଳାଚଳକୁ ସ୍ଥଗିତ ରଖିଛି। ଦୁବାଇ ବିମାନବନ୍ଦର କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଦୁବାଇ ଅନ୍ତର୍ଜାତୀୟ (DXB) ଏବଂ ଦୁବାଇ ୱାର୍ଲ୍ଡ ସେଣ୍ଟ୍ରାଲ୍ – ଅଲ୍ ମାକତୁମ୍ ଅନ୍ତର୍ଜାତୀୟ (DWC)ରେ ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି। ଯାତ୍ରୀମାନଙ୍କୁ ଏହି ସମୟରେ ବିମାନବନ୍ଦରକୁ […]

ଜାତୀୟ

ପ୍ରକାଶ ପାଇଲା ଅଜିତ ପୱାରଙ୍କ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ

ମୁମ୍ବାଇ : ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କର ଗତ ଜାନୁଆରୀ ୨୮ରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହା ଏକ ଦୁର୍ଘଟଣା ଥିଲେ ସୁଦ୍ଧା ସେତେବେଳେ ଏହାକୁ ନେଇ ରାଜନୈତିକ ମହଲରେ ଦ୍ବନ୍ଦ୍ବ ଉପୁଜିଥିଲା। ବିମାନ ଦୁର୍ଘଟଣା ଏକ ଷଡଯନ୍ତ୍ର ଥିଲା ବୋଲି କେତେକ ବିରୋଧୀ ଦଳ ନେତା ମତବ୍ୟକ୍ତ କରିଥିଲେ। ଦୁର୍ଘଟଣାର ପ୍ରାୟ ତିନି ସପ୍ତାହ ଅତିକ୍ରାନ୍ତ ହୋଇସାରିଥିବାବେଳେ ଅଜିତଙ୍କ ପତ୍ନୀ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପୱାର ଏହି […]

ଜାତୀୟ

କାକିନାଡାରେ ବାଣ ବିସ୍ଫୋରଣ : ୨୧ ମୃତ

କାକିନାଡା: ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ ଆଜି ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।  ଏହି ବିସ୍ଫୋରଣଟି ଅପରାହ୍ନ ସମୟରେ ସମରଲକୋଟା ମଣ୍ଡଳ ଅନ୍ତର୍ଗତ ୱେଟଲାପାଲେମରେ ଗୋଦାବରୀ କ୍ୟାନାଲ୍ ନିକଟରେ ଥିବା “ସୂର୍ୟ ଶ୍ରୀ ଫାୟାର୍‌ୱର୍କ୍ସ” କାରଖାନାରେ ଘଟିଥିଲା। ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇପଡିଥିଲା। ଯାହା ପାଖପାଖି ଗାଁରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା। ବିସ୍ଫୋରଣର […]

ଜାତୀୟ

ଇରାନ୍‌ରେ ଫଶିଛନ୍ତି ଭାରତୀୟ ଛାତ୍ରୀ; ଉଦ୍ଧାର କରିବାକୁ ଗୁହାରୀ

ତେହେରାନ: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ଏହି ଆକ୍ରମଣ ଇରାନ ସହରରେ ଅନେକ ଧ୍ୱଂସ ସୃଷ୍ଟି କରୁଛି। ଏହି ସମୟରେ, ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଅନେକ ଭାରତୀୟ ଛାତ୍ର ଫସି ରହିଛନ୍ତି। ସପ୍ତାହେ ପୂର୍ବରୁ ଇରାନରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଥିଲା। ଯେଉଁଥିରେ ସେମାନଙ୍କୁ ଯେକୌଣସି ଉପାୟରେ ଇରାନ ଛାଡିବାକୁ ପରାମର୍ଶ ଦିଆଯାଇଥିଲା। ଏହା ସତ୍ତ୍ୱେ, କିଛି ଛାତ୍ର ଦେଶରେ […]

LOKA SAMACHAR @2026. All Rights Reserved || Developed By CBSPL