ଓଡ଼ିଶା

ବଢୁଛି ତାତି; ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ ଏସଓପି ଜାରି, ସକାଳେ ହେବ ସବୁ ପରୀକ୍ଷା

ଭୁବନେଶ୍ୱର : ଧିରେ ଧିରେ ବଢୁଛି ତାତି । ତେଣୁ ହିଟ୍ ୱେଭଙ୍କୁ ନେଇ ସବୁ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡିକ ପାଇଁ ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ । ସକାଳ ସମୟରେ ସବୁ ପରୀକ୍ଷା କରିବାକୁ କୁହାଯାଇଛି । ଖେଳକୁଦ ଭଳି ଆଉଟ୍ ଡୋର୍ ଆକ୍ଟିଭିଟି ଅପରାହ୍ଣ ସମୟରେ ନ କରିବାକୁ କୁହାଯାଉଛି । ଯଦି ଆଉଟଡୋର ଆକ୍ଟିଭିଟି ଅପରିହାର୍ଯ୍ୟ ତେବେ ଉପଯୁକ୍ତ ପଦକ୍ଷେପ ସହ ଆଉଟ ଡୋର୍ ଆକ୍ଟିଭିଟି କରାଯାଉ । ନିରବଛିନ୍ନ […]

ଓଡ଼ିଶା

ଇଷ୍ଟର୍ନ ଓଡିଶା ଯାତ୍ରାପାର୍ଟି ବସ ଦୁର୍ଘଟଣାଗ୍ରସ୍ତ, ୨୦ କଳାକାର ଗୁରୁତର

ଦେବଗଡ଼: ଓଲଟିଲା ଇଷ୍ଟର୍ନ ଓଡିଶା ଯାତ୍ରାପାର୍ଟି ବସ । ୨୦ରୁ ଅଧିକ କଳାକାର ଗୁରୁତର ହୋଇଛନ୍ତି । ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ସଡୋ -ଭୁଗୁରାପାଳ ଘାଟି ରାସ୍ତାରେ ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଅଧିକ କଳାକାର ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ କଳାକାରଙ୍କୁ କଂସର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି । ପରେ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ରିଆମାଳ […]

ଓଡ଼ିଶା

ସମ୍ବଲପୁର କୋର୍ଟକୁ ବୋମା ଧମକ, ତଦନ୍ତ ଜାରି

ସମ୍ବଲପୁର: କିଛି ଦିନ ବ୍ୟବଧାନ ପରେ ପୁଣି କୋର୍ଟକୁ ବୋମା ଧମକ ମିଳିଛି । ସମ୍ବଲପୁର ଜିଲ୍ଲା ଦୌରାଜଜ୍ କୋର୍ଟକୁ ବୋମା ଧମକ ମିଳିଥିବା ଖବର ରହିଛି । ବୋମା ଧମକ ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ପୋଲିସ । ଏହାସହ ବମ୍ ସ୍କ୍ବାଡର୍ ମଧ୍ୟ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି । ତେବେ କିଏ ଧମକ ଦେଇଛି ଏପର୍ଯ୍ୟନ୍ତ ତାହା ଜଣାପଡିଥିବାବେଳେ, ପୋଲିସ ସେନେଇ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, […]

ଓଡ଼ିଶା

କିଶୋରୀ ନେବେ HPV ଟିକା, ଅଧାର କାର୍ଡ ଓ ବୟସ ପ୍ରମାଣପତ୍ର ସହିତ ୟୁୱିନ୍ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର: ସର୍ଭାଇକାଲ୍ କ୍ୟାନସର ମୁକ୍ତ ହେବେ ଓଡ଼ିଶା। ଆଜିଠୁ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ। ରାଜ୍ୟରେ ହ୍ୟୁମାନ ପାପିଲୋମା ଭାଇରସ୍ (ଏଚ୍‌ପିଭି) ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯିବ। ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଅଧାର କାର୍ଡ ସହିତ ବୟସ ପ୍ରମାଣପତ୍ର ନେଇ ୟୁୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବେ। ଏହାପରେ ଟିକା ନେଇପାରିବେ। ୧୪ରୁ ୧୫ ବର୍ଷର କିଶୋରୀ ବା ସେମାନଙ୍କ ଅଭିଭାବକ ନିଜ ମୋବାଇଲ୍‌ରେ ୟୁୱିନ୍ ପୋର୍ଟାଲକୁ ଯାଇ ସେଠାରେ ଆଧାରକାର୍ଡ ଓ ବୟସ ପ୍ରମାଣପତ୍ର […]

ଜାତୀୟ

ଓମାନ ଉପକୂଳରେ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ, ଜାହାଜରେ ଥିଲେ ୧୫ ଭାରତୀୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଆହୁରି ଭୟଙ୍କର ହେଉଛି ଯୁଦ୍ଧ । ଏହାରି ଭିତରେ ଓମାନ ଉପକୂଳରେ ଏକ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଥିବା ଖବର ଆସୁଛି । ଆକ୍ରମଣରେ ତୈଳ ଜାହାଜରେ ଥିବା ୪ଜଣ ସଦସ୍ୟ ଆହତ ହୋଇଛନ୍ତି । ଜାହାଜରେ ୧୫ ଜଣ ଭାରତୀୟ ଏବଂ ୫ ଜଣ ଇରାନୀୟ ସଦସ୍ୟ ଥିଲେ । ଓମାନର ଖସାବ ବନ୍ଦର ନିକଟରେ ଥିବା ହରମୁଜ ପ୍ରଣାଳୀରେ ଏହି ଘଟଣା ଘଟିଛି । ଇସ୍ରାଏଲ ଏବଂ ଇରାନ ମଧ୍ୟରେ […]

ଜାତୀୟ

CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ମଧ୍ୟପ୍ରାଚ୍ୟର ପରିସ୍ଥିତି ଯୋଗୁଁ ମାର୍ଚ୍ଚ ୨ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି। ବୋର୍ଡ କହିଛି ଯେ ନୂତନ ତାରିଖ ପରେ ଘୋଷଣା କରାଯିବ। ବାହାରିନ, ଇରାନ, କୁୱେତ, ଓମାନ, କତାର, ସାଉଦି ଆରବ ଏବଂ ୟୁଏଇ ସମେତ ଅନେକ ମଧ୍ୟପ୍ରାଚ୍ୟ ଦେଶରେ ଚାଲିଥିବା ୟୁଦ୍ଧ ପରିସ୍ଥିତି ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି। ବୋର୍ଡ ମାର୍ଚ୍ଚ ୩ରେ ପୁଣିଥରେ ପରିସ୍ଥିତି ସମୀକ୍ଷା […]

ଜାତୀୟ

ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ପ୍ରତିବାଦ

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ଶାସନ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଭାରତର ବିଭିନ୍ନ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ ଦେଖା ଦେଇଛି। ଖାମେନେଇଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇଛନ୍ତି ପ୍ରତିବାଦକାରୀ। ଉତ୍ତେଜନା ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ଶାସନ ନେତା ଆୟତୁଲ୍ଲା ଖାମେନିଙ୍କ ହତ୍ୟା ପରେ ଭାରତର ଜମ୍ମୁ ଏବଂ କାଶ୍ମୀର, ଲେହ, ଲଦାଖ, […]

ଜାତୀୟ

ଦୁବାଇରେ ଫସିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ

ଦୁବାଇ : ଦୁବାଇ ବିମାନବନ୍ଦରରେ ଫସିଲେ ବ୍ୟାଡମିଣ୍ଟିନ ଷ୍ଟାର ପି.ଭି. ସିନ୍ଧୁ । ଦୁବାଇ ବିମାନବନ୍ଦରରେ ଇରାନର ଆକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତି ମଧ୍ୟରେ ପି.ଭି. ସିନ୍ଧୁ ଫସି ରହିଛନ୍ତି । ସେ ନିଜର ଅନୁଭୂତି ବାଣ୍ଟିଛନ୍ତି । ସିନ୍ଧୁ ଯେଉଁ ସ୍ଥାନରେ ଥିଲେ, ତାହାର ଅତି ନିକଟରେ ବଡ଼ ବିସ୍ଫୋରଣ ହୋଇଥିଲା । ଧୂଆଁ ଓ ପଥର ଖଣ୍ଡ ଭିତରୁ ଜୀବନ ବିକଳରେ ତାଙ୍କୁ ଦୌଡ଼ିବାକୁ ପଡ଼ିଥିଲା । ଦୁବାଇ କର୍ତ୍ତୃପକ୍ଷ ଓ ବିମାନବନ୍ଦର […]

ଜାତୀୟ

ଇରାନ-ଇସ୍ରାଏଲ ଯୁଦ୍ଧ : ଅନେକ ଦେଶର ପ୍ରମୁଖ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣର ଜବାବ ଦେଇ ଇରାନ ଇସ୍ରାଏଲ ସହିତ କତର, କୁଏତ, ବାହରିନ, ୟୁଏଇ ସମତେ ଅନେକ ଦେଶ ଉପରେ ମିସାଇଲ ଆକ୍ରମଣ କରିଛି । ମଧ୍ୟପ୍ରାଚ୍ୟରେ ବଢୁଥିବା ତିକ୍ତତା ଯୋଗୁଁ ଅନେକ ଦେଶର ପ୍ରମୁଖ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ସେବା ବନ୍ଦ ରହିଛି । ଫଳରେ ହଜାର ହଜାର ବିମାନ ଏବଂ ଲକ୍ଷାଧିକ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ଇରାନ, ଇସ୍ରାଏଲ, ଇରାକ, ୟୁଏଇ, ଜୋର୍ଡନ ଏବଂ ସିରିଆ ନିଜର […]

ଜାତୀୟ

ଖାମେନେଇଙ୍କ ମୃତ୍ୟୁ ପରେ କରାଚୀରେ ହିଂସା, ୧୦ ମୃତ, ୩୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ହୋଇଛି । ବଙ୍କରରେ ଲୁଚିଥିଲେ ମଧ୍ୟ ସେ ବର୍ତ୍ତିପାରି ନାହାଁନ୍ତି । ପାକିସ୍ତାନ ଇରାନ ସମର୍ଥନରେ ବାହାରି ଉପଦ୍ରବକାରୀମାନେ ଆମେରିକା ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ତେବେ ଉପଦ୍ରବକାରୀଙ୍କୁ ରୋକିବାକୁ ପୁଲିସ୍‌ ଗୁଳିମାଡ଼ କରିଛି । ଯେଉଁଥିରେ ୧୦ ଜଣ ପ୍ରାଣ ହରାଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, […]

LOKA SAMACHAR @2026. All Rights Reserved || Developed By CBSPL