ଓଡ଼ିଶା

ଜିନ୍ଦଲ ଓ ବିଏମସି ମିଳିତ ଆନୁକୂଲ୍ୟରେ ମୋବାଇଲ୍ ସାନିଟେସନ୍ ୟୁନିଟ୍ ଆରମ୍ଭ

ଭୁବନେଶ୍ବର: ସାମୁଦାୟିକ କଲ୍ୟାଣ ଏବଂ ଉନ୍ନତ ସହରାଞ୍ଚଳ ପରିମଳ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ ​​କରି ଜିନ୍ଦଲ ଫାଉଣ୍ଡେସନ, ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ସହିତ ମିଳିତ ଭାବରେ, ସହର ସାରା ସାର୍ବଜନୀନ କାର୍ଯ୍ୟକ୍ରମ, ଉତ୍ସବ ଏବଂ ବଡ଼ ସମାବେଶ ସମୟରେ ସୁବିଧାଜନକ ଏବଂ ସ୍ୱଚ୍ଛ ଶୌଚାଳୟ ସୁବିଧା ଯୋଗାଇବା ପାଇଁ ଡିଜାଇନ୍ କରାଯାଇଥିବା ଏକ ମୋବାଇଲ୍ ସାନିଟେସନ୍ ୟୁନିଟ୍ ଆରମ୍ଭ କରିଛି। ସୋମବାର ଭୁବନେଶ୍ୱରରେ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ ଏବଂ ବିଏମସିର ମେୟର […]

ଓଡ଼ିଶା

ସରିଲା ୪ଦିନିଆ ଦକ୍ଷତା ମହାକୁମ୍ଭ; ୧୩୨ କୃତି ପ୍ରତିଯୋଗୀ ପୁରସ୍କୃତ

ଭୁବନେଶ୍ୱର: ପୂର୍ବ ଭାରତ ପାଇଁ ଆୟୋଜିତ ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬ ଭୁବନେଶ୍ୱରସ୍ଥିତ ଏସଡିଆଇ (SDI) ଅଡିଟୋରିୟମରେ ଉଦଯାପିତ ହୋଇଛି। ଏହା ଥିଲା ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଞ୍ଚଳିକ ଗୌରବର ମହାକୁମ୍ଭ। କେନ୍ଦ୍ର କୌଶଳ ବିକାଶ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏବଂ ଜାତୀୟ କୌଶଳ ବିକାଶ ନିଗମ ସହାୟତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୨୦୦ରୁ ଅଧିକ ଦକ୍ଷ ଯୁବକ ଯୁବତୀ ୫୯ଟି […]

ଜାତୀୟ

ଯୁଦ୍ଧ ସ୍ଥିତି ନେଇ ଟେଲିଫୋନ୍‌ରେ ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ମଧ୍ୟ-ପୂର୍ବ ଏସିଆ ଭୟଙ୍କର ଯୁଦ୍ଧର ନିଆଁରେ ଜଳୁଛି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଗୋଟିଏ ପରେ ଗୋଟିଏ ବଡ଼ ଆକ୍ରମଣ କରିଚାଲିଛନ୍ତି। ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ସମେତ ବହୁ ସଂଖ୍ୟକ ଶୀର୍ଷ ନେତାଙ୍କ ମୃତ୍ୟୁ ଘଟିଛି। ଏହାସହ ବହୁ ସଂଖ୍ୟକ ସାଧାରଣ ନାଗରିକ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ପ୍ରତିଶୋଧ ସ୍ୱରୂପ ଇରାନ ଇସ୍ରାଏଲ, ୟୁଏଇ, ବାହାରିନ, କତାର ଏବଂ କୁୱେତ ଭଳି ଅନେକ ମଧ୍ୟ-ପ୍ରାଚ୍ୟ ଦେଶ ଉପରେ ମଧ୍ୟ ବଡ଼ଧରଣର […]

ଜାତୀୟ

ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼ କଲା ଇରାନ !

ନୂଆଦିଲ୍ଲୀ : ଇରାନର ବଡ଼ ଦାବି ।  ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଉପରେ ମିସାଇଲ୍ ମାଡ଼ । ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଭୟଙ୍କର ରୂପ ନେଇଛି । ସୋମବାର ଦିନ ଇରାନର ସେନା ବାହିନୀ ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (IRGC) ପକ୍ଷରୁ ଏକ ଚମକାଇଲା ଭଳି ଦାବି କରାଯାଇଛି । ଇରାନ ପକ୍ଷରୁ କୁହାଯାଇଛି ଯେ, ସେମାନେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏବଂ ଇସ୍ରାଏଲ୍ ବାୟୁସେନା ମୁଖ୍ୟଙ୍କ ବାସଭବନକୁ […]

ଜାତୀୟ

ପାକିସ୍ତାନର ନୁର ଖାନ ଏୟାରବେସ ଉପରେ ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ

ଆଫଗାନିସ୍ତାନ : ବିଶ୍ୱର ଅନେକ ଦେଶରେ ବର୍ତ୍ତମାନ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ଏହି ସମୟରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା କମିବାର କୌଣସି ନାଁ ଧରୁନି । ଗତ ଏକ ମାସ ଧରି, ଦୁଇ ଦେଶ ଯୁଦ୍ଧ ଭଳି ପରିସ୍ଥିତିରେ ଫସି ରହିଛନ୍ତି । ଏହି ସମୟରେ ତାଲିବାନ ସରକାର ଘୋଷଣା କରିଛି ଯେ, […]

ଜାତୀୟ

ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ମୋଦିଙ୍କ ପ୍ରତିକ୍ରିୟା, ଭାରତ ଚାହଁ ଶାନ୍ତି ଓ ସ୍ଥିରତା

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ବଢୁଥିବା ଆକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ସାମ୍ନାକୁ ଆସିଛି । ମୋଦି କହିଛନ୍ତି, ବିଶ୍ବରେ ଚାଲିଥିବା ଅନେକ ତିକ୍ତତା ପାଇଁ ଭାରତର ଚିନ୍ତାଧାରା ସ୍ପଷ୍ଟ । ଆମେ ସବୁବେଳେ ଶାନ୍ତି ରଖିବା ପାଇଁ କହିଛୁ । ପଶ୍ଚିମ ଏସିଆରେ ବର୍ତ୍ତମାନ ସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ । ଆପୋଷ କଥାବାର୍ତ୍ତା ଏବଂ କୂଟନୈତିକ ସ୍ତରରେ ସମସ୍ୟାର ସମାଧାନ ବାହାର କରାଯାଇପାରିବ । ଏଠାରେ ଥିବା ସମସ୍ତ ଭାରତୀୟଙ୍କ ସୁରକ୍ଷା […]

ଜାତୀୟ

ଆମେରିକା F-15 ଯୁଦ୍ଧ ବିମାନକୁ ଖସାଇଲା ଇରାନ !

କୁଏତ : ଖସିଲା ଆମେରିକାର F-15 ଯୁଦ୍ଧ ବିମାନ । ଇରାନ ସହିତ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଆମେରିକା ବାୟୁସେନାର ଏକ F-15E ଷ୍ଟ୍ରାଇକ୍ ଇଗଲ୍ ଯୁଦ୍ଧବିମାନ କୁଏତର ପଶ୍ଚିମ ଭାଗରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ନିଜ ସେନାର ଭୁଲ ଆକ୍ରମଣ ଯୋଗୁଁ ବିମାନ ଖସି ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ବିମାନଟି ଖସିବା ପୂର୍ବରୁ ପାଇଲଟ୍ ଜଣକ ପାରାସୁଟ୍ ସାହାଯ୍ୟରେ ତଳକୁ ଡେଇଁ ପଡ଼ିଥିଲେ । କୁଏତ ବାସିନ୍ଦା […]

ଜାତୀୟ

ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ବଢ଼ିଲା ଉତ୍ତେଜନା, ସବୁ ରାଜ୍ୟକୁ ହାଇ-ଆଲର୍ଟ

ନୂଆଦିଲ୍ଲୀ : ଭାରତର ସବୁ ରାଜ୍ୟକୁ ହାଇ-ଆଲର୍ଟ! । ଗୃହ ମନ୍ତ୍ରଣାଳୟର ଚେତାବନୀ । ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ବଢ଼ିଲା ଉତ୍ତେଜନା, ସଜାଗ ରହିବାକୁ ନିର୍ଦ୍ଦେଶ । ଖାମେନେଇଙ୍କ ମୃତ୍ୟୁକୁ ନେଇ ଭାରତରେ ହାଇ-ଆଲର୍ଟ । ସବୁ ରାଜ୍ୟକୁ କେନ୍ଦ୍ରର ଚେତାବନୀ । ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ଭାରତରେ ସମ୍ଭାବ୍ୟ ବିରୋଧ ପ୍ରଦର୍ଶନ ଓ ହିଂସାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସତର୍କ ସୂଚନା ଜାରି […]

ଜାତୀୟ

ଲେବାନନ୍ ଉପରେ ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ୍

ଇସ୍ରାଏଲ : ଭୟଙ୍କର ରୂପ ନେଲା ମଧ୍ୟପ୍ରାଚ୍ୟର ମହାସଂଗ୍ରାମ । ଲେବାନନ୍ ଉପରେ ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ୍ । ଲେବାନନ୍ ରାଜଧାନୀ ବେରୁଟ ଉପରେ ଭୟଙ୍କର ବୋମାମାଡ଼ କରିଛି ଇସ୍ରାଏଲ । ପ୍ରାୟ ୫୩ ଗାଁ ଏବଂ ସହରରେ ହୋଇଛି ଏହି ବୋମାମାଡ଼ । ଗତ ଏକ ବର୍ଷ ମଧ୍ୟରେ ବେରୁଟ ସହର ଉପରେ ଏହା ପ୍ରଥମ ସିଧାସଳଖ ଆକ୍ରମଣ । ସୂଚନାନୁଯାୟୀ, କାଲି ହେଜବୁଲ୍ଲା ସଙ୍ଗଠନ ପକ୍ଷରୁ ଇସ୍ରାଏଲର ଏକ ସାମରିକ ବେସ୍ ଉପରେ ରକେଟ୍ ମାଡ଼ […]

ଜାତୀୟ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ୧୦ ପ୍ରତିଶତକୁ ବୃଦ୍ଧି ପାଇଲା ତୈଳ ଦର

ଇରାନ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଆକାଶଛୁଆଁ ତେଲ ଦର । ଇସ୍ରାଏଲ-ଇରାନ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ଯୋଗୁଁ ତୈଳ ଦରରେ ଲାଗିଛି ନିଆଁ । ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ୧୦ ପ୍ରତିଶତକୁ ବୃଦ୍ଧି ପାଇଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ୭ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ସୋମବାର ବ୍ରେଣ୍ଟ କ୍ରୁଡ୍ ଦରରେ ୭ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଦେଖିବାକୁ ମିଳିଛି । ଯଦି […]

LOKA SAMACHAR @2026. All Rights Reserved || Developed By CBSPL