ଜାତୀୟ

ଖାମେନେଇଙ୍କ ମୃତ୍ୟୁ ପରେ କରାଚୀରେ ହିଂସା, ୧୦ ମୃତ, ୩୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ହୋଇଛି । ବଙ୍କରରେ ଲୁଚିଥିଲେ ମଧ୍ୟ ସେ ବର୍ତ୍ତିପାରି ନାହାଁନ୍ତି । ପାକିସ୍ତାନ ଇରାନ ସମର୍ଥନରେ ବାହାରି ଉପଦ୍ରବକାରୀମାନେ ଆମେରିକା ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ତେବେ ଉପଦ୍ରବକାରୀଙ୍କୁ ରୋକିବାକୁ ପୁଲିସ୍‌ ଗୁଳିମାଡ଼ କରିଛି । ଯେଉଁଥିରେ ୧୦ ଜଣ ପ୍ରାଣ ହରାଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଉତ୍ତ୍ୟକ୍ତ ଜନତା କରାଚୀରେ ଥିବା ଆମେରିକୀୟ ଦୂତାବାସକୁ ଘେରି ଭଙ୍ଗାରୁଜା କରିଥିଲେ। ଆମେରିକା ବିରୋଧୀ ସ୍ଲୋଗାନ ଦେଇ, ବିକ୍ଷୋଭକାରୀ ଦୂତାବାସ ପରିସରରେ ନିଆଁ ଲଗାଇ ଦେଇଥିଲେ। ଯାହା ଫଳରେ ସମଗ୍ର ଅଞ୍ଚଳ କଳା ଧୂଆଁମୟ ହୋଇଯାଇଥିଲା। ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଥିଲା ଯେ ସେଠାରେ ନିୟୋଜିତ ଥିବା ସୁରକ୍ଷା କର୍ମୀମାନେ ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ । ଏବଂ ସମଗ୍ର ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଆଉ ଆକ୍ରମଣକୁ ନ ବଢାଉ ବୋଲି କହି ସୋସିଆଲ ମିଡିଆରେ କହିଥିଲେ ଯେ, ଆମେରିକା ଏଭଳି ଶକ୍ତି ସହିତ ଜବାବ ଦେବ, ଯାହା କେବେ ବି ଦେଖିନଥିବେ ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL