ଓଡ଼ିଶା

ଗଡ଼ିଲା ବାଲିଯାତ୍ରା ସଚେତନତା ରଥ, ଉପକୂଳବର୍ତ୍ତୀ ୧୦ ଜିଲ୍ଲା ପରିକ୍ରମା କରିବ

ରାତି ୧୧ଟା ଯାଏ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ କଟକ : ଗଡ଼ିଲା ବାଲିଯାତ୍ରା ସଚେତନତା ରଥ ।  କଟକ ବାଲିଯାତ୍ରାର ତଳ ପଡିଆ ଠାରେ ଉଦଘାଟନ ହେଲା ସଚେତନତା ରଥ। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଏହି ସଚେତନତା ରଥକୁ ଉଦଘାଟନ କରିଛନ୍ତି ।  ଏହି ସଚେତନତା ରଥ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ପରିକ୍ରମା କରିବ ।  ଅତୀତ ବାଲିଯାତ୍ରାର ଐତିହ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ରଥ ।  […]

ଓଡ଼ିଶା ଭୁବନେଶ୍ୱର

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ ଜାଭେଦ ଅଖତର

ଭୁବନେଶ୍ୱର: ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମ ଭୁଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ୨-ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧିତ କରାଯିବ […]

ଓଡ଼ିଶା

ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଲେ ବସ୍‌ ଡ୍ରାଇଭର

ବୋଲଗଡ଼: ବସ ଚଳାଉଥିଲେ। ହଠାତ ଆସିଲା ହୃଦଘାତ। ଡାକ୍ତରଖାନାରେ ଡ୍ରାଇଭରଙ୍କୁ ମୃତ ଘୋଷଣା କଲେ ଡାକ୍ତର। କିନ୍ତୁ ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଛନ୍ତି ଡ୍ରାଇଭର ଜଣକ। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲା ବୋଲଗଡ଼ ଅଞ୍ଚଳରୁ। ସୂଚନା ଅନୁସାରେ, ଡ୍ରାଇଭର ଜଣକ ବସ ଚଳାଉଥିବା ବେଳେ ହଠାତ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ। କାଳ ବିଳମ୍ବ ନ କରି ତୁରନ୍ତ ସେ ବୋଲଗଡ଼ ବସଷ୍ଟାଣ୍ଡ ନିକଟରେ ଗାଡ଼ିକୁ ସାଇଡ୍‌ କରିଦେଇଥିଲେ। ଏହା […]

ଜାତୀୟ

ପ୍ଲାଷ୍ଟିକ ବୋତଲ ବ୍ୟବହାର ଉପରେ ରୋକ୍ ଲଗାଇଲେ କର୍ଣ୍ଣାଟକ ସରକାର

କର୍ଣ୍ଣାଟକ : ପରିବେଶ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବୈଠକରେ ପ୍ଲାଷ୍ଟକ୍ ପାଣି ବୋତଲର ବ୍ୟବହାର ନକରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି  କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଇଛନ୍ତି । ଯାହାଦ୍ବାରା ପ୍ଲାଷ୍ଟିକ ଅପଚୟର ସମସ୍ୟାକୁ ରୋକାଯାଇପାରିବ । ସୂଚନାନୁଯାୟୀ, ପୂର୍ବରୁ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ସ୍ପଷ୍ଟ ଭାବରେ […]

ଜାତୀୟ

ଭାରତ ପୂର୍ବାପେକ୍ଷା ଏବେ ଅଧିକ ସୁରକ୍ଷିତ, ଗତ ୧୨ ବର୍ଷରେ ହୋଇନି ବଡ଼ ଆତଙ୍କବାଦୀ ଆକ୍ରମଣ: ଅଜିତ ଡୋଭାଲ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ କହିଛନ୍ତି ଯେ ଭାରତ ପିଛିଲା ଏକ ଦଶନ୍ଧୀ ହେଲା ଆତଙ୍କବାଦ ଉପରେ ପ୍ରଭାବୀ ନିୟନ୍ତ୍ରଣ ହାସଲ କରିଛି। ସେ କହିଛନ୍ତି ୨୦୧୩ ପରେ ଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ କୌଣସି ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇ ନାହିଁ। କେବଳ ଜମ୍ମୁ-କାଶ୍ମୀରକୁ ଛାଡି ଦେଲେ ସାରା ଦେଶରେ ସ୍ଥିତି ସ୍ଥିର ଓ ସୁରକ୍ଷିତ ରହିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ଦ୍ଦାର ପଟେଲ ମେମୋରିୟାଲ ଲେକଚରରେ ଗଭର୍ଣ୍ଣାନସ ଉପରେ ଦେଇଥିବା ଭାଷଣରେ ସେ […]

କ୍ରୀଡା ଜାତୀୟ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶ୍ରେୟସ୍‌ ଆୟର

ନୂଆଦିଲ୍ଲୀ: ଭାରତୀୟ ଉପ-ଅଧିନାୟକ ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏ ନେଇ ନେଇ ଶନିବାର ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ସମୟରେ ଆଲେକ୍ସ କେରୀଙ୍କ ବ୍ୟାକୱର୍ଡ ପଏଣ୍ଟରେ ଏକ କ୍ୟାଚ ନେବାଲାଗି ଆୟର ପଛକୁ ଦୌଡ଼ୁଥିବାବେଳେ ଆଘାତ ପାଇଥିଲେ। ସେହି ସମୟରେ ପଡ଼ିଯିବାରୁ ତାଙ୍କ ବାମ ପଞ୍ଜରାରେ ଆଘାତ ଲାଗିଥିଲା। ବିସିସିଆଇ ରିପୋର୍ଟରେ ତାଙ୍କ ପଞ୍ଜରା ଫାଟି ଯାଇଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ସିଡ୍‌ନୀର […]

ଜାତୀୟ

ବାସନ କାରଖାନାରେ ଅଗ୍ନିକାଣ୍ଡ, ଖସିପଡିଲା ଛାତ

ନୂଆଦିଲ୍ଲୀ : ଦିଲ୍ଲୀ ବଜିରପୁର ଶିଳ୍ପାଞ୍ଚଳରେ ଶନିବାର ଏକ ବାସନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀର ୯ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ବିହାର ଥାନା ଅଞ୍ଚଳରେ ଥିବା ଏହି କାରଖାନାରେ ଷ୍ଟିଲ୍ ଆଲୁମିନିୟମ୍ ବାସନ କୁସନ ପ୍ରସ୍ତୁତ ହୁଏ। ସ୍ଥାନୀୟଲୋକଙ୍କ ଅନୁସାରେ ଅଚାନକ କାରଖାନାରୁ ଧୁଆଁ ବାହାରୁଥିବା ନଜର ଆସିଥିଲା। ତୁରନ୍ତ ଦମକଳ ବିଭାଗକୁ ସୂଚନା ଦିଆଯାଇଥିଲା। ତେବେ ଧୀରେ ଧୀରେ ନିଆଁର ପ୍ରକୋପ ବଢିବାରେ ଲାଗିଥିଲା। ନିଆଁର […]

ଜାତୀୟ

ସଂଘ ଉପରେ ୩ ଥର ବ୍ୟାନ ଲଗାଇବାକୁ ଉଦ୍ୟମ ହୋଇଥିଲା, ଆଉ ଥରେ ଚେଷ୍ଟା କରି ଦେଖି ପାରନ୍ତି: RSS

ଜବଲପୁର  : କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସଏସ)କୁ ବ୍ୟାନ କରିବା ବୟାନକୁ ନେଇ ଏବେ ଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି। ଏଥିରେ ଆରଏସଏସ ମଧ୍ୟ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି। ଆରଏସଏସର ସର କାର୍ଯ୍ୟବାହ ଦତ୍ତାତ୍ରେୟ ହୋସବୋଲେ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଉଦ୍ୟମ ହୋଇ ସାରିଛି, ହେଲେ ସମାଜ ସବୁଥର ସଂଘର ସାଥ ଦେଇଛି। ହୋସବୋଲେ କହିଛନ୍ତି ଯେ କଂଗ୍ରେସ ପୂର୍ବରୁ ମଧ୍ୟ ୩ ଥର ଏଥି […]

ଓଡ଼ିଶା ଭୁବନେଶ୍ୱର

ଦଲାଲ ମୁକ୍ତ ହେବ ତହସିଲ ଅଫିସ, ଜମିକୁ ମନଇଚ୍ଛା ଦଲାଲ ବାରମ୍ବାର ବିକ୍ରି କରିପାରିବେ ନାହିଁ : ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର : ଦଲାଲ ମୁକ୍ତ ହେବ ତହସିଲ ଅଫିସ ।  ଗୋଟିଏ ଜମିକୁ ମନଇଚ୍ଛା ଦଲାଲ ବାରମ୍ବାର ବିକ୍ରି କରିପାରିବେ ନାହିଁ ।  ଲୋକଙ୍କୁ ଉନ୍ନତମାନର ରାଜସ୍ବ ସେବା ଯୋଗାଇବାକୁ ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।  ରାଜସ୍ବ ସେବା ହାତ ପାହାନ୍ତରେ ପହଞ୍ଚାଇବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଉଛନ୍ତି ।  ସେହିପରି ସବୁ କିଛି ଏଣିକି ଅନଲାଇନରେ ହେବ । ନଗଦ ଟଙ୍କା କାରବାର ହଟିବ ବୋଲି ସେ କହିଛନ୍ତି ।  ଆଜିଠାରୁ […]

ଓଡ଼ିଶା

ପୁରୀରେ ପଞ୍ଚୁକ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଡିଆଇଜି : ସୁରକ୍ଷା ଦାୟିତ୍ବରେ ରହିବେ ୩୨ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ : ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରାଞ୍ଚଳ ଡିଆଇଜି ଏବଂ ପୁରୀ ଏସପିଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରାଯାଇଛି । ପଞ୍ଚୁକ ପାଇଁ ସୁରକ୍ଷା ଦାୟିତ୍ବରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ, ୩୦୦ ହୋମଗାର୍ଡ, ଅତିରିକ୍ତ ଏସପି ୫ ଜଣଙ୍କ ସହିତ ବ୍ୟାପକ ମାତ୍ରାରେ ଡିଏସପି ଏବଂ ଏଏସଆଇଙ୍କୁ ମୁତୟନ କରାଯିବ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ […]

LOKA SAMACHAR @2026. All Rights Reserved || Developed By CBSPL