ଜାତୀୟ

ଆନ୍ଧ୍ରପ୍ରଦେଶ ଦଳାଚକଟା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଓଡ଼ିଆ ଯୁବତୀ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ ରହିଛନ୍ତି। ସେ ହେଲେ ଆର. ରୁପା। ତାଙ୍କ ଘର ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଡ଼ିପଦର ଗ୍ରାମରେ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରୁପାଙ୍କ ମରଶରୀରକୁ ଗାଁକୁ ଅଣାଯାଉଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିର ଭିତରେ ଶୁକ୍ରବାର ଦଳାଚକଟା ଘଟିଥିଲା। ଏକାଦଶୀ ଉପଲକ୍ଷେ ମନ୍ଦିରରେ […]

ଓଡ଼ିଶା ଭୁବନେଶ୍ୱର

ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟର ପ୍ରକଳ୍ପ ପାଇଁ ପଡ଼ିଲା ଭିତ୍ତି ପ୍ରସ୍ତର, ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସେମିକଣ୍ଡକ୍ଟର କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଛି । ଆଜି ଭୁବନେଶ୍ୱରର ଇନ୍‌ଫୋଭ୍ୟାଲି ଠାରେ SiCSem ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଇଛନ୍ତି । ସୂଚନାଯୋଗ୍ୟ ଯେ ସମୁଦାୟ ୨୦୦୦ କୋଟି ଟଙ୍କାର ପୁଞ୍ଜିନିବେଶରେ ଏହି ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାଦ୍ୱାରା ପ୍ରାୟ ୧୦୦୦ ପ୍ରଫେସନାଲ ମାନଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ […]

ଓଡ଼ିଶା ଭୁବନେଶ୍ୱର

ଚନ୍ଦକାରୁ ନରକଙ୍କାଳ ଉଦ୍ଧାର ଘଟଣା: ବାପା-ପୁଅ ଗିରଫ

ଭୁବନେଶ୍ୱର: ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଏହି ନରକଙ୍କାଳ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କର। ତାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦିଆଯାଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏହା ସହିତ ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାପା-ପୁଅ। ଅଭିଯୁକ୍ତଙ୍କୁ ପୁଲିସ ଘଟଣାସ୍ଥଳକୁ ନେଇ କ୍ରାଇମସିନ୍‌ ରିକ୍ରିଏସନ କରିଛି। ଏ ନେଇ ପୁଲିସ କମିଶନର ଏସ. ଦେବଦତ୍ତ ସିଂହ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା […]

ଓଡ଼ିଶା ଭୁବନେଶ୍ୱର

୨୪ ଘଣ୍ଟାରେ ଲଘୁଚାପ, ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର :  ୨୪ ଘଣ୍ଟାରେ ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା।  ଦକ୍ଷିଣ ମିଆଁମାର ଉପକୂଳ ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।   ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।  ଏନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ ।  ଏହାର ପ୍ରଭାବରେ ଆଜି ଓଡ଼ିଶାରେ ଝଡ଼ବର୍ଷା […]

କ୍ରୀଡା

ଟେନିସରୁ ଅବସର ନେଲେ ବୋପାନ୍ନା

ଭାରତର ତାରକା ଟେନିସ ଖେଳାଳି ରୋହନ ବୋପାନ୍ନା ନିଜର ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭାବବିହ୍ବଳପୂର୍ଣ୍ଣ ପୋଷ୍ଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଫଳରେ ବୋପାନ୍ନାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଏକପ୍ରକାର ନିରାଶା ଦେଖିବାକୁ ମିଳିଛି। ବୋପାନ୍ନା ନିଜ ପୋଷ୍ଟରେ ଲେଖିଛନ୍ତି, ‘ଏକ ବିଦାୟ, କିନ୍ତୁ ଶେଷ ନୁହେଁ। ଏଭଳି ସମୟରେ ବିଦାୟ ନେବା ବହୁତ କଷ୍ଟକର ହେଉଛି, ଯାହା ଆପଣଙ୍କ ଜୀବନକୁ ସାର୍ଥକ ବନାଇଥାଏ। ୨୦ ଅବିସ୍ମରଣୀୟ ବର୍ଷ ପରେ ଏବେ […]

ଓଡ଼ିଶା

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ରାଜ୍ୟ ବାହାରେ ପୋଲିସର ତନାଘନା

ବ୍ରହ୍ମପୁର: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ କୁଆଡ଼େ ଗଲେ ସାର୍ପସୁଟର କୁରୁପତି ଭୂୟାଁ ଓ ମାଷ୍ଟରମାଇଣ୍ଡ ଉମା ବିଶୋୟୀ । ଉଭୟଙ୍କୁ ଧରିବା ପାଇଁ ପୋଲିସର ସ୍ବତନ୍ତ୍ର ଟିମ ରାଜ୍ୟ ଓ ରାଜ୍ୟ ବାହରେ ତନାଘନା ତଦନ୍ତ ଜାରି ରଖିଛି । ଉଭୟଙ୍କ ଶେଷ ଲୋକସନ ଝାଡ଼ଖଣ୍ଡ ଥିଲା । ଏହାପରେ ସେମାନେ କୁଆଡ଼େ ଯାଇଛନ୍ତି, କେଉଁଠି ଆତ୍ମଗୋପନ କରିଛନ୍ତି ତାର ଟେର ପାଇନି ପୋଲିସ । ସେମାନଙ୍କୁ ଧରିବା ପାଇଁ ପୋଲିସ ଦୁଇଟି ଟିମ […]

ଓଡ଼ିଶା

ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ୨ଟି କିସ୍ତିର ଟଙ୍କା ମିଳିବ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ବଡ଼ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ନୂଆ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ମହିଳା ଦିବସରେ ସୁଭଦ୍ରା ଟଙ୍କା ମିଳିବ । ଏଥିପାଇଁ ଆଜିଠୁ ଆବେଦନ କରିପାରିବେ ନୂଆ ହିତାଧିକାରୀ । ଆଜିଠୁ ମାସେ ପର୍ଯ୍ୟନ୍ତ ସୁଭଦ୍ରା ପୋର୍ଟାଲରେ ଆବେଦନ କରି ପାରିବେ । ୨୧ବର୍ଷ ହୋଇିଥିବା ଯୁବତୀ ଏବଂ ପୂର୍ବରୁ ଯେଉଁମାନ ବାଦ ପଡିଥିଲେ ସେମାନେ ମଧ୍ୟ ଆବେଦନ କରିପାରିବେ । ନୂଆ ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ […]

ଜାତୀୟ

ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ହୋଇପଡିଛନ୍ତି। ଗତ ରାତିରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଧର୍ମେନ୍ଦ୍ରଙ୍କୁ ଏବେ ୮୯ ବର୍ଷ। ଚଳିତବର୍ଷ ଆରମ୍ଭରେ ତାଙ୍କ ଆଖି ସର୍ଜରୀ ହୋଇଥିଲା । ହସ୍ପିଟାଲରୁ ବାହାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରଣଭୀର […]

ଓଡ଼ିଶା କ୍ରୀଡା

୨୦୨୬ରେ ବଲାଙ୍ଗିରରେ ଆୟୋଜିତ ହେବ ଜାତୀୟ ସ୍ତରୀୟ ହାଫ୍ ମାରାଥନ

ଭୁବନେଶ୍ବର: ୨୦୨୬ ମସିହା ଫେବୃଆରୀ ୧ ତାରିଖରେ ବଲାଙ୍ଗିର ଠାରେ ଜାତୀୟ ସ୍ତରୀୟ ହାଫ୍ ମାରାଥନ ଦୌଡ଼ ଆୟୋଜିତ ହେବ। ଏହି ଘୋଷଣା ୩୧ ଅକ୍ଟୋବର ୨୦୨୫ ରେ ବଲାଙ୍ଗିର ସହରରେ ହୋଇଥିବା ଏକ ଉଦ୍ଘାଟନୀ ସଭାରେ କରାଯାଇଥିଲା। ସଭାରେ ଉପସ୍ଥିତ ଥିଲେ ସହାୟକ ଜିଲ୍ଲାପାଳ ରାମ ନାରାୟଣ ମିଶ୍ର, ଏସ୍‌ଡିପିଓ ସରୋଜ ଉପାଧ୍ୟାୟ, ଟ୍ରେଜରି ଅଫିସର ଭୀମସେନ ବାଗ୍, ଜିଲ୍ଲା ଫୁଟବଲ କୋଚ୍ ପରସରା ବାଗ୍, ଲୋଅର ସୁକ୍ତେଲ ଡାମ ଆକାଉଣ୍ଟସ ଅଫିସର ଜଗତପାଳ ସେଠ […]

ଓଡ଼ିଶା

ନୂଆପଡ଼ା ଉପ-ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓଡ଼ିଶା ପୋଲିସ ସହିତ CRPF ର ୧୪ କମ୍ପାନୀ ନିୟୋଜିତ

ନୂଆପଡ଼ା: ନୂଆପଡ଼ା ଭୋଟ ପାଇଁ ନକ୍ସଲ ଚ୍ୟାଲେଞ୍ଜ । ନୂଆପଡ଼ା ଛତିଶଗଡ଼ ସୀମାକୁ ଲାଗିଛି । ତେଣୁ ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଓଡ଼ିଶା ପୋଲିସ ସହିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ […]

LOKA SAMACHAR @2026. All Rights Reserved || Developed By CBSPL