ଓଡ଼ିଶା କ୍ରୀଡା

୨୦୨୬ରେ ବଲାଙ୍ଗିରରେ ଆୟୋଜିତ ହେବ ଜାତୀୟ ସ୍ତରୀୟ ହାଫ୍ ମାରାଥନ

ଭୁବନେଶ୍ବର: ୨୦୨୬ ମସିହା ଫେବୃଆରୀ ୧ ତାରିଖରେ ବଲାଙ୍ଗିର ଠାରେ ଜାତୀୟ ସ୍ତରୀୟ ହାଫ୍ ମାରାଥନ ଦୌଡ଼ ଆୟୋଜିତ ହେବ। ଏହି ଘୋଷଣା ୩୧ ଅକ୍ଟୋବର ୨୦୨୫ ରେ ବଲାଙ୍ଗିର ସହରରେ ହୋଇଥିବା ଏକ ଉଦ୍ଘାଟନୀ ସଭାରେ କରାଯାଇଥିଲା।

ସଭାରେ ଉପସ୍ଥିତ ଥିଲେ ସହାୟକ ଜିଲ୍ଲାପାଳ ରାମ ନାରାୟଣ ମିଶ୍ର, ଏସ୍‌ଡିପିଓ ସରୋଜ ଉପାଧ୍ୟାୟ, ଟ୍ରେଜରି ଅଫିସର ଭୀମସେନ ବାଗ୍, ଜିଲ୍ଲା ଫୁଟବଲ କୋଚ୍ ପରସରା ବାଗ୍, ଲୋଅର ସୁକ୍ତେଲ ଡାମ ଆକାଉଣ୍ଟସ ଅଫିସର ଜଗତପାଳ ସେଠ ଏବଂ ଆଇସିଆଇସିଆଇ ବ୍ୟାଙ୍କ ବଲାଙ୍ଗିର ଶାଖା ପ୍ରବନ୍ଧକ ରଞ୍ଜିତ ମିଶ୍ର, ବଲାଙ୍ଗିର ମାରାଥନ ଆସୋସିଏସନ୍‌ର ସଭାପତି ପ୍ରଶାନ୍ତ ନାୟକ, ସଚିବ ସଞ୍ଜୟ ପ୍ରଧାନ, ସଦସ୍ୟ ଶଶିକାନ୍ତ ରାଉତ, ରଞ୍ଜନ ନାଏକ, ସୁରଜ ପଟେଲ, ଲିଲୁ ପ୍ରଧାନ, ରବିନ୍ଦ୍ର ସାହୁ, ସୋମନାଥ ତ୍ରିପାଠୀ, ଜିତେନ୍ଦ୍ର ରାଉତ, ମନୋଜ ପ୍ରଧାନ, ସୁଜିତ ସାଗର ଓ ମୁଖିରାମ କାମ୍ପା।

ଏଥିରେ ହାଫ୍ ମାରାଥନରେ ୨୧ କି.ମି, ୧୦ କି.ମି, ଓ ୫ କି.ମି. ଆଦି ବର୍ଗ ରହିବ। ଏହି ଦୌଡ଼ ବଲାଙ୍ଗିର ଜିଲ୍ଲାର ସୁନ୍ଦର ପରିଦୃଶ୍ୟ ଓ ସାଂସ୍କୃତିକ ଐତିହ୍ୟକୁ ଦେଶର ସମ୍ମୁଖରେ ଆଣିବା ସହିତ ଏକ ସ୍ମରଣୀୟ ଅଭିଜ୍ଞତା ହେବ। ବଲାଙ୍ଗିର ମାରାଥନ ୨୦୨୬ ରେ ଦେଶର ବିଭିନ୍ନ ରାଜ୍ୟରୁ ଧାବକମାନଙ୍କ ଯୋଗଦାନ ଆଶା କରାଯାଉଛି। ପ୍ରତିଟି ବିଭାଗରେ ବିଜେତାମାନଙ୍କୁ ନଗଦ ପୁରସ୍କାର ଓ ପଦକ ପ୍ରଦାନ କରାଯିବ। ଆଗାମୀ ଦିନରେ ଏହି ମାରାଥନ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL