ଓଡ଼ିଶା

ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଲେ ବସ୍‌ ଡ୍ରାଇଭର

ବୋଲଗଡ଼: ବସ ଚଳାଉଥିଲେ। ହଠାତ ଆସିଲା ହୃଦଘାତ। ଡାକ୍ତରଖାନାରେ ଡ୍ରାଇଭରଙ୍କୁ ମୃତ ଘୋଷଣା କଲେ ଡାକ୍ତର। କିନ୍ତୁ ମୃତ୍ୟୁ ପୂର୍ବରୁ ୪୦ ଜୀବନ ବଞ୍ଚାଇଛନ୍ତି ଡ୍ରାଇଭର ଜଣକ। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲା ବୋଲଗଡ଼ ଅଞ୍ଚଳରୁ।

ସୂଚନା ଅନୁସାରେ, ଡ୍ରାଇଭର ଜଣକ ବସ ଚଳାଉଥିବା ବେଳେ ହଠାତ ଗୁରୁତର ଅସୁସ୍ଥ ଅନୁଭବ କରିଥିଲେ। କାଳ ବିଳମ୍ବ ନ କରି ତୁରନ୍ତ ସେ ବୋଲଗଡ଼ ବସଷ୍ଟାଣ୍ଡ ନିକଟରେ ଗାଡ଼ିକୁ ସାଇଡ୍‌ କରିଦେଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠି ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ଡ୍ରାଇଭର ଜଣକ ଠିକ ସମୟରେ ଗାଡ଼ି ଅଟକାଇ ନ ଥିଲେ ବସରେ ଥିବା ୪୦ ଯାତ୍ରୀ ଏକ ନିଶ୍ଚିତ ଦୁର୍ଘଟଣାର ଶିକାର ହୋଇଥାଆନ୍ତେ। ଡ୍ରାଇଭରଙ୍କ ଏପରି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL