ଜାତୀୟ

ସଂଘ ଉପରେ ୩ ଥର ବ୍ୟାନ ଲଗାଇବାକୁ ଉଦ୍ୟମ ହୋଇଥିଲା, ଆଉ ଥରେ ଚେଷ୍ଟା କରି ଦେଖି ପାରନ୍ତି: RSS

ଜବଲପୁର  : କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ (ଆରଏସଏସ)କୁ ବ୍ୟାନ କରିବା ବୟାନକୁ ନେଇ ଏବେ ଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି। ଏଥିରେ ଆରଏସଏସ ମଧ୍ୟ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି। ଆରଏସଏସର ସର କାର୍ଯ୍ୟବାହ ଦତ୍ତାତ୍ରେୟ ହୋସବୋଲେ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଉଦ୍ୟମ ହୋଇ ସାରିଛି, ହେଲେ ସମାଜ ସବୁଥର ସଂଘର ସାଥ ଦେଇଛି।

ହୋସବୋଲେ କହିଛନ୍ତି ଯେ କଂଗ୍ରେସ ପୂର୍ବରୁ ମଧ୍ୟ ୩ ଥର ଏଥି ପାଇଁ ଉଦ୍ୟମ କରିଥିଲା। ଏଣୁ ଆଉ ଥରେ କରିକି ଦେଖି ପାରନ୍ତି। ହୋସବୋଲେ କହିଛନ୍ତି ଯେ କେବଳ ବ୍ୟାନ କରିବାକୁ ଚାହାନ୍ତି, ନା ଏଥି ପାଇଁ କାରଣ ବି ଦର୍ଶାଇବେ?ସଂଘର କାମକୁ ସରକାର ଓ ସମାଜ ସ୍ୱୀକାର କରିଛି। ଆରଏସଏସ ରାଷ୍ଟ୍ର ଓ ସଂସ୍କୃତି ଲାଗି କାମ କରୁଥିବା ସଙ୍ଗଠନ। ହୋସବୋଲେ କହିଛନ୍ତି ଯେ ସଂଘର ସ୍ୱୟଂ ସେବୀ ସବୁ ପାର୍ଟିରେ ଅଛନ୍ତି, କିନ୍ତୁ ବିଜେପିରେ ଅଧିକ ଅଛନ୍ତି। ଅନ୍ୟ ପାର୍ଟି ସ୍ୱୟଂ ସେବକମାନଙ୍କୁ କମ୍ ପ୍ରବେଶ ଦିଅନ୍ତି, ଏଥି ପାଇଁ ବିଜେପିରେ ଅଧିକ ଥିବା ଦେଖା ଯାଉଛନ୍ତି।

ଦତ୍ତାତ୍ରୟ ହୋସବୋଲେ କଂଗ୍ରେସ ସଭାପତିଙ୍କ ଉପରେ ଖୁବ୍ ବର୍ଷି ଛନ୍ତି। କହିଛନ୍ତି କଂଗ୍ରେସ ଜାତୀୟ ସଭାପତିଙ୍କୁ ତାଙ୍କ ପୂର୍ବ ଅଭିଜ୍ଞତାରୁ କିଛି ଶିଖିବା ଦରକାର। କଂଗ୍ରେସ ଏ ନେଇ ପୂର୍ବରୁ ମଧ୍ୟ ପ୍ରୟାସ କରିଥିଲା, ହେଲେ ନ୍ୟାୟାଳୟ, ସମାଜ ଓ ଲୋକେ ଏହାର ଜବାବ ଦେଇଥିଲେ। ଆପଣ ପ୍ରତିବନ୍ଧକର କଥା କହିଦେଲେ ପ୍ରତିବନ୍ଧକ ଲାଗିଯିବନି। ଏଥିପାଇଁ ମଜଭୁତ କାରଣ ଥିବା ମଧ୍ୟ ଦରକାର। ସଂଘ ଲଗାତାର ଦେଶର ସୁରକ୍ଷା, ସଂସ୍କୃତି, ଏକତା ଓ ସମାଜ ଲାଗି କାମ କରୁଥିବା ସଙ୍ଗଠନ।  ଏଣୁ କଂଗ୍ରେସର ଅଭିଜ୍ଞ ନେତାଙ୍କୁ ବୁଝି ବିଚାରୀ ଏପରି ବୟାନ ଦେବା ଦରକାର।  

aduser

About Author

LOKA SAMACHAR @2026. All Rights Reserved || Developed By CBSPL