କ୍ରୀଡା ଜାତୀୟ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶ୍ରେୟସ୍‌ ଆୟର

ନୂଆଦିଲ୍ଲୀ: ଭାରତୀୟ ଉପ-ଅଧିନାୟକ ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏ ନେଇ ନେଇ ଶନିବାର ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ସମୟରେ ଆଲେକ୍ସ କେରୀଙ୍କ ବ୍ୟାକୱର୍ଡ ପଏଣ୍ଟରେ ଏକ କ୍ୟାଚ ନେବାଲାଗି ଆୟର ପଛକୁ ଦୌଡ଼ୁଥିବାବେଳେ ଆଘାତ ପାଇଥିଲେ। ସେହି ସମୟରେ ପଡ଼ିଯିବାରୁ ତାଙ୍କ ବାମ ପଞ୍ଜରାରେ ଆଘାତ ଲାଗିଥିଲା। ବିସିସିଆଇ ରିପୋର୍ଟରେ ତାଙ୍କ ପଞ୍ଜରା ଫାଟି ଯାଇଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ସିଡ୍‌ନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଯେଉଁଠାରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁଁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ବର୍ତ୍ତମାନ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ତେବେ ଶ୍ରେୟସଙ୍କୁ ସର୍ବୋତ୍ତମ ଚିକିତ୍ସା ପ୍ରଦାନ କରିଥିବାରୁ ସିଡନୀରେ ଡାକ୍ତର କୁରୁଶ ହାଘିଘି ଓ ତାଙ୍କ ଦଳ ଏବଂ ଭାରତରେ ଡାକ୍ତର ଦିନଶା ପାରଦିୱାଲାଙ୍କୁ ବିସିସିଆଇ ଧନ୍ୟବାଦ ଜଣାଇଛି। ତେବେ ଶ୍ରେୟସଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଧ୍ୟାନରେ ରଖି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ସେ ସିଡନୀରେ ରହିବା ନେଇ ବିସିସିଆଇ ତରଫରୁ କୁହାଯାଇଛି। ଏଥିସହିତ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ଭାରତ ଆସିବେ ବୋଲି ମଧ୍ୟ କୁହାଯାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL