ଓଡ଼ିଶା

ନଭେମ୍ବର ୧୦ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆସନ୍ତା ୧୦ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏ ସମ୍ପର୍କରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଅଭିଯୋଗ ଶୁଣାଣି ଶିବିର ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣ ମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ […]

ଓଡ଼ିଶା

ନୂଆପଡାରେ ହେବ ମେଡିକାଲ କଲେଜ: ମନମୋହନ ସାମଲ

ନୂଆପଡା: ନୂଆପଡା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବିଜେପି ସଭାପତି ମନମୋହନ ସାମଲ ବଡ ସୂଚନା ଦେଇଛନ୍ତି। ସେ ଏକ ପ୍ରେସମିଟ୍‌ରେ କହିଛନ୍ତି ନୂଆପଡାରେ ମେଡିକାଲ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଛି। ନୂଆପଡାକୁ ଏକ ନଂ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ। ୫୦୦ ଦିନରେ ଆମେ କଣ କରିଛୁ, ତାହା ସମସ୍ତେ ଦେଖିଲେଣି। ୨୪ ବର୍ଷ ଶାସନରେ ବିଜେଡି ନୂଆପଡା ପାଇଁ କଣ କରିଛି ନବୀନ ବାବୁ କୁହନ୍ତୁ। ନୂଆପଡାରେ ୭୫ ହଜାର ମା, […]

ଓଡ଼ିଶା

ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ

ଭୁବନେଶ୍ବର: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ । ସୁନାବେଡା ଅଞ୍ଚଳ ମାଓବାଦୀ ପ୍ରଭାବିତ ହୋଇଥିବାରୁ ବୁଥ୍ ପାଇଁ ପରିବହନ ନିମନ୍ତେ ଭାରତୀୟ ବାୟୁସେନାର ବିମାନ ଉପଯୋଗ କରାଯିବ । ଆଉ ବୁଥକୁ ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି । ଆଜି ସନ୍ଧ୍ୟା ୭ଟାରୁ ବୁଥ […]

ଓଡ଼ିଶା

ଆପାର୍ଟମେଣ୍ଟ ଭୁଷୁଡିବା ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା

କଟକ : କଟକରେ ଆପାର୍ଟମେଣ୍ଟ ଭୁଷୁଡିବା ଘଟଣାରେ ତନାଘନା । ଏତେ ବଡ଼ ଦୁର୍ଘଟଣା ପାଇଁ ଦାୟୀ କିଏ ଚାଲିଛି ତନାଘନା। ସେପଟେ କଟକ ସହରରେ ଥିବା ଅସୁରକ୍ଷିତ କୋଠାର ଯାଂଚ ପାଇଁ ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ ହୋଇଛି । ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠିତ ହୋଇଛି। ସଦର ଉପଜିଲ୍ଲାପାଳ, ସିଏମସି ସିଟି ଇଂଜିନିୟର ଓ ଆର.ଏଣ୍ଡ.ବି ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ କମିଟି ଗଠନ କରାଯାଇଛି। ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବ […]

ଓଡ଼ିଶା

ଶିକ୍ଷକଙ୍କୁ ସୁପ୍ରିମ ଆଶ୍ବସ୍ତି, TET ଡେଡ୍ ଲାଇନ୍ ପୂର୍ବରୁ ପାସ୍ କରିଥିଲେ ଯିବନି ଚାକିରି

ଭୁବନେଶ୍ବର: ଶିକ୍ଷକଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ବସ୍ତି । TET ଡେଡ୍ ଲାଇନ୍ ପୂର୍ବରୁ ପାସ୍ କରିଥିଲେ ଯିବ ନାହିଁ ଚାକିରି । କୋର୍ଟ କହିଛନ୍ତି, TET ପାସ୍ କରିବା ପାଇଁ RTE ଆଇନ ଅନୁଯାୟୀ ବର୍ଦ୍ଧିତ ସମୟ ସୀମା ୨୦୧୯ ମାର୍ଚ୍ଚ ୩୧ ଦିଆଯାଇଥିଲା । ସେହି ସମୟ ପୂର୍ବରୁ ଯଦି କୌଣସି ଶିକ୍ଷକ ଯୋଗ୍ୟତା ହାସଲ କରିଛନ୍ତି ତାହେଲେ ନିଯୁକ୍ତି ସମୟରେ TET ନଥିବା ଯୋଗୁ ଚାକିରିରୁ ବରଖାସ୍ତ କରାଯାଇପାରିବନାହିଁ । ମୁଖ୍ୟ ବିଚାରପତି ବି.ଆର୍. ଗଭାଇଙ୍କ […]

ଓଡ଼ିଶା

ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ମାମଲା: ୪ଟି ସ୍ଥାନରେ ଚଢ଼ାଉ, ୮୪ ଲକ୍ଷ ଟଙ୍କା ଜବତ

ଭୁବନେଶ୍ବର: ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ମାମଲାରେ ଇଡିର ଚଢ଼ଉ । ମାଲିକ ପ୍ରଦୀପଙ୍କ ଘରୁ ମିଳିଲା ନଗଦ ୮୪ ଲକ୍ଷ । ମନି ଲଣ୍ଡରିଂ ନିବାରଣ ଆଇନ୍ ୨୦୦୨ (ପିଏମ୍ଏଲଏ) ଅନୁସାରେ ବ୍ରହ୍ମପୁରର ୪ ଟି ସ୍ଥାନରେ ଚଢ଼ଉ କରାଯାଇଛି । ଚଢ଼ଉ ସମୟରେ ଇଡିକୁ ହିସାବ ବିହୀନ ୮୪.୨୦ ଲକ୍ଷ ଟଙ୍କା ମିଳିଥିଲା । ଏହା ସହିତ ଗୋଟିଏ ଅସ୍ଥାବର ସମ୍ପତ୍ତିର ଡକ୍ୟୁମେଣ୍ଟ, ଦଲିଲ୍, ମର୍ସିଡିଜ୍ କାର, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଡିଜିଟାଲ୍ ଡିଭାଇସ୍ ମଧ୍ୟ ଜବତ […]

ଓଡ଼ିଶା

କେନାଲକୁ ଖସିଲା ବାଇକ, ଯୁବକ ମୃତ

କଣ୍ଟାବାଞ୍ଜି: କେତେବେଳେ କାହା ଜୀବନରେ ଖରାପ ସମୟ ଆସି ପହଞ୍ଚେ ସେ ବିଷୟରେ କେହି ଆଗରୁ ଜାଣି ନଥାନ୍ତି । ଦୁର୍ଘଟଣା ଘଟିଗଲା ପରେ ବି ସହଜରେ ବିଶ୍ୱାସ କରିହୁଏ ନାହିଁ । ଚାହୁଁ ଚାହୁଁ କ୍ଷଣିକ ଭିତରେ ସବୁ କିଛି ଓଲଟ ପାଲଟ ହୋଇଯାଏ । ଖୁସି ବଦଳରେ ଲୁହରେ ଭିଜି ଯାଏ ପରିବେଶ । ଏମିତି ଏକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । କେନାଲ ବନ୍ଧରେ ରୁଣ୍ଡ ହୋଇଛନ୍ତି ଶହ ଶହ ଲୋକେ […]

ଜାତୀୟ

ବିହାରରେ ମୋଦୀଙ୍କ ଜୋରଦାର ପ୍ରଚାର: କହିଲେ ପିଲାଙ୍କ ପାଇଁ ଆରଜେଡି କଣ କରିବାକୁ ଚାହୁଁଛି

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରଚାର ହେଉଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବ, ଯାହାକି ଶେଷ ପର୍ଯ୍ୟାୟ ମତଦାନ ହେବ । ବିହାରରେ ଆଜି ନିର୍ବାଚନ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆଜି ସୀତାମାଢିରେ ପହଞ୍ଚି ନିର୍ବାଚନ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ଏହି ସଭାରେ ମୋଦୀ […]

ଜାତୀୟ

ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ୧ରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍‌ଜୁ । ସେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ପ୍ରସ୍ତାବିତ ଅଧିବେଶନ ତାରିଖକୁ ଅନୁମୋଦନ କରିଛନ୍ତି। ସୋସିଆଲ ମିଡ଼ିଆରେ ପୋଷ୍ଟ କରି କିରଣ କହିଛନ୍ତି, “ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ଡିସେମ୍ବର ୧, ୨୦୨୫ ରୁ ଡିସେମ୍ବର […]

କ୍ରୀଡା ଜାତୀୟ

ଶେଷ ଟି-୨୦ ବାତିଲ: ସିରିଜ କବଜା କଲା ଭାରତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ଭାରତ। ଶେଷ ମ୍ୟାଚଟି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଟିମ ଇଣ୍ଡିଆ ୨-୧ରେ ଶୃଙ୍ଖଳା ହାତେଇଛି। ଶନିବାର ଅନୁଷ୍ଠିତ ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟି କରି ୪.୫ ଓଭରରେ ୫୨ ରନ ସଂଗ୍ରହ କରିଥିଲା। ଏହା ପରେ ବର୍ଷା ହେବାରୁ ଖେଳକୁ ବନ୍ଦ ରଖାଯାଇଥିଲା। ଅନେକ ସମୟ ଧରି ବର୍ଷା ଜାରି ରହିବାରୁ ଶେଷରେ ମ୍ୟାଚକୁ ବାତିଲ କରାଯାଇଥିଲା। ଅଭିଶେଷ […]

LOKA SAMACHAR @2026. All Rights Reserved || Developed By CBSPL