ଓଡ଼ିଶା

ନୂଆପଡାରେ ହେବ ମେଡିକାଲ କଲେଜ: ମନମୋହନ ସାମଲ

ନୂଆପଡା: ନୂଆପଡା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବିଜେପି ସଭାପତି ମନମୋହନ ସାମଲ ବଡ ସୂଚନା ଦେଇଛନ୍ତି। ସେ ଏକ ପ୍ରେସମିଟ୍‌ରେ କହିଛନ୍ତି ନୂଆପଡାରେ ମେଡିକାଲ କଲେଜ କରିବାକୁ ଦଳ ନିଷ୍ପତ୍ତି ନେଇଛି। ନୂଆପଡାକୁ ଏକ ନଂ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ। ୫୦୦ ଦିନରେ ଆମେ କଣ କରିଛୁ, ତାହା ସମସ୍ତେ ଦେଖିଲେଣି। ୨୪ ବର୍ଷ ଶାସନରେ ବିଜେଡି ନୂଆପଡା ପାଇଁ କଣ କରିଛି ନବୀନ ବାବୁ କୁହନ୍ତୁ। ନୂଆପଡାରେ ୭୫ ହଜାର ମା, ଭଉଣୀ ସୁଭଦ୍ରା ଯୋଜନାରେ ଉପକୃତ। ନୂଆପଡାର ୪୫ ହଜାର ଚାଷୀ ୮ ଶହ ଟଙ୍କାର ଇନ୍‌ପୁଟ୍ ସହାୟତା ପାଇଛନ୍ତି। ବରଗଡ ସହ ନୂଆପଡାକୁ ରେଲଓ୍ବେ ଲାଇନ୍ ଯୋଡିବାକୁ ଜମି ଅଧିଗ୍ରହଣ ଚାଲିଛି। ଖରିଆର୍‌ ରୋଡରେ ମଧ୍ୟ ୪ ଲାଇନ୍ ଟ୍ରାକ୍ ପାଇଁ ଯୋଜନା ରହିଛି। ବେଇମାନ୍ , ଭୋଟ୍ ଚୋରି ପରି ଶଦ୍ଦର ବ୍ୟବହାରକୁ ମୁଁ ନିନ୍ଦା କରୁଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL