ଓଡ଼ିଶା

ତାଣ୍ଡବ ରଚିଲା ‘ଅର୍ଣ୍ଣବ’; ଘର ଉପରେ ଗଛ ପଡ଼ି ମହିଳା ମୃତ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ବର୍ଷା ସହ ପ୍ରବଳ ବର୍ଷା, ପବନ ଫଳରେ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଘଟଣା ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଜେନାପୁର ଗାଁରେ ଘଟିଛି। ବାତ୍ୟା ସହ ଜଡ଼ିତ ପ୍ରବଳ ପବନ ଏବଂ ଅତ୍ୟଧିକ ବର୍ଷା ଯୋଗୁଁ ଏପରି ଘଟଣା ଘଟିଥିବା ଜଣାପଡ଼ିଛି।

ମୃତ ମହିଳାଙ୍କ ନାମ ଲୋଭମତୀ ମୁଦୁଲି ବୋଲି ଚିହ୍ନଟ କରାଯାଇଛି ଏବଂ ତାଙ୍କୁ ପ୍ରାୟ ୪୦ ବର୍ଷ ବୟସ ହୋଇଥିଲା।ପ୍ରବଳ ପବନ କାରଣରୁ ରୋଷେଇ ଘର ନିକଟରେ ଥିବା ଏକ ଗଛ ଉପୁଡ଼ି ପଡ଼ି ଇଟା କାନ୍ଥ ଉପରେ ପଡ଼ିଥିଲା, ଯାହା ଫଳରେ ରୋଷେଇ ଘରର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସେହି ସମୟରେ ରୋଷେଇ କରୁଥିବା ମହିଳା ଜଣକ ଭଙ୍ଗା କାନ୍ଥ ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଚାରିଛକ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL