ନୀଳଗିରି: ଗ୍ୟାସ୍ ଟାଙ୍କି ଫାଟି ଜଣେ ମୃତ । ପେଟ୍ରୋଲ ଟାଙ୍କି ମାଲିକ, ମ୍ୟାନେଜର ଓ ଦୁଇ କର୍ମଚାରୀଙ୍କୁ ଉଠାଇ ନେଲା ପୋଲିସ । ବାଲେଶ୍ୱର ଜିଲ୍ଲା ନୀଳଗିରି ସହର ସ୍ଥିତ ୭ନମ୍ବର ୱାର୍ଡ ବାଳିଗୋହିରୀ ସ୍ଥିତ ସତ୍ୟସାଇ ଫିଲିଙ୍ଗି ଷ୍ଟେସନରେ ଅଘଟଣ । ପୁରୁଣା ତେଲ ଟାଙ୍କିକୁ ଗ୍ୟାସ୍ କଟରରେ କାଟୁଥିବା ବେଳେ ହଠାିତ୍ ଅଗ୍ନିକାଣ୍ଡ ହୋଇଥିଲା । ଏଥିରେ ଗ୍ୟାସ୍ ଟାଙ୍କି ଫାଟିଯିବାରୁ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।
ମୃତକ ହେଲେ ରେମୁଣା ବ୍ଲକ ଅଧିନସ୍ଥ ବିମୁରିଆ ଗାଁର ବୀରେନ୍ଦ୍ର ସିଂହ । ଘଟଣା ପରେ ଟାଙ୍କି ମାଲିକ ଦୀପ୍ତି କାନ୍ତ ମହାପାତ୍ର, ମ୍ୟାନେଜର କମଳାଲୋଚନ ନାୟକ, ଗ୍ୟାସ୍ କଟର କର୍ମଚାରୀ ୨ଜଣଙ୍କୁ ଉଠାଇ ନେଇଛି ପୋଲିସ । ଘଟଣାପରେ ପେଟ୍ରୋଲ ପମ୍ପରେ ଉତ୍ତେଜନା ଲାଗି ରହିଥିବାବେଳେ ଉତ୍ୟକ୍ତ ଲୋକେ ନ୍ୟାୟ ଦାବିରେ ଭଙ୍ଗାରୁଜା କରିଛନ୍ତି ।



