ଅନ୍ତର୍ଜାତୀୟ ଜାତୀୟ

ପାକ୍ ସେନା ମସଜିଦ୍‌ରେ କୁକୁର ବାନ୍ଧି ଏହାକୁ ଅପବିତ୍ର କରିଛନ୍ତି: ମୁନିର ସୈନିକଙ୍କ ଉପରେ ଆରୋପ ଆଣିଲେ ଆଫ୍ରିଦି

ଇସଲାମାବାଦ : ଖାଇବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ସୁହେଲ ଆଫ୍ରିଦି ପାକିସ୍ତାନ ସେନା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଖାଇବର ପଖତୁନଖ୍ୱାରେ ଅପରେସନ ସମୟରେ, ପାକିସ୍ତାନୀ ସେନା ମସଜିଦ୍‌ଗୁଡ଼ିକୁ ଅପବିତ୍ର କରିଛନ୍ତି। ସାଧାରଣ ‌ଲୋକଙ୍କୂ ନିର୍ଯାତନା ଦେଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁରକ୍ଷା ବାହିନୀ ଆମ ମସଜିଦ୍ ଭିତରେ କୁକୁରଙ୍କୁ ବାନ୍ଧି ରଖିଥିଲେ। ଆମେ ଏହାର ପ୍ରତିବାଦ କରିବାରୁ ଏହା ଏକ ବଡ଼ ପ୍ରସଙ୍ଗ ନୁହେଁ ବୋଲି କୁହାଯାଇଥିଲା। ଜନସ୍ୱାର୍ଥକୁ କ୍ଷତି ପହଞ୍ଚାଉଥିବା ଯେକୌଣସି […]

ଅନ୍ତର୍ଜାତୀୟ ଜାତୀୟ

ୟୁନୁସ୍‌ଙ୍କର ପର୍ଦ୍ଦାଫାସ୍ କଲେ ହସିନା: ବିଶ୍ବ ସମ୍ମୁଖରେ ଖୋଲିଲେ ମୁଖା

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ପ୍ରଶାସନକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଏବଂ ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଇସଲାମବାଦୀ ଗୋଷ୍ଠୀଗୁଡ଼ିକୁ ମୌଳବାଦୀ ଚିନ୍ତାଧାରା ପ୍ରସାର କରିବାରେ ସହାୟତା କରୁଥିବା ଅଭିଯୋଗ ହସିନା କରିଛନ୍ତି। “ଦି ୱିକ୍” ପତ୍ରିକାରେ ପ୍ରକାଶିତ ଏକ ଲେଖାରେ ଆୱାମୀ ଲିଗ୍ ନେତା ହସିନା କହିଛନ୍ତି, ହିଜବୁତ୍-ତାହରିର ଭଳି ଆତଙ୍କବାଦୀ ଗୋଷ୍ଠୀ ଦେଶରେ ଦମନ ନୀତି ଚଳାଇଛନ୍ତି। […]

ଜାତୀୟ

୬୯ ଜଣ ବିବାହିତା ମହିଳା କାହିଁକି ହେଲେ କୁମାରୀ

ଲକ୍ଷ୍ନୌ: ପଶ୍ଚିମ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ବିବାହିତ ମହିଳାମାନେ ନିଜକୁ ଅବିବାହିତା ଝିଅ ଭାବରେ ପରିଚୟ ଦେବାର ଏକ ଘଟଣା ସାମ୍ନାକୁ ଆସିଛି। ମୋଟ ୬୯ ଜଣ ମହିଳା ଏଭଳି କରିଛନ୍ତି। ମୁଖ୍ୟମନ୍ତ୍ରୀ ଗଣ ବିବାହ ଯୋଜନା ପାଇଁ ଆବେଦନ ମଗାଯାଇଥିଲା। ତଦନ୍ତ ପରେ ଜଣାପଡିଥିଲା ଯେ, ୬୯ ଜଣ ମହିଳା ଗଣ ବିବାହ ଯୋଜନା ପାଇଁ ଆବେଦନ କରିଥିଲେ। ସେମାନେ ସମସ୍ତେ ପୂର୍ବରୁ ବିବାହିତା ଥିଲେ। ମୁଖ୍ୟମନ୍ତ୍ରୀ ଗଣ ବିବାହ ଯୋଜନା ଅଧୀନରେ ଉତ୍ତର […]

ଜାତୀୟ

ଆହୁରି ଶକ୍ତିଶାଳୀ ହେଲା ଚୀନ ନୌସେନା, କାର୍ଯ୍ୟକ୍ଷମ ହେଲା ୩ୟ ବିମାନବାହୀ ଯୁଦ୍ଧପୋତ ‘ଫୁଜିଆନ’

ବେଜିଂ : ବିଶ୍ବ ଏବେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ବିଶ୍ବ ଆମେରିକା ନେତୃତ୍ବାଧୀନ ଏକ ଧ୍ରୁବୀୟରୁ ବ୍ୟବସ୍ଥାରୁ ବହୁ ଧ୍ରୁବୀୟ ବ୍ୟବସ୍ଥା ଆଡ଼କୁ ଗତି କରୁଛି । ଚୀନ ଆମେରିକାର ପ୍ରଭୂତ୍ବକୁ ଚ୍ୟାଲେଞ୍ଜ କରିବାକୁ ଛିଡ଼ା ହୋଇଛି ଓ ଧୀରେ ଧୀରେ ନିଜର ସାମରିକ ଶକ୍ତି ବଢାଇଚାଲିଛି । ଏହି କ୍ରମରେ ଚୀନ ଏକ ବଡ଼ ଲମ୍ଫ ଦେଇଛି । ଚୀନର ୩ୟ ବିମାନ ବାହକ ଯୁଦ୍ଧପୋତ ଫୁଜିଆନ କାର୍ଯ୍ୟକ୍ଷମ ହୋଇଛି […]

ଜାତୀୟ

ଅଳିଆ ଗଦାରେ ଭିଭିପାଟ୍ ସ୍ଲିପ୍: ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ନିର୍ବାଚନ କମିସନ

ପାଟନା: ବିହାର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯେଉଁଠାରେ ମତଦାନ ହୋଇସାରିଛି, ସେଠାରେ ଷ୍ଟ୍ରଙ୍ଗ୍ ରୁମଗୁଡ଼ିକୁ ସୁରକ୍ଷା ଦେବା ଏବଂ EVM ମେସିନଗୁଡ଼ିକର ଯତ୍ନ ନେବା ପାଇଁ ବହୁ ସଂଖ୍ୟକ ଲୋକଙ୍କୁ ନିୟୋଜିତ କରାଯାଇଛି। ଏଥିରେ ପୁଲିସ କର୍ମଚାରୀ ଏବଂ ଦଳୀୟ କର୍ମୀ ମଧ୍ୟ ସାମିଲ ଅଛନ୍ତି। ଏହି ସମୟରେ, ସମସ୍ତିପୁରରୁ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ସରାଇରଞ୍ଜନ ବିଧାନସଭା ନିର୍ବାଚନ ମଣ୍ଡଳୀର ଶୀତଲପଟ୍ଟି ଗାଁ ନିକଟରେ ହଜାର ହଜାର VVPAT ସ୍ଲିପ୍ ଅଳିଆ ଗଦାରେ ଫିଙ୍ଗାଯାଇଥିବା ଦେଖିବାକୁ […]

ଜାତୀୟ

‘ନ୍ୟାୟର ଭାଷା ଏପରି ହେବା ଉଚିତ ଯାହା ନ୍ୟାୟ ଚାହୁଁଥିବା ବ୍ୟକ୍ତି ବୁଝିପାରିବେ’: ମୋଦି

ନୂଆଦିଲ୍ଲୀ,୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ ନ୍ୟାୟ ଖୋଜୁଥିବା ବ୍ୟକ୍ତି ନ୍ୟାୟର ଭାଷା ବୁଝିବା ଉଚିତ। ସେ କହିଛନ୍ତି ଯେ ଆଇନ ପ୍ରସ୍ତୁତ କରିବା ସମୟରେ ଏହା ମନେ ରଖିବା ଉଚିତ। ସେ ୮୦,୦୦୦ ରୁ ଅଧିକ ରାୟକୁ ୧୮ ଟି ଭାରତୀୟ ଭାଷାରେ ଅନୁବାଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଥିଲେ ଏବଂ ଭବିଷ୍ୟତରେ ଏହା ହାଇକୋର୍ଟ ଏବଂ ଜିଲା ସ୍ତରରେ କାର୍ଯ୍ୟକାରୀ ହେବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ। […]

ଅର୍ଥନୀତି ଜାତୀୟ

ଏବେ ପିଲାମାନେ ବି କରିପାରିବେ ଡିଜିଟାଲ ପେମେଣ୍ଟ

ନୂଆଦିଲ୍ଲୀ,୮।୧୧: ଡିଜିଟାଲାଇଜେସନର ଏହି ଯୁଗରେ, ସବୁକିଛି ଡିଜିଟାଲ ହୋଇଯାଇଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ ପୈଠ କରିବା ପର୍ଯ୍ୟନ୍ତ ସବୁକିଛିରେ ଡିଜିଟାଲ ପେମେଣ୍ଟ ହୋଇପାରୁଛି। ଏହି ଡିଜିଟାଲ ଗତିକୁ ଆହୁରି ସୁରକ୍ଷିତ କରିବା ପାଇଁ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ବଡ଼ ପଦକ୍ଷେପ ନେଇଛି। RBI ଜୁନିଓ ପେମେଣ୍ଟସ ପ୍ରାଇଭେଟ ଲିମିଟେଡକୁ ପ୍ରିପେଡ ପେମେଣ୍ଟ ଉପକରଣ (PPI) ଜାରି କରିବାକୁ ନୀତିଗତ ଅନୁମୋଦନ ପ୍ରଦାନ କରିଛି। ଏହାର ଅର୍ଥ ଜୁନିଓ ଖୁବ […]

ଓଡ଼ିଶା

ଆଜିଠୁ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଫର୍ମ ପୂରଣ

କଟକ :୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ରେଗୁଲାର ଓ ଏକ୍ସରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ନଭେମ୍ବର ୮ରୁ ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଓ୍ବେବ୍‌ସାଇଟ୍‌ www.bseodisha.ac.inରେ ପ୍ରଦତ୍ତ ଲିଙ୍କ୍‌ ମାଧ୍ୟମରେ ୨୪ ଘଣ୍ଟିଆ ଅନ୍‌ଲାଇନ ଜରିଆରେ ଫର୍ମ ପୂରଣ କରାଯିବ। ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ/ପ୍ରଧାନଶିକ୍ଷକଙ୍କ ଜରିଆରେ ନଭେମ୍ବର ୮ରୁ ୨୨ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଏହି ଫର୍ମ ପୂରଣ କରାଯିବ। ଏଥିପାଇଁ ସମସ୍ତ ସୂଚନା ବୋର୍ଡ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହୋଇଛି। ଅନୁରୂପ […]

ଓଡ଼ିଶା

ଜି.ଉଦୟଗିରି ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ସହର: ୧୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ

ଜି.ଉଦୟଗିରି : କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଦୈନନ୍ଦିନ ପାରଦ କମୁଥିବା ବେଳେ ଶୀତର ପ୍ରକୋପ ବଢ଼ୁଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନାନୁସାରେ, ଶନିବାର ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ୧୧ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିଲା। ଶୀତ ବଢ଼ୁଥିବା ବେଳେ ଶୀତବସ୍ତ୍ର କିଣିବା ପାଇଁ ବଜାରରେ ଭିଡ଼ ଦେଖିବାକୁ ମିଳୁଛି। କିଛିବର୍ଷ ହେବ ଜି.ଉଦୟଗିରିରେ ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ସହ […]

ଓଡ଼ିଶା

ରାଜଧାନୀରେ ଖୋଲିବ ଗୁପ୍‌ଚୁପ୍ କର୍ଣ୍ଣର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଏଣିକି ଆଉ ରାସ୍ତା କଡ଼ରେ ଠିଆ ହୋଇ ଖାଇବାକୁ ପଡ଼ିବନି ଗୁପ୍‌ଚୁପ୍‌। ଗୋଟିଏ ଜାଗାରେ ମିଳିବ ଭଳି କି ଭଳି ଗୁପ୍‌ଚୁପ୍। କାରଣ ଭୁବନେଶ୍ୱର ମହାନଗର ନିଗମ (BMC) ଖୋଲିବ ଗୁପ୍‌ଚୁପ୍‌ କର୍ଣ୍ଣର। ପାଇଲଟ ପ୍ରୋଜେକ୍ଟ ଭାବେ ଆଚାର୍ଯ୍ୟ ବିହାର ନିକଟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ( ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଏଜୁକେଶନ ବା RIE) ସମ୍ମୁଖରେ ଜାଗା ଚିହ୍ନଟ କରିଛି ବିଏମ୍‌ସି। ଏହି ଜାଗାକୁ ବୁଲି ଦେଖିଛନ୍ତି ଭୁବନେଶ୍ୱର […]

LOKA SAMACHAR @2026. All Rights Reserved || Developed By CBSPL