ଅନ୍ତର୍ଜାତୀୟ ଜାତୀୟ

ପାକ୍ ସେନା ମସଜିଦ୍‌ରେ କୁକୁର ବାନ୍ଧି ଏହାକୁ ଅପବିତ୍ର କରିଛନ୍ତି: ମୁନିର ସୈନିକଙ୍କ ଉପରେ ଆରୋପ ଆଣିଲେ ଆଫ୍ରିଦି

ଇସଲାମାବାଦ : ଖାଇବର ପଖତୁନଖ୍ୱା ମୁଖ୍ୟମନ୍ତ୍ରୀ ସୁହେଲ ଆଫ୍ରିଦି ପାକିସ୍ତାନ ସେନା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଖାଇବର ପଖତୁନଖ୍ୱାରେ ଅପରେସନ ସମୟରେ, ପାକିସ୍ତାନୀ ସେନା ମସଜିଦ୍‌ଗୁଡ଼ିକୁ ଅପବିତ୍ର କରିଛନ୍ତି। ସାଧାରଣ ‌ଲୋକଙ୍କୂ ନିର୍ଯାତନା ଦେଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁରକ୍ଷା ବାହିନୀ ଆମ ମସଜିଦ୍ ଭିତରେ କୁକୁରଙ୍କୁ ବାନ୍ଧି ରଖିଥିଲେ। ଆମେ ଏହାର ପ୍ରତିବାଦ କରିବାରୁ ଏହା ଏକ ବଡ଼ ପ୍ରସଙ୍ଗ ନୁହେଁ ବୋଲି କୁହାଯାଇଥିଲା। ଜନସ୍ୱାର୍ଥକୁ କ୍ଷତି ପହଞ୍ଚାଉଥିବା ଯେକୌଣସି ନୀତି ଗ୍ରହଣୀୟ ନୁହେଁ। ଆମେ ପୂର୍ବରୁ କେବେ ଏପରି ନୀତି ଗ୍ରହଣ କରିନାହୁଁ ଏବଂ ଭବିଷ୍ୟତରେ ମଧ୍ୟ ଏଭଳି କାର୍ଯ୍ୟକୁ ଗ୍ରହଣ କରିବୁ ନାହିଁ।
ଆଫ୍ରିଦି ଖାଇବର ପଖତୁନଖ୍ୱା ଏବଂ ଆଦିବାସୀ ଅଞ୍ଚଳରେ ଚାଲିଥିବା ସାମରିକ ଅଭିଯାନକୁ ସମାଲୋଚନା କରି କହିଛନ୍ତି ଯେ, ଏହି ଅଭିଯାନରେ ଅନେକ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ଯୁଦ୍ଧ ଅପରାଧ।
ଏହି ସାମରିକ କାର୍ଯ୍ୟାନୁଷ୍ଠାନ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀ ଉଭୟଙ୍କୁ କ୍ଷତି ପହଞ୍ଚାଇଛି। ବହୁ ଲୋକଙ୍କୁ ହତ୍ୟା,ମହିଳାମାନଙ୍କୁ ନିର୍ଯାତନା ଏବଂ ମସଜିଦ୍‌କୁ ଧ୍ୱଂସ କରାଯାଇଥିବାର ଦେଖିଛୁ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘନିଷ୍ଠ ସହଯୋଗୀ ସୁହେଲ ଆଫ୍ରିଦି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ଭାଷଣରେ ଆଫଗାନିସ୍ତାନ ସହିତ ଦୃଢ଼ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହିତ କେନ୍ଦ୍ର ସରକାରଙ୍କୁ ଆଫଗାନିସ୍ତାନ ପ୍ରତି ତାଙ୍କର ନୀତି ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।
ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଉତ୍ତେଜନା ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ ସଂଘର୍ଷ ଘଟିଛି। ଏବେ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥିଙ୍କ ଜରିଆରେ ଆଲୋଚନା ଜାରି ରହିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL