କ୍ରୀଡା ଜାତୀୟ

ଶେଷ ଟି-୨୦ ବାତିଲ: ସିରିଜ କବଜା କଲା ଭାରତ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ଭାରତ। ଶେଷ ମ୍ୟାଚଟି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଟିମ ଇଣ୍ଡିଆ ୨-୧ରେ ଶୃଙ୍ଖଳା ହାତେଇଛି। ଶନିବାର ଅନୁଷ୍ଠିତ ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟି କରି ୪.୫ ଓଭରରେ ୫୨ ରନ ସଂଗ୍ରହ କରିଥିଲା। ଏହା ପରେ ବର୍ଷା ହେବାରୁ ଖେଳକୁ ବନ୍ଦ ରଖାଯାଇଥିଲା। ଅନେକ ସମୟ ଧରି ବର୍ଷା ଜାରି ରହିବାରୁ ଶେଷରେ ମ୍ୟାଚକୁ ବାତିଲ କରାଯାଇଥିଲା। ଅଭିଶେଷ ଶର୍ମା ୨୩ ଏବଂ ଶୁବମନ ଗିଲ ୨୯ ରନ କରି ଅପରାଜିତ ରହିଥିଲେ।

୫ଟି ମ୍ୟାଚରେ ୧୬୩ ରନ କରିଥିବା ଅଭିଶେକ ଶର୍ମାଙ୍କୁ ପ୍ଲେୟାର ଅଫ ଦ ସିରିଜ ବିବେଚନା କରାଯାଇଥିଲା। ଭାରତୀୟ ଦଳ ପୂର୍ବରୁ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ଟି-୨୦ରେ ଏହାର ପ୍ରତିଶୋଧ ନେଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL