ଜାତୀୟ

ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ୧ରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍‌ଜୁ । ସେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ପ୍ରସ୍ତାବିତ ଅଧିବେଶନ ତାରିଖକୁ ଅନୁମୋଦନ କରିଛନ୍ତି।

ସୋସିଆଲ ମିଡ଼ିଆରେ ପୋଷ୍ଟ କରି କିରଣ କହିଛନ୍ତି, “ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ଡିସେମ୍ବର ୧, ୨୦୨୫ ରୁ ଡିସେମ୍ବର ୧୯, ୨୦୨୫ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ପାଇଁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏକ ଗଠନମୂଳକ ଏବଂ ଫଳପ୍ରଦ ଅଧିବେଶନ ପାଇଁ ଅପେକ୍ଷା କରୁଛି ଯାହା ଆମର ଗଣତନ୍ତ୍ରକୁ ମଜବୁତ କରିବ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବ।”

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL