ଓଡ଼ିଶା

ମହୁମାଛି ଆକ୍ରମଣରେ ଜଣେ ମୃତ, ୬ ଆହତ

ଭୁବନେଶ୍ବର: ମହୁମାଛି ନେଲା ଜୀବନ ।  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଜାଗୁଳାଇପଡା ଗାଁରେ ଅଘଟଣ ଘଟିଛି ।  ମୃତକ ହେଲେ ବୈଲୋଚନ ବିଶ୍ବାଳ ।  ଗତକାଲି ମହୁମାଛି ଆକ୍ରମଣରେ ୬ଜଣ ଆହତ ହୋଇଥିଲେ ।  ସମସ୍ତଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଅବସ୍ଥାରେ ବୈଲୋଚନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।  ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

ଓଡ଼ିଶା

ଆରଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ଜଳେଶ୍ବର: ଆରଆଇଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ବାଲେଶ୍ବର ଜିଲ୍ଲା ବାଲିଆପାଳ ତହସିଲ ଅଧିନ ଶ୍ରୀରାମପୁର ଆରଆଇ ସରୋଜିନୀ ଟୁଡୁଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଅଭିଯୋଗରେ ତଦନ୍ତ ଚଳାଇଛି ପୋଲିସ । ମାଫିଆଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି । ବାଲିଆପାଳ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ପାଳପଡ଼ାଠାରେ ବେଆଇନ ବାଲି ଉତ୍ତୋଳନ ହେଉଥିଲା ଖବର […]

ଓଡ଼ିଶା

ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ, ୩ ଗିରଫ

ବରଗଡ଼: ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବାପ, ପୁଅ ଓ ଜ୍ବାଇଁ ଗିରଫ। ବରଗଡ଼ ଜିଲ୍ଲା ଭେଡେନ ଥାନା ରେମଣ୍ଡା ପଂଚାୟତରେ ଚାଞ୍ଚଲ୍ୟ । ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ୩ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୩ ଅଭିଯୁକ୍ତ ବିକ୍ରମ ସରାଫ, ପପୁନ ଓପ୍ରତାପ ସରାଫ। ସମସ୍ତ ଅଭିଯୁକ୍ତ ଯୁବତୀଙ୍କ ସମ୍ପର୍କୀୟ ମାମୁ ଓ ଭାଇ । ଯୁବତୀ […]

ଓଡ଼ିଶା

ପୋଲିସ ଘରୁ, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର

ଯାଜପୁର: ପୋଲିସ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଦିନ ଦ୍ୱିପ୍ରହରରେ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଅଳଙ୍କାର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଝାଲସୁଖା ସ୍ଥିତ ଜଣେ ପୋଲିସ କର୍ମଚାରୀଙ୍କ ଘରୁ ଲୁଟ ହୋଇଛି ।  ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏକ ଲକ୍ଷ ନଗଦ ଟଙ୍କା ସହିତ ୨୦ ଭରି ସୁନା ଓ ୨ଶହ ଗ୍ରାମ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି ।  ଯାଜପୁର […]

ଓଡ଼ିଶା

ଆସନ୍ତାକାଲି ଜାଗର; ଲୋକନାଥ ପୀଠରେ ଭୋର ୪ ଟାରେ ଉଠିବ ମହାଦୀପ

ପୁରୀ: ଆସନ୍ତାକାଲି ଜାଗର । ପୁରୀର ପ୍ରସିଦ୍ଧ ଲୋକନାଥ ପୀଠରେ ମହାଶିବରାତ୍ରୀ ପାଇଁ ବ୍ୟାପକ ପ୍ରସ୍ତୁତି । ଭୋର ୪ ଟାରେ ମହାଦୀପ ଉଠିବ । ଶୃଙ୍ଖଳିତ ନୀତିକାନ୍ତି ସହିତ ଭକ୍ତମାନେ କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖାଯାଇଛି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପ୍ରତୀକ ସିଂ ଲୋକନାଥ ମନ୍ଦିର ଯାଇ ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଲୋକନାଥ ମନ୍ଦିରରେ […]

ଜାତୀୟ

ଇରାନ ଅଭିମୁଖେ ଯାତ୍ରା କରିବ ଦ୍ୱିତୀୟ ଆମେରିକୀୟ ଯୁଦ୍ଧ ବିମାନ ଜାହାଜ

ନୂଆଦିଲ୍ଲୀ: ଇରାନ ଆମେରିକା ୟୁଦ୍ଧ ଆଶଙ୍କା ମଧ୍ୟରେ ଆମେରିକାର ଏକ ବଡ଼ କାର୍ଯ୍ୟକଳାପ ସାମନାକୁ ଆସିଛି। ବିଶ୍ୱର ସର୍ବବୃହତ ବିମାନ ବାହକ ଜାହାଜକୁ ପଶ୍ଚିମ ଏସିଆକୁ ପଠାଇବ ଆମେରିକା। ପୂର୍ବରୁ ଥିବା ଅନ୍ୟ ଏକ ବିମାନକୁ ସମର୍ଥନ କରିବ ଏହି ଜାହାଜ। ମିଳିଥିବା ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଶ୍ଚିତ କରିଛନ୍ତି ଯେ ଆମେରିକା ଇରାନ ସହିତ ଉତ୍ତେଜନା କମ କରିବା ପାଇଁ ଜାରି କରିଥିବା କୂଟନୀତି ସତ୍ତ୍ୱେ ମଧ୍ୟପ୍ରାଚ୍ୟରେ ସାମରିକ ସମ୍ପତ୍ତିକୁ ଆହୁରି […]

ଜାତୀୟ

ହଟ୍ଟଗୋଳ ପରେ ଗୃହ ମୁଲତବୀ: ହରଦୀପ ପୁରୀଙ୍କ ନାଁରେ ସ୍ଲୋଗାନ

ନୂଆଦିଲ୍ଲୀ: ଶୁକ୍ରବାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନ । ଆଜି ବି ଗୃହରେ ହଟ୍ଟଗୋଳ ଯୋଗୁଁ ଲୋକସଭାରେ ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଥିଲା। ପାଞ୍ଚ ମିନିଟ୍ ଅଧିବେଶନ ସମୟରେ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିବା ସହ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କ ଇସ୍ତଫା ଦାବି କରି ସ୍ଲୋଗାନ ଦେଇଥିଲେ। ଏହା ପରେ, ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ଲୋକସଭାକୁ ମଧ୍ୟାହ୍ନ ୧୨ ଟା ପର‌୍ୟ୍ୟନ୍ତ ମୁଲତବୀ ରଖିଥିଲେ। ସଂସଦର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାର କାର‌୍ୟ୍ୟକ୍ରମ […]

ଜାତୀୟ

ସେବା ତୀର୍ଥ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଗୁରୁତ୍ବପୂର୍ଣ୍ଣ ଫାଇଲରେ କଲେ ଦସ୍ତଖତ

ନୂଆଦିଲ୍ଲୀ : PMOର ନୂଆ ଠିକଣା ସେବା ତୀର୍ଥ । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ନୂଆ ଠିକଣା ପାଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଆନୁଷ୍ଠାନିକ ଭାବେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ ୧ ଓ ୨ ଉଦଘାଟନ କଲେ ମୋଦି । ଏହି ସ୍ଥାନରେ ଅନେକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ରହିବ । ପୂର୍ବରୁ ପିଏମଓ, ନ୍ୟସନାଲ ସିକ୍ୟୁରିଟି କାଉନସିଲ ସେକ୍ରେଟାରୀଏଟ୍ ଏବଂ କ୍ୟାବିନେଟ ସେକ୍ରେଟାରୀଏଟ୍ […]

ଜାତୀୟ

ଗୋଟିଏ ପରିବାରର ୪ ସଦସ୍ୟଙ୍କ ସମେତ ୬ ଜଣଙ୍କୁ ଦଳିମାରିଲା ଦନ୍ତା

ଝାଡ଼ଖଣ୍ଡ : ଜଙ୍ଗଲୀ ହାତୀ ପଲଙ୍କ ହାବୁଡରେ ପଡ଼ିଗଲେ ପୂରା ପରିବାର । ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ସମେତ ଅତି କମରେ ୬ ଜଣଙ୍କୁ ଦଳି ମାରିଦେଇଛି ହାତୀ । ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି । ବନ ଅଧିକାରୀଙ୍କ ସୂଚନା ଅନୁସାରେ ଗତ କିଛି ଦିନ ଧରି ଅନେକ ଲୋକଙ୍କୁ ଆକ୍ରମଣ କରିଥିବା ହାତୀ ଦଳ ଗୁରୁବାର ରାତିରେ ଚର୍ଚ୍ଚୁ ବ୍ଲକର ଗୋଣ୍ଡୱାର ଗାଁରେ ପ୍ରବେଶ କରି ଶୁକ୍ରବାର ଭୋର […]

ଜାତୀୟ

ପାର୍ଟିରୁ ଫେରିବା ବେଳେ ୬ ଜଣଙ୍କ ଉପରେ କାର ମଡ଼ାଇଦେଲା ଦ୍ଵାଦଶ ଶ୍ରେଣୀ ଛାତ୍ର

ଲକ୍ଷ୍ନୌ : ଲକ୍ଷ୍ନୌରେ ଛାତିଥରା ଦୁର୍ଘଟଣା । ୬ ଜଣଙ୍କୁ ଚାପିଦେଲା ଦ୍ଵାଦଶ ଶ୍ରେଣୀ ଛାତ୍ର । ଗାର୍ଲଫ୍ରେଣ୍ଡ୍ ସହ ଫେୟାରୱେଲ୍ ପାର୍ଟି ସାରି ଫେରିବା ବେଳେ ଘଟାଇଲା ଭୟଙ୍କର ଦୁର୍ଘଟଣା । ତେବେ ଦୁର୍ଘଟଣା ଘଟାଇବା ପରେ ଛାତ୍ର ଜଣଙ୍କ ଫେରାର୍ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ କାନପୁର ରୋଡ୍ ସ୍ଥିତ ହନୁମାନ ମନ୍ଦିର ନିକଟରେ […]

LOKA SAMACHAR @2026. All Rights Reserved || Developed By CBSPL