ଓଡ଼ିଶା

ଏସିଡ ମାଡରେ ଯୁବତୀଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡ

ବାଲେଶ୍ବର : ବାଲେଶ୍ବରରେ ବହୁଚର୍ଚ୍ଚିତ ଏସିଡ ମାଡ ଘଟଣାରେ ଯୁବତୀଙ୍କ ମୃତ୍ୟୁ ମାମଲାରେ ଆସିଲା ରାୟ । ଅଭିଯୁକ୍ତକୁ ମିଳିଲା ଫାଶୀ ଦଣ୍ଡ । ରାୟ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ପେଶାଲ କୋର୍ଟ ଜଜ୍ (ଏସ ସି , ଏସ ଟି) ଅବଦୁଲ୍ ସମିମ୍ ଅଖତର । ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣା ଗତ ୨୦୨୩ ମସିହା ଫେବୃଆରୀ ୨୦ ତାରିଖରେ ତାର ଦ୍ଵିତୀୟ ସ୍ତ୍ରୀ ବନିତା ସିଂ ଙ୍କୁ ଏସିଡ ଆକ୍ରମଣ କରି ଫେରାର ହୋଇଯାଇଥିଲା । […]

ଓଡ଼ିଶା

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବରିଷ୍ଠ ରାଜନେତା କାହ୍ନୁଚରଣ ଲେଙ୍କାଙ୍କ ପରଲୋକ ।  ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ।  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିଲେ କାହ୍ନୁଚରଣ ଲେଙ୍କା । କେନ୍ଦ୍ର ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ଓଡ଼ିଶାରୁ ଜଣେ ସାଂସଦ ଭାବରେ ଭାରତର ସଂସଦର ଉପର ସଦନ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ସେ ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ମନ୍ତ୍ରୀ ଏବଂ […]

ଓଡ଼ିଶା

୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା, ନୋଡାଲ ସେଣ୍ଟରକୁ ଗଲା ପ୍ରଶ୍ନପତ୍ର

କଟକ : ଫେବ୍ରୁଆରି ୧୮ରୁ ଯୁକ୍ତ ୨ ଥିଓରି ପରୀକ୍ଷା । ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର । ଫେବ୍ରୁଆରି ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୪ରୁ ୬ ଯାଏଁ ଦ୍ବିତୀୟ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ହବ୍ ଗୁଡିକୁ ପ୍ରଶ୍ନପତ୍ର ପଠାଯିବ । ଆଜି ଦୂରଦୂରାନ୍ତ ଜିଲ୍ଲାଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ପଠାଯିବ । ୧୪ଟି ରୁଟରେ ଯିବ ପ୍ରଶ୍ନପତ୍ର। ଏଥିପାଇଁ ବନ୍ଧୁକଧାରୀ ପୋଲିସ ମୁତୟନ ହେବେ । ଦୁଇ ଦିନରେ ୨୭ଟି […]

ଓଡ଼ିଶା

ଭିତରକନିକାରେ କମିଲା ଡଲଫିନ ସଂଖ୍ୟା

ରାଜନଗର : ଗହୀରମଥା ଓ ଭିତରକନିକାରେ କମିଲା ଡଲଫିନ ସଂଖ୍ୟା । ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କମିଛି ଡଲଫିନ ସଂଖ୍ୟା । ଗତବର୍ଷ ତୁଳନରେ ଚଳିତବର୍ଷ ୧୧ଟି ଡଲଫିନ ସଂଖ୍ୟା ହ୍ରାସ ପାଇଛି । ଗତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୫୦୪ଟି ପାଞ୍ଚ ପ୍ରଜାତିର ଡଲଫିନ ଦେଖା ଯାଇଥିବା ବେଳେ ଚଳିତବର୍ଷ ୪୯୩ ଟି ଡଲଫିନ ଗଣନା କରାଯାଇଛି । ଧାମରା ମୁହାଁଣ ଠାରୁ ଦେବୀ […]

ଓଡ଼ିଶା

ପାରାଦୀପ ହେବ ବ୍ଲୁ ଫ୍ଲାଗ ବିଚ୍: ସେପ୍ଟେମ୍ବର ସୁଦ୍ଧା ସରିବ କାମ !

ପାରାଦୀପ: ପାରାଦୀପ ହେବ ବ୍ଲୁ ଫ୍ଲାଗ୍ ବିଚ୍। ପର୍ଯ୍ୟଟନ କ୍ଷେତ୍ରରେ ସୃଷ୍ଟି କରିବ ନୂଆ ଅଧ୍ୟାୟ। ଏହା ସହିତ ପାରାଦୀପକୁ ବିଭିନ୍ନ କ୍ଷେତ୍ରରେ କିପରି ବିକାଶ କରାଯାଇପାରିବ ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ସମସ୍ତ ପ୍ରୟାସ। ପାରାଦୀପରେ ଆଜି ସକାଳୁ ମୁଖ୍ଯ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି। ପ୍ରଥମେ ବେଳାଭୂମିକୁ ଯାଇ ସମୀକ୍ଷା କରିବା ସହ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ଯ ରଖାଯାଇଥିବା ଶ୍ରୀମତୀ ଗର୍ଗ ଗଣମାଧ୍ଯମକୁ ସୂଚନା […]

ଓଡ଼ିଶା

କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର; ୩ ମୃତ, ୩ ଗୁରୁତର

ମୟୁରଭଞ୍ଜ: ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର । ଦୁର୍ଘଟଣାରେ ୩ ମୃତ ୩ ଗୁରୁତର ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ନାବାଳକ ରହିଥିବା ବେଳେ ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭର ମଧ୍ୟ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ ମୁର୍ଗାସାହି ନିକଟରେ । କରଞ୍ଜିଆ ବ୍ଲକ ଖଡ଼ିକୁଦର ଗାଁରେ ଚାଲିଥିବା ବାର୍ଷିକ କ୍ରୀଡା ଦେଖି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ଅଗ୍ନିଶମ […]

ଓଡ଼ିଶା

ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ; ଚାଳକ ମୃତ, ୧୪ ଗୁରୁତର

ବାଲେଶ୍ୱର: ଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ଉପରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା ଘଟିଛି । ଏଥିରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ, ବସରେ ୫୦ଜଣ ଯାତ୍ରୀ ଥିବା ବେଳେ ୧୪ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଭୋର ସମୟରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗରୁ ଆନ୍ଧ୍ରକୁ ଏକ ତୀର୍ଥ ଯାତ୍ରୀ […]

ଜାତୀୟ

ମାନହାନୀ ମାମଲାରେ ଧୋନିଙ୍କୁ ୧୦ ଲକ୍ଷ ଜରିମାନା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ମାର୍ଚ୍ଚ ୨୬ ରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ଏମ୍ଏସ୍‌ ଧୋନି ତାଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଇପିଏଲ୍‌ର ଆଗାମୀ ସିଜିନ ପୂର୍ବରୁ ମାନହାନୀ ମାମଲାରେ ଏମଏସ ଧୋନିଙ୍କୁ ମାଡ୍ରାସ ହାଇକୋର୍ଟ ୧୦ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସିଡି ବିଷୟବସ୍ତୁର ଟ୍ରାନ୍ସକ୍ରିପସନ ଏବଂ ଅନୁବାଦ ଖର୍ଚ୍ଚ ପାଇଁ ଏହି ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଏହାକୁ ୧୨ ମାର୍ଚ୍ଚ, ୨୦୨୬ ସୁଦ୍ଧା ଜମା […]

ଜାତୀୟ

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ଡ୍ୟୁଟି ବିଲଡିଂ ଉଦଘାଟନ

ନୂଆଦିଲ୍ଲୀ: ଦେଶର ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩ ତାରିଖରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ନିର୍ମିତ ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଏବଂ ୨’ର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ପ୍ରାୟ ସାଢେ ୧ଟା ସମୟରେ ସେବା ତୀର୍ଥ ଭବନ କମ୍ପ୍ଲେକ୍ସର ନାମ ଉନ୍ମୋଚନ କରିବେ। ଏହା ପରେ ସେ ଉଭୟ କୋଠାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବେ ।ଏବଂ ସନ୍ଧ୍ୟା ପ୍ରାୟ ୬ […]

ଜାତୀୟ

ରୁଷରେ ବ୍ୟାନ୍ ହେଲା ହ୍ବାଟ୍ସଆପ; ଆମେରିକାକୁ ଝଟକା

ରୁଷ୍ : ଆମେରିକାକୁ ବଡ଼ ଝଟକା ଦେଲା ଋଷିଆ । ଋଷ୍ ମେଟାର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ହ୍ବାଟ୍ସଆପକୁ ବ୍ୟାନ୍ କରିଦେଇଛି । ଋଷରେ ହ୍ବାଟ୍ସଆପ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହି ନିଷ୍ପତ୍ତିକୁ ନିଶ୍ଚିତ କରି ମାସ୍କୋ କହିଛନ୍ତି ଯେ, ମେଟା କମ୍ପାନୀର ଋଷର ଆଇନ ପାଳନ କରୁନାହିଁ । ସୂଚନାନୁଯାୟୀ, ମେଟା ଆଇନ୍ ପାଳନ ନ କରୁଥିବାରୁ ଏହି ପ୍ରତିବନ୍ଧକ ଲଗାଯାଇଛି ବୋଲି ଋଷର ପ୍ରବକ୍ତା ଦିମିତ୍ରୀ ପେସକୋବ ଏକ ମିଡିଆ ପ୍ଲାଟଫର୍ମରେ […]

LOKA SAMACHAR @2026. All Rights Reserved || Developed By CBSPL