ଜାତୀୟ

ଭାରତ କିଣିବ ୧୧୪ଟି ରାଫେଲ ଜେଟ୍, ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ଭାରତକୁ ମିଳିବ ଆଉ ୧୧୪ଟି ରାଫେଲ ଯୁଦ୍ଧ ବିମାନ । ୩.୬୦ ଲକ୍ଷ କୋଟିର ପ୍ରସ୍ତାବକୁ ମଞ୍ଜୁରୀ । ଭାରତର ସାମରିକ ଶକ୍ତିକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ’ ବୈଠକରେ ପ୍ରାୟ ୩.୬୦ ଲକ୍ଷ କୋଟି ଟଙ୍କାର ସାମରିକ ସରଞ୍ଜାମ କିଣିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । କେବଳ ୧୧୪ଟି ରାଫେଲ୍ ବିମାନ ପାଇଁ ପ୍ରାୟ ୩.୨୫ […]

ଜାତୀୟ

ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦର ହାତ

ନୂଆଦିଲ୍ଲୀ : ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଯାଞ୍ଚରେ ଏକ ବଡ଼ ଖୁଲାସା ହୋଇଛି । ୩୭ତମ ଜାତିସଂଘ ରିପୋର୍ଟରେ ଦିଲ୍ଲୀ ଲାଲକିଲ୍ଲା ଆକ୍ରମଣରେ ଜୈଶ-ଏ-ମହମ୍ମଦର ହାତ ଥିବା ସୂଚନା ମିଳିଛି । ଗତ ବର୍ଷ ନଭେମ୍ବର ୧୦ ତାରିଖରେ ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ଜୈଶ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଥିଲା । ୩୭ତମ ଜାତିସଂଘ ରିପୋର୍ଟରେ ମସୁଦ ଆଝାରର ନୂତନ ଶାଖା ଜମାତ-ଉଲ-ମୁମିନାତ ବିଷୟରେ […]

ଜାତୀୟ

ପାଟନା ସିଭିଲ କୋର୍ଟକୁ ବୋମା ଧମକ

ପାଟନା : ବିହାର ପାଟନା ସିଭିଲ କୋର୍ଟକୁ ବୋମାରେ ଉଡ଼ାଇବାକୁ ଧମକ । ବୋମା ଧମକ ମିଳିବା ପରେ ଚାରିଆଡେ ଭୟର ବାତାବରଣ ଦେଖାଦେଇଥିଲା । ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରକୁ ଖାଲିକରିଦିଆଯାଇଥିଲା । କୋର୍ଟରେ ଥିବା ସୁରକ୍ଷାକର୍ମୀ କୋର୍ଟ ଗେଟ୍ ବନ୍ଦ କରିବା ସହିତ ଲୋକମାନଙ୍କୁ ଏଣ୍ଟ୍ରି ପାଇଁ ରୋକିଥିଲେ । ବୋମାରେ ଉଡ଼ାଇବାକୁ ଧମକ ଏକ ଅଜଣା ବ୍ୟକ୍ତିଙ୍କ ମେଲରୁ ଆସିଛି । ଏଥିରେ ସଂପୂର୍ଣ୍ଣ କୋର୍ଟକୁ ଉଡ଼ାଇବାକୁ ଧମକ ମିଳିଛି […]

ଜାତୀୟ

ଥାନ୍ୟା ନାଥନ ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି

ନୂଆଦିଲ୍ଲୀ: କେରଳ କନ୍ନୁରର ଜଣେ ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇଛନ୍ତି । ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବା ବେଳେ କେରଳ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହାଦ୍ଵାରା ସେ ରାଜ୍ୟର ପ୍ରଥମ ଦୃଷ୍ଟିହୀନ ନ୍ୟାୟିକ ଅଧିକାରୀ ହୋଇଛନ୍ତି । ଥାନ୍ୟା ପ୍ରଥମ ଥର ନ୍ୟାୟିକ ସେବା ପରୀକ୍ଷା ଦେଇ ଭିନ୍ନକ୍ଷମଙ୍କ ମଧ୍ୟରେ ପ୍ରଥମ […]

ଜାତୀୟ

AI ନ ଶିଖିଲେ ଛାଡ଼ିବାକୁ ହେବ ଚାକିରି

ନୂଆଦିଲ୍ଲୀ: ଟେକ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି କମ୍ପାନୀରେ ରହିବାକୁ ହେଲେ AI ବା କୃତ୍ରିମ ବୁଦ୍ଧିମତାକୁ ଆପଣେଇବାକୁ ହେବ, ନଚେତ୍ ସମ୍ମାନର ସହ ବିଦାୟ ନେବାକୁ ପଡ଼ିବ। ନିଜ କର୍ମଚାରୀଙ୍କୁ ଏମିତି କିଛି କଡ଼ା ଚେତାବନୀ ଦେଇଛି ସର୍ଚ୍ଚ ଇଞ୍ଜିନ ଜିଆଣ୍ଟ ‘ଗୁଗଲ୍’। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଯୁଗରେ ଏବେ ବଡ଼ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡ଼ିଛି ଗୁଗଲ୍। ଗୁଗଲ୍‌ର ଚିଫ୍ ବିଜନେସ୍ ଅଫିସର ଫିଲିପ୍ ଶେଣ୍ଡଲର୍ ସ୍ପଷ୍ଟ କରିଛନ୍ତି […]

ଜାତୀୟ

ଏୟାର ଇଣ୍ଡିଆ ଦୁର୍ଘଟଣା: ୩ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର (୧୧ ଫେବୃଆରୀ) କେନ୍ଦ୍ରକୁ ୧୨ ଜୁନ୍, ୨୦୨୫ରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ମାମଲାରେ ଏପର୍ଯ୍ୟନ୍ତ ଅନୁସରଣ କରାଯାଇଥିବା ପ୍ରକ୍ରିୟାଗତ ପ୍ରୋଟୋକଲ ଉପରେ ଏକ ସଂକ୍ଷିପ୍ତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (AAIB) ଦ୍ୱାରା ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସରକାର କୋର୍ଟକୁ କହିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଜୁନ୍ ୧୨ ତାରିଖରେ ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନ ଦୁର୍ଘଟଣା […]

ଓଡ଼ିଶା

ଡିମିରିଗୁଡା ଗ୍ରାମ ନିକଟରେ ବାଘ ପାଦଚିହ୍ନ; ଲୋକେ ଭୟଭୀତ

ମୁନିଗୁଡ଼ା : ମୁନିଗୁଡା ବନଖଣ୍ଡ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତର ଡିମିରିଗୁଡା ଗ୍ରାମ ନିକଟରେ ବାଘ ପାଦଚିହ୍ନ ଦେଖିବାକୁ ମିଳିଛି। ଗତକାଲି ରାତିରେ ଏକ ବାଛୁରୀକୁ ବାଘ ଖାଇଥିବା ସନ୍ଦେହ। ରାୟଗଡ଼ା ଜିଲ୍ଲା ଡିମିରିଗୁଡା ଗ୍ରାମ ନିକଟରେ ବାଘ ଆତଙ୍କ। ଗ୍ରାମ ନିକଟରେ ବାଘ ପାଦଚିହ୍ନ ଦେଖିବାକୁ ମିଳିଛି। ଗତକାଲି ରାତିରେ ଏକ ବାଛୁରୀକୁ ବାଘ ମାରି ଖାଇଥିବା ଆଖପାଖ ଅଞ୍ଚଳରେ ପଡ଼ିଥିବା ପାଦଚିହ୍ନରୁ ସନ୍ଦେହ କରାଯାଉଛି। ଖବର ପାଇ ମୁନିଗୁଡା ରେଞ୍ଜର ପ୍ରବୀଣ ଦାସ, ଫରେଷ୍ଟର ପ୍ରମୋଦିନୀ […]

ଓଡ଼ିଶା

କଟକରେ ଲେଜର ଲାଇଟ ବ୍ୟାନ କଲେ ହାଇକୋର୍ଟ

କଟକ : ଲେଜର ଲାଇଟ ଉପରେ ବ୍ୟାନ ଲଗାଇଲେ ହାଇକୋର୍ଟ । କଟକ ସହରରେ ହୋଇ ପାରିବ ନାହିଁ ଲେଜର ଲାଇଟ ବ୍ୟବହାର । ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା । ରୋଷଣୀ ଆଦିରେ ଡିଜେ ବ୍ୟବହାର ନେଇ ମଧ୍ୟ ଲାଗିଲା କଟକଣା । ବିକଟାଳ ଶବ୍ଦ ଯୁକ୍ତ ଡିଜେ ବ୍ୟବହାର ହୋଇ ପାରିବ ନାହିଁ । ୬୫ ଡେସିବିଲ ମଧ୍ୟରେ ରହିବ ଡିଜେ ସାଉଣ୍ଡ। ଏହାଠାରୁ ଅଧିକ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ […]

ଓଡ଼ିଶା

ଖରାଦିନ ନ ହେଉଣୁ ଜଳିଲାଣି ଜଙ୍ଗଲ

ବାଙ୍କି : ଖରାଦିନ ଆସିନି । ଏବେଠୁ ଜଳିଲାଣି ଜଙ୍ଗଲ । କଟକ ଜିଲ୍ଲା ବାଙ୍କୀ ବ୍ଲକ ଗୋପବନ୍ଧୁ ନଗରଠାରୁ ଖଏରପଙ୍ଗା ରାସ୍ତା କଡ଼ରେ ଥିବା ପଟାଶ ଜଙ୍ଗଲରେ ନିଆଁ ଲାଗିଛି । ହୁ ହୁ ହୋଇ ଜଳୁଛି ୪ ଏକରରୁ ଅଧିକ ଜଙ୍ଗଲ। ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁରେ ପଟାଶ ଗଛ ଗୁଡିକୁ ପୋଡିଯାଇଛି । ଶୁଖିଲା ପତ୍ରରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବାରୁ ବ୍ୟାପିଥିବା ସନ୍ଦେହ କରାଯାଉଛି ।

ଓଡ଼ିଶା

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର। ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣେ ବାଲି ବ୍ୟବସାୟଙ୍କ ବାଲି ଗାଡ଼ି ଛାଡ଼ିବା ପାଇଁ ରସିଦ୍ ଠାରୁ ଅଧିକ ଟଙ୍କା ମାଗି ନେଇଥିବା ଅଭିଯୋଗରେ ଅତିରିକ୍ତ ତହସିଲଦାରଙ୍କ ସମେତ ଆଉ ୩ ଜଣ ରାଜସ୍ୱ ନିରୀକ୍ଷକଙ୍କୁ ଭିଜିଲାନ୍ସ ଟିମ୍ ତଦନ୍ତ ପାଇଁ ବ୍ରହ୍ମପୁର ନେଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ନୂଆଗାଁ ନଦୀରୁ ଧୂମୁଛାଇର ଜଣେ ଟ୍ରାକ୍ଟର ଗାଡି ମାଲିକ […]

LOKA SAMACHAR @2026. All Rights Reserved || Developed By CBSPL