ଓଡ଼ିଶା

ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ

ଚାନ୍ଦବାଲି: ଆଜି ମହାଶିବରାତ୍ରୀ । ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ । ମହାଶିବରାତ୍ରି ପାଇଁ ଦିନ ତମାମ ଜାରି ରହିବ ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଭୋର ୪ଟାରୁ ମନ୍ଦିର ପହୁଡ଼ ଖୋଲା ହେବା ପରେ ପ୍ରଥମେ ମଙ୍ଗଳା ଆଳତୀ କରାଯାଇଥିଲା । ପରେ କନିକା ରାଜା ଓ ପାଳିଆ ସେବକଙ୍କ ପହିଲି ଭୋଗ ଲାଗି ହୋଇଥିଲା । ଏବେ ଚାଲିଛି ସାହାଣ ମେଲା ଦର୍ଶନ । ଭକ୍ତମାନେ ବ୍ୟାରିକେଡ଼ରେ ଆସି ବାବାମଣୀଙ୍କୁ ଦର୍ଶନ କରୁଛନ୍ତି । […]

ଓଡ଼ିଶା

ଜାଗର ପାଇଁ ବାବା ଲୋକନାଥଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତ

ପୁରୀ: ମହାଶିବରାତ୍ରି ପାଇଁ ପୁରୀର ବାବା ଲୋକନାଥଙ୍କ ପୀଠ ଚଳଚଞ୍ଚଳ । ରାତି ୧୨ଟା ୩୦ରୁ ଦ୍ବାର ଫିଟାଯାଇ ସ୍ବତନ୍ତ୍ର ନୀତିକାନ୍ତ କରାଯାଇଛି ।  ଭୋର ୫ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ ।  ରାତି ୩ଟାରେ ହରିହର ଭେଟ, ଭୋଗ ସମ୍ପନ୍ନ ପରେ ବଡ଼ସିଂହାର ବେଶ କରାଯାଇ ଭୋର ୪ ଟାରେ ମହାଦୀପ ଉଠିବ ।  ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।  ଜଣେ ଆଡିସନାଲ ଏସପି, ୬ଜଣ ଡିଏସପି, ୬୫ଜଣ ଏସଆଇ […]

ଓଡ଼ିଶା

ଗଛରେ ପିଟିହେଲା କାର, ଜଣେ ମୃତ, ୫ ଗୁରୁତର

ଘଟଗାଁ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୫ ଜଣ ଆହତ । ମୃତକ ଆଠଗଡ ବଡ଼ମ୍ଭା ଅଞ୍ଚଳର ରବୀନ୍ଦ୍ର ନାଥ ମହାନ୍ତି । ପରିବାର ସହ ମାଆ ତାରଣୀଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଘଟଗାଁ ଥାନା ଦୁବୁଲାବେଡା ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇଥିଲା କାର । ଏଥିରେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଘଟଗାଁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ରବିନ୍ଦ୍ରଙ୍କୁ ମୃତ […]

ଜାତୀୟ

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ହେଲମେଟ କାରଖାନା

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ବାହାରର ନିଲୋଥିରେ ଏକ ହେଲମେଟ ଉତ୍ପାଦନ କାରଖାନାରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ୨୦ଟି ଦମକଳ ଗାଡି । ଦିଲ୍ଲୀ ବାହାରର ନିଲୋଥି ଅଞ୍ଚଳରେ, ଶନିବାର ଅପରାହ୍ନରେ ଏକ ହେଲମେଟ ଉତ୍ପାଦନ କେନ୍ଦ୍ରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ସ୍ଥାନୀୟ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତୀବ୍ର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ୨୦ଟି ଦମକଳ ଗାଡିକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। ଦିଲ୍ଲୀ ଅଗ୍ନିଶମ […]

ଜାତୀୟ

ମେଟ୍ରୋ ପିଲାର ଭୁଶୁଡ଼ି ଜଣେ ମୃତ, ୩ ଆହତ

ମୁମ୍ବଇ: ମୁମ୍ବଇର ମୁଲୁଣ୍ଡରେ ଭୁଶୁଡିପଡିଲା ନିର୍ମାଣାଧୀନ ମେଟ୍ରୋ ପିଲାର। ଚଳନ୍ତା ଅଟୋ ଓ କାର ଉପରେ ପଡ଼ି ଜଣେ ମୃତ ଓ ତିନି ଜଣ ଆହତ। ଶନିବାର ଅପରାହ୍ନରେ ମୁମ୍ବଇର ମୁଲୁଣ୍ଡରେ ଏକ ନିର୍ମାଣାଧୀନ ମେଟ୍ରୋ ପିଲାରର ଏକ ଅଂଶ ଭୁଶୁଡ଼ି ପଡ଼ି ଏକ ଚଳନ୍ତା ଅଟୋରିକ୍ସା ଉପରେ ପଡିଥିଲା। ଫଳରେ ଅଟୋଟି ଚାପି ହୋଇ ଜଣେ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ପିଲାରର ଏକ ଅଂଶ ନିକଟରେ ଯାଉଥିବା ଏକ କାରରେ […]

ଜାତୀୟ

ସ୍ୱାଦ ଚାଖିବା ପାଇଁ ବିଷ ଖାଇଲେ ୫ ନାବାଳିକା, ୪ ମୃତ

ଔରଙ୍ଗାବାଦ: ବିଷର ସ୍ୱାଦ ପରୀକ୍ଷା କରିବା ପାଇଁ, ପାଞ୍ଚ ଜଣ ନାବାଳକ ବନ୍ଧୁ ପାଣି ଏବଂ ବଗ ମାରିବା ବିଷ ପିଇ ଦେଇଥିଲେ । ଯାହା ଫଳରେ ଘଟଣାସ୍ଥଳେ ଚାରି ଜଣ ଝିଅଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ଝିଅ ସମୟ ମଧ୍ୟରେ ବିଷ ନଢୋକି ଥୁ କରିଦେବାରୁ ଜୀବନ ବଞ୍ଚି ଯାଇଥିଲା। ପ୍ରାରମ୍ଭରେ, ମାମଲାକୁ ଲୁଚାଯାଇଥିଲା, ହେଲେ ଯେତେବେଳେ ଏହା ଗାଁରେ ଆଲୋଚନାର ବିଷୟ ହେବା ପରେ ପୁଲିସ ପାଖରେ ପହଞ୍ଚିଥିଲା। ତଦନ୍ତ ସମୟରେ ପୁଲିସ ବଞ୍ଚିଥିବା […]

ଜାତୀୟ

ବିଷ ଦେଇ ବିରୋଧୀ ଦଳ ନେତା ନାଭାଲନିଙ୍କୁ ହତ୍ୟା କଲା ରୁଷ୍‌ !

ମସ୍କୋ: ରୁଷ୍ ଏହାର ବିରୋଧୀ ଦଳ ନେତା ଆଲେକ୍ସେସି ନାଭାଲନିଙ୍କୁ ବିଷ ଦେଇ ହତ୍ୟା କରିଥିବା ୟୁରୋପୀୟ ଦେଶଗୁଡ଼ିକ ଅଭିଯୋଗ କରିଛନ୍ତି। ନାଭାଲନିଙ୍କୁ ବେଙ୍ଗଠାରୁ ମିଳୁଥିବା ବିଷ ଏପିବାଟିଡିନ୍‌ ଦେଇ ହତ୍ୟା କରାଯାଇଛି। ୨୦୨୪ ମସିହାରେ ଜେଲରେ ନାଭାଲନିଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ବିଷ ଦିଆଯାଇଥିବା ଲାବୋରେଟୋରୀ ପରୀକ୍ଷାରୁ ଜଣାପଡ଼ିଥିବା ବ୍ରିଟେନ ସମେତ ୫ ୟୁରୋପୀୟ ଦେଶ ଅଭିଯୋଗ କରିଛନ୍ତି।ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ସ୍ବିଡେନ ଓ ନେଦରଲ୍ୟାଣ୍ଡର ବିଦେଶ ମନ୍ତ୍ରୀମାନେ ଶନିବାର ଅଭିଯୋଗ କରିଛନ୍ତି ଯେ, ଦୁଇ […]

ଜାତୀୟ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ର ନିଖୋଜ

ନ୍ୟୁୟର୍କ: ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ର ନିଖୋଜ ଅଭିଯୋଗ । ୟୁନିଭରସିଟି ଅଫ୍ କାର୍ଲିଫର୍ଣ୍ଣିଆରୁ ନିଖୋଜ । କର୍ଣ୍ଣାଟକର ୨୨ ବର୍ଷୀୟ ସାକେତ ଶ୍ରୀନିବାସ । ସାକେତ IIT ମାଡ୍ରାସର ପୂର୍ବତନ ଛାତ୍ର ହୋଇଥିବା ବେଳେ ଏବେ ସେ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ବର୍କଲେରେ ମାଷ୍ଟର୍ସ ଡିଗ୍ରୀ କରୁଥିଲେ । ଫେବ୍ରୁଆରୀ ୯ ତାରିଖରୁ ସେ ନିଖୋଜ ଅଛନ୍ତି । ସାକେତଙ୍କୁ ଶେଷଥର ପାଇଁ ବର୍କଲେ ହିଲ୍ସର ଲେକ୍ ଆଞ୍ଜା ନିକଟରେ ଦେଖିବାକୁ ମିଳିଥିଲା । […]

ଜାତୀୟ

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

କୋଲକତା : କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଇଣ୍ଡିଗୋ ବିମାନକୁ ବୋମା ଧମକ । କୋଲକାତା-ଶିଲଂ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି । ଶିଲଂ ଯାଉଥିବା ଏକ ଇଣ୍ଡିଗୋ ବିମାନ (6E3074) ରେ ବୋମା ଥିବା ଖବର ମିଳିବା ପରେ ଆତଙ୍କ ଖେଳିଯାଇଛି । ଇଣ୍ଡିଗୋ ବିମାନ 6E3074 ସକାଳ ୯ଟା ୧୫ ମିନିଟ୍ ରେ କୋଲକାତାରୁ ଶିଲଂ ଅଭିମୁଖେ ଯାତ୍ରା କରିବାର ଥିଲା । ଏହି ସମୟରେ, କ୍ରୁ ସଦସ୍ୟମାନେ ବିମାନର […]

ଜାତୀୟ

ଆସାମ ହାଇୱେରେ ଅବତରଣ କଲା ବାୟୁସେନା ବିମାନ : ମୋଦି ଦେଖିଲେ ଏରିଅଲ ଶୋ

ଆସାମ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଦିବ୍ରୁଗଡ଼ ନିକଟସ୍ଥ ମୋରାନ ବାଇପାସରେ ଇଏଲଏଫରେ ଅବତରଣ କରିଛି । ବାୟୁସେନାର ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ନ୍ୟାସନାଲ ହାଇୱେରେ ଅବତରଣ କରିଛି । ଏହି ବିମାନଘାଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଚୀନ ସୀମାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଅବସ୍ଥିତ । ଉତ୍ତର-ପୂର୍ବରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସାମରିକ ଏବଂ ବେସାମରିକ ବିମାନର ଅବତରଣ ଏବଂ ଉଡ଼ାଣକୁ ସହଜ କରିବା ପାଇଁ ବାୟୁସେନା ଇଏଲଏଫ ନିର୍ମାଣ କରିଛି […]

LOKA SAMACHAR @2026. All Rights Reserved || Developed By CBSPL