ଓଡ଼ିଶା

ଆନନ୍ଦପୁରରେ ବାଘ ପାଦଚିହ୍ନ, ତୀକ୍ଷଣ ନଜର ରଖିଛି ବନବିଭାଗ

ଆନନ୍ଦପୁର: ଆନନ୍ଦପୁରରେ ବାଘ ଆତଙ୍କ । ଆନନ୍ଦପୁର ବନଖଣ୍ଡ ସଢଙ୍ଗୀ ଗାଁରେ ବାଘ ପାଦ ଚିହ୍ନ ସ୍ପଷ୍ଟ ପରେ ଭୟଭୀତ ଅବସ୍ଥାରେ ଗାଁଲୋକେ । ସେପଟେ ବାଘର ପାଦ ଚିହ୍ନ ସ୍ପଷ୍ଟ ହେବା ପରେ ତୀକ୍ଷଣ ନଜର ରଖିଛି ବନ ବିଭାଗ । ଗାଁର ଜଣେ ଯୁବକ ବିଳମ୍ବିତ ରାତିରେ ବାଘକୁ ଦେଖି ଗ୍ରାମବାସୀ ଙ୍କୁ ଜଣାଇଥିଲେ । ଖବରପାଇ ଆନନ୍ଦପୁର ବନବିଭାଗ ଗାଁରେ ପହଁଞ୍ଚି ଚାଷ ଜମିରେ ପଡ଼ିଥିବା ପାଦ ଚି଼ହ୍ନ ବାଘର ବୋଲି ସ୍ପଷ୍ଟ […]

ଓଡ଼ିଶା

ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ଗର୍ଭବତୀ ମହିଳାଙ୍କ ଜୀବନ !

ନବରଙ୍ଗପୁର: ମୋ ସ୍ତ୍ରୀକୁ ଇଂଜେକ୍ସନ ଦେଇଥିଲେ ନର୍ସ । ମୋ ସ୍ତ୍ରୀ ସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । କିନ୍ତୁ ଇଞ୍ଜେକ୍ସନ ନେବାର କିଛି ସମୟ ଭିତରେ ହିଁ ଚାଲିଗଲା ମୋ ଗର୍ଭବତୀ ସ୍ତ୍ରୀର ଜୀବନ । ଏକଥା ଆମେ କହୁନୁ ଆଜ୍ଞା ଏଭଳି ଅଭିଯୋଗ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ତ ହେଇଛନ୍ତି ଜଣେ ସ୍ୱାମୀ ।   ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବକାଳୀନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । […]

ଓଡ଼ିଶା

ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ୬୯ ଟଙ୍କା ଅଧିକ ପାଇବେ ଚାଷୀ

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର । ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । ବର୍ଦ୍ଧିତ ଏମଏସପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ଦେବେ ସରକାର । ଏଣିକି ୩୧୦୦ ବଦଳରେ କ୍ୱିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବେ ସରକାର । ଗ୍ରେଡ଼ ଏ ଧାନ କ୍ୱିଣ୍ଟାଲ ପିଛା ମିଳିବ ୩୧୮୯ ଟଙ୍କା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ […]

ଓଡ଼ିଶା

ସୁଦାନରୁ ପୁଅକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଆଦର୍ଶଙ୍କ ପରିବାର

ଜଗତସିଂପୁର : ସୁଦାନରୁ ପୁଅକୁ ଫେରାଇ ଆଣିବାକୁ ନିବେଦନ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଦାନରେ ବନ୍ଦୀ ଥିବା ଆଦର୍ଶ ବେହେରାଙ୍କ ବାପା ଓ ମାଆ । କାଲି ପାରାଦୀପର କଳିଙ୍ଗ ବାଲିଯାତ୍ରା ଉଦଘାଟନ ପାଇଁ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ଆଦର୍ଶଙ୍କ ବାପା-ମାଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଅକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଆଦର୍ଶଙ୍କୁ ଖୁବଶୀଘ୍ର ଫେରାଇ ଅଣାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ […]

ଓଡ଼ିଶା

କମୁଛି ତାପମାତ୍ରା, ୧୧ରୁ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଛି। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଏହିଭଳି ଭାବେ ଶୀତ ପ୍ରକୋପ ଲାଗି ରହିବ। ୧୧ ତାରିଖରୁ ସାରା ରାଜ୍ୟରେ ଶୀତ ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ଭୁବନେଶ୍ବର ପାଣିପାଗ ବିଜ୍ଞ‌ାନ କେନ୍ଦ୍ରର ସୂଚନାନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀକୁ ଖସିଛି। ଫୁଲବାଣୀ ଏବଂ ଦାରିଙ୍ଗବାଡିରେ ରାତି ତାପମାତ୍ରା ୧୫ଡିଗ୍ରୀ ଥିବାବେଳେ […]

ଜାତୀୟ

ହିନ୍ଦୁଜା ଗ୍ରୁପ ଅଧ୍ୟକ୍ଷ ଗୋପିଚାନ୍ଦଙ୍କ ପରଲୋକ

ନୂଆଦିଲ୍ଲୀ :  ହିନ୍ଦୁଜା ଗ୍ରୁପ ଅଧ୍ୟକ୍ଷ ଗୋପିଚାନ୍ଦ ପି. ହିନ୍ଦୁଜାଙ୍କର ଶନିବାର ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଲଣ୍ଡନର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୋପିଚାନ୍ଦଙ୍କ ମୃତ୍ୟୁ ଘଟିଥିବା ପରିବାରର ନିକଟତମ ସୂତ୍ରରୁ ସୂଚନା ମିଳିଛି। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ଗୋପିଚାନ୍ଦ ୧୯୫୦ରେ ମାତ୍ର ୧୦ବର୍ଷ ବୟସରୁ ପାରିବାରିକ ବ୍ୟବସାୟରେ ଯୋଗଦାନ କରିଥିଲେ। ୧୯୫୯ରେ ସେ ମୁମ୍ବାଇର ହିନ୍ଦ କଲେଜରୁ ସ୍ନାତନ ଶିକ୍ଷା ସମାପ୍ତ କରିଥିଲେ। ପାଠପଢ଼ା ସଙ୍ଗେ ସଙ୍ଗେ […]

ଜାତୀୟ

ବ୍ୟାଙ୍କ କର୍ମଚାରୀ ୫୮ବର୍ଷରୁ ଅଧିକ ସମୟ କାମ କରି ପାରିବେ ନାହିଁ:ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଣେ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ବର୍ଦ୍ଧିତ ସେବାକୁ ଅସ୍ୱୀକାର କରି ହାଇକୋର୍ଟର ଆଦେଶକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ, ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ମାଧ୍ୟମରେ ଅବସର ପରେ ସେବା ବୃଦ୍ଧି “ସାର୍ବଜନୀନ ନୀତି ବିପରୀତ” ସୁପ୍ରିମକୋର୍ଟ ସମ୍ପ୍ରତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଏକ ଆଦେଶକୁ ଖାରଜ କରିଦେଇଛନ୍ତି। ଯେଉଁଥିରେ ଜଣେ ସମବାୟ ବ୍ୟାଙ୍କ କର୍ମଚାରୀଙ୍କୁ ୫୮ ବର୍ଷ ବୟସ ପରେ ମଧ୍ୟ ପଦବୀରେ ରହିବାକୁ ଅନୁମତି ଦିଆଯାଇଥିଲା। ଜଷ୍ଟିସ୍ ଆହସାନୁଦ୍ଦିନ୍ ଅମାନୁଲ୍ଲାହ ଏବଂ […]

ଅନ୍ତର୍ଜାତୀୟ ଜାତୀୟ

୭୪% ଭାରତୀୟ ଛାତ୍ରଙ୍କ ଭିସା ଆବେଦନ ପ୍ରତ୍ୟାଖ୍ୟାନ କରିଛି କାନାଡା

ନୂଆଦିଲ୍ଳୀ : ପ୍ରବାସ ନୀତି ପରିବର୍ତ୍ତନରେ କାନାଡା ୭୪% ଭାରତୀୟ ଛାତ୍ରଙ୍କ ଭିସା ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି । ସେହିପରି ଅନ୍ୟଦେଶରୁ ଆବେଦନ କରିଥିବା ଛାତ୍ରଙ୍କ ମଧ୍ୟରୁ ୪୦% ଛାତ୍ରଙ୍କ ଭିସା ଆବେଦନ ପ୍ରତ୍ୟାଖାନ କରିଛି କାନାଡ଼ା । କିନ୍ତୁ ଚୀନ୍ ଛାତ୍ରଙ୍କର ମାତ୍ର ୨୪% ପ୍ରତ୍ୟାଖ୍ୟାନ କରିଛି । ଯାହା ଭାରତୀୟ ଛାତ୍ରଙ୍କ ପ୍ରତି କାନାଡ଼ାର କଠୋରତାକୁ ସ୍ପଷ୍ଟ କରୁଛି । ୨୦୨୫ ଅଗଷ୍ଟରେ ୪୫୧୫ ଭାରତୀୟ ଛାତ୍ର ଭିସା ପାଇଁ ଆବେଦନ କରିଥିଲେ । […]

ଓଡ଼ିଶା

ଆସନ୍ତାକାଲି ବୋଇତ ବନ୍ଦାଣ : ବେଳାଭୂମି ରାସ୍ତା ଅନ୍ଧାର

ଗୋପାଳପୁର : ଆସନ୍ତା ୫ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଧୁମଧାମରେ ତିନି ଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଆୟୋଜନ ନିମନ୍ତେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଗୋପାଳପୁର ବେଳାଭୂମି ଓ ବ୍ରହ୍ମପୁର-ଗୋପାଳପୁର ରାସ୍ତାରେ ଆଲୋକ ପ୍ରତି ପ୍ରଶାସନର ନିଘା ନଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଗତବର୍ଷ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ […]

ଓଡ଼ିଶା

ଜନପଥରେ ବାଉଁଶ ବ୍ୟାରିକେଡ୍ ବଦଳରେ ଲାଗିବ ଷ୍ଟିଲ୍ ଗ୍ରୀଲ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ସୌନ୍ଦର୍ଯ୍ୟକରଣ ଅଭିଯାନର ଏକ ଅଂଶ ଭାବରେ ସ୍ମାର୍ଟ ଜନପଥର ମଧ୍ୟଭାଗରେ ସ୍ଥାପିତ ବାଉଁଶ ବ୍ୟାରିକେଡ୍‌ଗୁଡ଼ିକ ଖରାପ ହେବା ଏବଂ ଏନେଇ ଜନ ସାଧାରଣଙ୍କ ସମାଲୋଚନା ପରେ ଏହା ବଦଳରେ ଏବେ ଷ୍ଟିଲ୍ ଗ୍ରୀଲ୍ ଲଗାଯିବ। ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (BSCL) ଷ୍ଟିଲ୍ ଗ୍ରୀଲ୍ ପାଇଁ ୫୮ ଲକ୍ଷ ଟଙ୍କା ମଞ୍ଜୁର କରିଛି। ଅଧିକାରୀମାନେ କହିଛନ୍ତି ଯେ, ପୂର୍ବର ବାଉଁଶ ବ୍ୟାରକେଡ୍ ପରିବେଶ ଅନୁକୂଳ ପଦକ୍ଷେପ […]

LOKA SAMACHAR @2026. All Rights Reserved || Developed By CBSPL