ଓଡ଼ିଶା ଯାଜପୁର

ଯାଜପୁର ବିଜେଡିକୁ ଝଟକା; ଦଳ ଛାଡ଼ିଲେ ବରୀ ବ୍ଲକ୍ ଅଧ୍ୟକ୍ଷ

ଯାଜପୁର : ବିଜେଡିକୁ ବଡ଼ ଝଟକା। ଦଳ ଛାଡ଼ିଛନ୍ତି ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ଗେଡ଼ି । ତାଙ୍କୁ ସମର୍ଥନ କରୁଥିବା ବରୀର ଅନେକ ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ବିଜେଡି ଛାଡ଼ିଥିବା ସେ କହିଛନ୍ତି। ସେ ବିଜେପିରେ ଯୋଗ ଦେବେ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ଅଶୋକ ଗେଡ଼ି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ପରେ ବରୀ ବିଧାୟକ ତାଙ୍କୁ ବିଜେଡିକୁ ଫେରାଇ ନେଇଥିଲେ। କିନ୍ତୁ ସେ ପୁଣି ବିଜେଡି ଛାଡ଼ି […]

ଜାତୀୟ

କୁକୁର କାମୁଡ଼ିବା ପାଇଁ ୨୦ ଲକ୍ଷର କ୍ଷତି ପୂରଣ ମାଗିଲେ ମହିଳା

ନୂଆଦିଲ୍ଲୀ : ରାସ୍ତାରେ ଯାଉଥିବା ବେଳେ କିଛି ବୁଲା କୁକୁର ମହିଳାଙ୍କୁ କାମୁଡ଼ି ପକାଇଥିଲେ। ଏଥିରେ ଗୁରୁତର ହୋଇଥିବା ମହିଳା ପରବର୍ତ୍ତୀ ସମୟରେ ସୁସ୍ଥ ହୋଇଛନ୍ତି। କିନ୍ତୁ ମହିଳା ଜଣଙ୍କ କୁକୁର କାମୁଡ଼ି ଯୋଗୁ ୨୦ ଲକ୍ଷର କ୍ଷତିପୂରଣ ଦିଲ୍ଲୀ ପୌରପାଳିକା ବା ଏମସିଡିକୁ ମାଗିଛନ୍ତି। ଶାରୀରିକ, ମାନସିକ ଓ ଆର୍ଥିକ କ୍ଷତି ବାବଦରେ ସେ ଏମସିଡି ଠାରୁ ୨୦ ଲକ୍ଷ ଟଙ୍କା ଚାହୁଁଛନ୍ତି। ଦିଲ୍ଲୀ ହାଇକୋର୍ଟ(Delhi High Court)ରେ ପ୍ରିୟଙ୍କା ରାୟ ଦାଖଲ କରିଥିବା ଆବେଦନରେ […]

କ୍ରୀଡା ଜାତୀୟ

ଚତୁର୍ଥ ଟି-୨୦ ଜିତି ୨-୧ରେ ଆଗୁଆ ଭାରତ

ନୂଆଦିଲ୍ଲୀ: ଠିକଣା ସମୟରେ ମ୍ୟାଚ୍‌ର ମୋଡ ବଦଳାଇ ଦେଲେ ୱାଶିଂଟନ ସୁନ୍ଦର। ୮ ବଲରେ ନେଲେ ୩ ୱିକେଟ୍‌। ତୃତୀୟ ଟି-୨୦ରେ ବ୍ୟାଟିଂରେ କମାଲ କରିଥିବା ସୁନ୍ଦର ଆଜି ଆଜି ବୋଲିଂରେ ନିଜର ଜଲୱା ଦେଖାଇଛନ୍ତି। ଅଷ୍ଟ୍ରେଲିଆକୁ ୪ର୍ଥ ଟି-୨୦ ଜିତିବା ପାଇଁ ୨୪ ବଲରେ ୫୪ ରନ ଦରକାର ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ସୁନ୍ଦର। ୧୬ ଓଭର ଯାଏ ତାଙ୍କୁ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ବୋଲିଂ କରିବାକୁ ଦେଇ ନଥିଲେ। ୧୭ତମ […]

କ୍ରୀଡା

ବିଶ୍ୱବିଜେତା ମହିଳା କ୍ରିକେଟ ଟିମକୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱବିଜୟୀ ମହିଳା କ୍ରିକେଟ ଟିମ୍ । ଅଧିନାୟକ ହର୍ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ ଟିମର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଙ୍କ ବାସଭବନରେ ଭେଟିଛନ୍ତି । ବିଶ୍ୱବିଜେତା ଦଳକୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଭବିଷ୍ୟତ ଯୋଜନା ନେଇ ଆଲୋଚନା କରିଥିଲେ । ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ବକପ୍ ଇତିହାସରେ ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇ ଇତିହାସ ରଚିଛି ଟିମ ଇଣ୍ଡିଆ । ୨୦୦୫ ଫାଇନାଲ୍ ରେ ଅଷ୍ଟ୍ରେଲିଆଠାରୁ […]

ଅନ୍ତର୍ଜାତୀୟ

ଫିଲିପାଇନ୍ସରେ ବାତ୍ୟା ‘କଲମାଏଗି’ର ତାଣ୍ଡବ, ୯୦ ମୃତ

ଫିଲିପାଇନ୍ସରେ ଭୟଙ୍କର ତୋଫାନ୍ । ବାତ୍ୟା ‘କଲମାଏଗି’ ରଚିଛି ତାଣ୍ଡବ । ଫଳରେ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ନିଖୋଜ ଅଛନ୍ତି । କେବଳ ସୋବୁ ଅଞ୍ଚଳରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ବାତ୍ୟା ଏବେ ପଲବାନ ଦ୍ବୀପ ଆଡ଼କୁ ମୁହାଁଇଛି । ଫଳରେ ବାତ୍ୟାର ପ୍ରଭାବ ଭିଏତନାମ ଉପରେ ପଡ଼ିବ । ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଥିବା ଫିଲିପାଇନ୍ସରେ ବର୍ଷକୁ ପ୍ରାୟ ୨୦ରୁ ଅଧିକ ବାତ୍ୟା […]

ଜାତୀୟ

ଆମେରିକାରରେ UPS ମାଲବାହୀ ବିମାନ କ୍ରାସ, ୩ ମୃତ ୧୦ରୁ ଅଧିକ ଆହତ

ଆମେରିକା ଭୟଙ୍କର ବିମାନ ଦୁର୍ଘଟଣା । ଆମେରିକାର ଲୁଇସଭିଲରେ କ୍ରାସ ହେଲା UPS ମାଲବାହୀ ବିମାନ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି । ଲୁଇସଭିଲର ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର ରୁ ଉଡ଼ାଣ ଭରିବାର କିଛି ସମୟ ପରେ ମ୍ୟାକଡୋନେଲ ଡଗଲାସ୍ MD-11 ମାଲବାହୀ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ତିନି ଜଣ କ୍ରୁ ସଦସ୍ୟ ଥିଲେ । ପ୍ଲେନରେ ପ୍ରାୟ ୨ […]

ଜାତୀୟ

ଭାରତ ସହ ବାଣିଜ୍ୟିକ ଆଲୋଚନା କଲେ ଟ୍ରମ୍ପଙ୍କ ଟିମ୍‌

ନୂଆଦିଲ୍ଲୀ: ଭାରତ ସହ ଆମେରିକାର ଟାରିଫ୍‌ ଯୁଦ୍ଧ ପରେ ବାଣିଜ୍ୟିକ ସଂପର୍କକୁ ସୁଦୃଢ଼ କରିବାକୁ ଆଗ୍ରହ ପ୍ରକାଶ କରିଛି ଆମେରିକା । ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିବା କହିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ଆମେରିକା ସମ୍ପର୍କକୁ […]

ଜାତୀୟ

୯ ରାଜ୍ୟ, ୩ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର ଆରମ୍ଭ

ନୂଆଦିଲ୍ଲୀ: ଦେଶର ୯ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ମଙ୍ଗଳବାର ଠାରୁ ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସ୍‌ଆଇଆର) ଆରମ୍ଭ ହୋଇଛି। ବିହାରରେ ସଫଳତାର ସହ ଏସ୍‌ଆଇଆର ଶେଷ ହେବା ପରେ ଏହା ହେଉଛି ଦେଶର ଦ୍ବିତୀୟ ଏସ୍‌ଆଇଆର ପ୍ରକ୍ରିୟା। ଭାରତୀୟ ସମ୍ବିଧାନର ଧାରା ୩୨୪, ଜନପ୍ରତିନିଧି ଆଇନ- ୧୯୫୦ର ଅନୁଚ୍ଛେଦ ୨୧ ଓ ଭୋଟର ପଞ୍ଜୀକରଣ ଅଧିନିୟମ ୧୯୬୦ରେ ପ୍ରଦତ୍ତ କ୍ଷମତା ବଳରେ ଭାରତର ନିର୍ବାଚନ ଆୟୋଗ (ଆଇଇସି) ଏହି ଏସ୍‌ଆଇଆର ପାଇଁ […]

ଜାତୀୟ

ରେଳ ଧାରଣା ପାରି ହେବା ବେଳେ ଚାଲିଗଲା ୪ ଜୀବନ

ମିର୍ଜାପୁର : ଭୁଲ ପାର୍ଶ୍ୱରେ ରେଳଗାଡ଼ିରୁ ଓହ୍ଲାଇ ଚାଲିଗଲା ୪ ଜଣଙ୍କ ଜୀବନ । ଆଜି ସକାଳେ ଉତ୍ତର ପ୍ରଦେଶର ମିର୍ଜାପୁରରେ ରେଳଗାଡ଼ି ଚଢ଼ି ଚାରିଜଣଙ୍କ ଜୀବନ ଚାଲିଯାଇଛି । ଚୁନାର ରେଳ ଷ୍ଟେସନ୍‌ରେ ସକାଳ ପ୍ରାୟ ୯:୩୦ ସମୟରେ ଚୋପନ-ପ୍ରୟାଗରାଜ ଏକ୍ସପ୍ରେସ୍‌  ୪ନଂ ପ୍ଲାଟଫର୍ମରେ ପହଞ୍ଚିଥିଲା । ଏହି ରେଳଗାଡ଼ିରେ ଆସୁଥିବା କିଛି ଯାତ୍ରୀ ସର୍ଟକର୍ଟ ନେବାକୁ ଫୁଟ୍ ଓଭରବ୍ରିଜ୍‌ରେ ନଯାଇ ପ୍ଳାଟ୍‌ଫର୍ମର ବିପରୀତ ପାର୍ଶ୍ଵରେ ଥିବା ଧାରଣାରେ ଓଲ୍ହାଇଥିଲେ । ସେହି ଧାରଣାରେ ଦ୍ରୁତ […]

ଜାତୀୟ

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ, ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ମୋଟ୍‌ ୧୨୧ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ୧୩୧୪ ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ଉଭୟ ଏନ୍‌ଡିଏ ଏବଂ ମହାମେଣ୍ଟର ତାରକା ପ୍ରଚାରକମାନେ ଭୋଟରମାନଙ୍କୁ  ନିଜ ସପକ୍ଷକୁ ଆଣିବାପାଇଁ ଦମ୍‌ ଲଗାଇ ଦେଇଛନ୍ତି। ଶାସକ ଏନ୍‌ଡିଏ ମେଣ୍ଟ‌ରେ ବିଜେପି, ଜେଡିୟୁ, ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି), […]

LOKA SAMACHAR @2026. All Rights Reserved || Developed By CBSPL