ଓଡ଼ିଶା

କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା: ଜଣେ ମୃତ,୧୫ରୁ ଅଧିକ ଆହତ

ଭଞ୍ଜନଗର : କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା । ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ, ୧୫ରୁ ଅଧିକ ଆହତ ହୋଇଛନ୍ତି । ବରଗଡ଼ ଠାରୁ ବ୍ରହ୍ମପୁର ଅଭିମୁଖେ ଶ୍ରୀରାମ ନାମକ ଯାତ୍ରୀବାହୀ ବସ୍ ଯାଉଥିଲା । କଳିଙ୍ଗା ଘାଟିରେ ମର୍ମନ୍ତୁଦ ବସ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଜି ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଉଛି । […]

ଓଡ଼ିଶା

ନୂଆପଡାରେ ନବୀନଙ୍କ ‘ରୋଡ ଶୋ’

ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡରେ ନବୀନଙ୍କ ରୋଡ ଶୋ’। ସ୍ବତନ୍ତ୍ର ବସରେ ପ୍ରଚାର କରୁଛନ୍ତି ନବୀନ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଲଥିଲେ ନେତା ଓ କର୍ମୀ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗୁଛନ୍ତି ଭୋଟ୍। ନବୀନଙ୍କ ରୋଡ ଶୋ’ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ନୂଆପଡାବାସୀଙ୍କୁ ଅପିଲ କରିଛନ୍ତି।

କ୍ରୀଡା ଜାତୀୟ

ରାଷ୍ଟ୍ରପତିଙ୍କୁ ଭେଟିଲେ ଭାରତର ସୁନାଝିଅ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଭାରତର ସୁନାଝିଅ । ଦେଶ ପାଇଁ ଗର୍ବ ଆଣିଥିବା ବିଶ୍ବବିଜୟିନୀଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ଶୁଭେଚ୍ଛା ସହ ସାବାସୀ ଦେଲେ ରାଷ୍ଟ୍ରପତି । ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତି ଖେଳାଳିଙ୍କୁ ପ୍ରଶଂସା କରିବା ସହ ବିଶ୍ବକପ ଧରି ଫଟୋ ଉଠାଇଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦଳକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସେମାନେ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ […]

ଜାତୀୟ

ବିହାରରେ ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟଗ୍ରହଣ ଶେଷ ହୋଇଛି। ୧୮ ଟି ଜିଲ୍ଲାର ୧୨୧ ଟି ଆସନରେ ମତଦାନ ହୋଇଛି। ବଡ଼ କଥା ହେଉଛି ଏଥର ଗତ ୭୩ ବର୍ଷରେ ସର୍ବାଧିକ ୬୪.୪୬% ମତଦାନ ହୋଇଛି । ଗତ ଥର, ଏହି ୧୨୧ ଟି ଆସନରେ ୫୫.୮୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର ସନ୍ଧ୍ୟା ୫ଟା ସୁଦ୍ଧା ଏହି ସଂଖ୍ୟା ୬୦.୧୩ ପ୍ରତିଶତରେ ପହଞ୍ଚିଥିଲା। କୁହାଯାଉଛି ଯେ ଚୂଡ଼ାନ୍ତ ଭୋଟହାର ଆହୁରି […]

ଓଡ଼ିଶା

ଲାଞ୍ଚ ନେଇ କେନ୍ଦୁଝର ଡିଏସଏସଓ ଗିରଫ

କେନ୍ଦୁଝର : ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି କେନ୍ଦୁଝର ଡିଏସଏସଓ(ଜିଲା ସାମାଜିକ ନିରାପତ୍ତା ଅଧିକାରୀ) ବିପ୍ଳବ କେଶରୀ ସାମନ୍ତରାୟ। ବିପ୍ଳବ ଏକ ଏନଜିଓଠାରୁ ଏହି ଲାଞ୍ଚ ଅର୍ଥ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ସୂଚନା ଅନୁସାରେ, ସରକାରଙ୍କ ସାମାଜିକ ନିରାପତ୍ତା ଯୋଜନା ଅଧୀନରେ ବେସରକାରୀ ଅନୁଷ୍ଠାନ ବା ଏନଜିଓଗୁଡ଼ିକର ବିଲ୍‌ କ୍ଲିଅର କରିବା ଲାଗି ବିପ୍ଳବ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ନିକଟରେ ସେ ଏକ ଏନଜିଓଠାରୁ ୨୦ […]

ଓଡ଼ିଶା

ମଞ୍ଚରେ କଇଁ କଇଁ ହୋଇ କାନ୍ଦିଲେ ଜୟ ଢୋଲକିଆ

ନୂଆପଡ଼ା : ପ୍ରଚାର ସଭା ମଞ୍ଚରେ କଇଁ କଇଁ ହୋଇ କାନ୍ଦିଲେ ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଗୁରୁବାର କୋମନାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଉଥିବାବେଳେ ପାଖରେ ଛିଡ଼ା ହୋଇଥିବା ଜୟ କାନ୍ଦି ପକାଇଥିଲେ। ଜୟଙ୍କୁ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ବେଇମାନ ପୁଅ ବୋଲି କହିଥିଲା। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଥିବାବେଳେ ଏହା ଶୁଣି ଜୟଙ୍କ ଆଖିରେ ଲୁହ ଚାଲିଆସିଥିଲା। ଏଭଳି ଦୃଶ୍ୟ ମଞ୍ଚରେ […]

ଜାତୀୟ

ବିହାର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ଼କୁ ଆକ୍ରମଣ

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡ଼କୁ ଆକ୍ରମଣ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । କିଛି ଅଜଣା ବ୍ୟକ୍ତି ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡ଼କୁ ପଥର ଫିଙ୍ଗିବା ସହ ଚପଲରେ ଆକ୍ରମଣ କରିଛନ୍ତି । ଘଟଣାକୁ ନେଇ ବିଜେପି ଆରଜେଡିକୁ ଦାୟୀ କରିଛି । ମତଦାନ ଚାଲୁଥିବା ସମୟରେ ବିହାରର ଲଖିସରାଇ ଜିଲ୍ଲାରେ ପମୁଖ୍ୟମନ୍ତ୍ରୀ ଶ୍ରୀ ସିହ୍ନାଙ୍କ କାରକେଡ଼ ଉପରେ ଆକ୍ରମଣ ହୋଇଥିଲା । ଶ୍ରୀ ସିହ୍ନା ଲଖିସରାଇ ଆସନରୁ […]

ଓଡ଼ିଶା

ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ, ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍

ପାଟନା : ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨୧ ଆସନରେ ମୋଟ ୧୩୧୪ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ। ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା। ଗୁରୁବାର ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ କେତେକ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା। ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡକୁ ଆକ୍ରମଣ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସମୀକ୍ଷା କରୁଥିବା ସମୟରେ […]

ଓଡ଼ିଶା

ଆଦିତି ମିଶ୍ର ହେଲେ JNU ଛାତ୍ର ସଂସଦ ସଭାପତି, ୪ ପ୍ରମୁଖ ପଦବୀରେ ବାଜି ମାରିଲା ବାମପନ୍ଥୀ ମେଣ୍ଟ

ନୂଆଦିଲ୍ଲୀ : ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(JNU) ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଛି ବାମପନ୍ଥୀ ମେଣ୍ଟ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ନିର୍ବାଚନରେ ପରାଜୟବରଣ କରିବାକୁ ପଡ଼ିଛି। ୪ ପ୍ରମୁଖ ପଦବୀ ଯଥା- ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀରେ ବାମପନ୍ଥୀ ମେଣ୍ଟ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି। ଛାତ୍ର ସଂସଦ ସ ଭାପତି ଭାବେ ବାମପନ୍ଥୀର ଆଦିତି ମିଶ୍ର(୧୮୬୧ ଭୋଟ) ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା ଏବିଭିପି ପ୍ରାର୍ଥୀ […]

ଓଡ଼ିଶା

ଘାଟିରେ ଜଳିଗଲା ଓଏସଆରଟିସି ବସ, ବର୍ତ୍ତିଲେ ଯାତ୍ରୀ

ସେମିଳିଗୁଡା: କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ସାଲୁର୍‌ ଘାଟିରେ ଗୁରୁବାର ସକାଳେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସଆରଟିସି) ବସ ନିଆଁ ଲାଗି ଜଳିଯାଇଛି। ତେବେ ଯାତ୍ରୀମାନେ ତୁରନ୍ତ ବସରୁ ଓହ୍ଲାଇଯିବାରୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। ଉଭୟ ରାଜ୍ୟ ପାର୍ଶରୁ ଆସୁଥିବା ସମସ୍ତ ଯାନବାହନ କିଛି ସମୟ ଧରି ଅଟକି ରହିବା ଫଳରେ ରାସ୍ତା ଜାମ ହୋଇଥିଲା। ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ବିଜୟନଗରମଠାରୁ ଭୋର୍‌ ୫ଟା ସମୟରେ ଓଡିଶାର ଜୟପୁର ଅଭିମୁଖେ ଏହି ଓଏସଆରଟିସି ବସଟି […]

LOKA SAMACHAR @2026. All Rights Reserved || Developed By CBSPL