ଓଡ଼ିଶା

ମଞ୍ଚରେ କଇଁ କଇଁ ହୋଇ କାନ୍ଦିଲେ ଜୟ ଢୋଲକିଆ

ନୂଆପଡ଼ା : ପ୍ରଚାର ସଭା ମଞ୍ଚରେ କଇଁ କଇଁ ହୋଇ କାନ୍ଦିଲେ ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଗୁରୁବାର କୋମନାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଉଥିବାବେଳେ ପାଖରେ ଛିଡ଼ା ହୋଇଥିବା ଜୟ କାନ୍ଦି ପକାଇଥିଲେ। ଜୟଙ୍କୁ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ବେଇମାନ ପୁଅ ବୋଲି କହିଥିଲା। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଥିବାବେଳେ ଏହା ଶୁଣି ଜୟଙ୍କ ଆଖିରେ ଲୁହ ଚାଲିଆସିଥିଲା। ଏଭଳି ଦୃଶ୍ୟ ମଞ୍ଚରେ ଏକପ୍ରକାର ଭାବବିହ୍ବଳ ପରିବେଶ ସୃଷ୍ଟି କରିଥିଲା।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜୟଙ୍କୁ ବେଇମାନ ପୁଅ ବୋଲି କହିଥିଲେ। ଏହା ଉପରେ ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବରୁ ତାଙ୍କ ପାଟିରୁ କେବେ ଏଭଳି ଶବ୍ଦ ବାହାରିନାହିଁ। ତାଙ୍କୁ ବୋଧହୁଏ କେହି ସ୍କ୍ରିପ୍ଟ ଧରାଇ ଦେଇଥିଲେ। ସେଥିରେ ଯାହା ଲେଖାଯାଇଥିଲା ତାହାକୁ ସେ ପଢ଼ିଥିଲେ। ସେ ବେଇମାନର ଅର୍ଥ କ’ଣ ଜାଣି ନ ଥିବେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL