ଓଡ଼ିଶା

ଜବରଦଖଲ ହଟାଓ ଅଭିଯାନ: ଘର ଛାଡିଲେ ବାଂଲାଦେଶୀ

ଜଗତସିଂହପୁର: ବାଂଲାଦେଶୀ ହଟାଓ ଅଭିଯାନ । ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାଂଲାଦେଶୀ ହଟାଅ ଅଭିଯାନ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ବେଆଇ ଭାବରେ ସରକାରୀ ଜାଗାରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରକୁ ଭଙ୍ଗାଯାଉଛି । ଫଳରେ ବେହେରାମପୁର ନିକଟରେ ସରକାରୀ ଜାଗାକୁ ଜବରଦଖଲ କରି ରହିଥିବା ବାଂଲାଦେଶୀ ବସ୍ତି ଛାଡି ଅନ୍ୟତ୍ର ଚାଲିଯାଉଛନ୍ତି । ନିଜେ ତିଆରି କରିଥିବା ଘର ନିଜେ ଭାଙ୍ଗିଲେ ଜବରଦଖଲକାରୀ ।

ଓଡ଼ିଶା

ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ବିବାଦ, ୨ ମ୍ୟାନଜରଙ୍କ ବିରୋଧରେ ଏତଲା

ବଲାଙ୍ଗିର: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ହ୍ୟୁମାନଙ୍କ ମା ପୂର୍ବରୁ ଅଭିଯୋଗ ଆଣିଥିଲେ ଯେ ତାଙ୍କ ପୁଅକୁ ବ୍ୟବହାର କରାଯାଇଛି ଏବଂ ଜାଣି ଜାଣି ମାରି ଦିଆଯାଇଛି । ଆଜି ଏହି ଘଟଣାରେ ହ୍ୟୁମାନଙ୍କ ଦୁଇ ଜଣ ମ୍ୟାନେଜରଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଥିବା […]

ଓଡ଼ିଶା

ଲୁଣ ଭାବି ଥିମେଟ୍ ଖାଇଦେଲେ ୩ ଶିଶୁ: ଅବସ୍ଥା ଗୁରୁତର

ନୀଳଗିରି: ଲୁଣ ଭାବି ଥିମେଟ୍ ଖାଇଦେଲେ । ଗୁରୁତର ୩ ଜଣ ଶିଶୁ ଡାକ୍ତରଖାନାରେ ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଘଟିଛି ଅଘଟଣ ।  ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ କିଛି ପିଲା ଗାଁ ଦାଣ୍ଡରେ ଖେଳୁଥିଲେ । ସେମାନଙ୍କୁ ଭୋକ ଲାଗିବାରୁ ଘରୁ ଲୁଣ ଆଣିଥିବା ଭାବି ଥିମେଟ ସହ ପିଆଜ ଗୋଳାଇ ଖାଇ ଦେଇଥିଲେ । ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ […]

ଓଡ଼ିଶା

ସାଲିଆ ସାହି ବସ୍ତିରେ ବୁଲିବ ତାରବାଡ, ଅନୁପ୍ରବେଶକାରୀଙ୍କୁ ପ୍ରବେଶ ମନା

ଭୁବନେଶ୍ବର: ସାଲିଆ ସାହି ବସ୍ତିକୁ ନୋ ଏଣ୍ଟ୍ରି ।  ବୁଲିବ ତାରବାଡ ।  ପ୍ରବେଶ କରିପାରିବେ ନାହିଁ ଅନୁପ୍ରବେଶକାରୀ ।  ଗତକାଲି ସାଲିଆ ସାହି ବସ୍ତି ଉଚ୍ଛେଦ ଅଭିଯାନ ଶେଷ ହୋଇଛି ।  ପ୍ରାୟ ୩ ଦିନ ଧରି ଏହି ଅଭିଯାନ ଚାଲିଥିବା ବେଳେ ହଜାର ହଜାର ଲୋକେ ବିସ୍ଥାପିତ ହୋଇଛନ୍ତି । ଖାଲି ହୋଇଥିବା ସ୍ଥାନରେ ଯେପରି ପୁନଃ ଅବରୋଧ ନହେବ ସେନେଇ ଆଜି ସଂପୃକ୍ତ ଅଞ୍ଚଳରେ ଲୁହା ତାରବାଡ ବୁଲାଇବ ବିଏମସି ।  ବର୍ତମାନ ସମସ୍ତ […]

ଓଡ଼ିଶା

୭ ଦିନ ମଧ୍ୟରେ ବାଲିଯାତ୍ରା ପଡ଼ିଆ ସଫେଇ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ କଟକ ସହର ସମସ୍ୟା ମାମଲାର ଶୁଣାଣି ବେଳେ ବାଲିଯାତ୍ରା ଶେଷ ହେବା ପରେ ପଡ଼ିଆ ସଫେଇ ହୋଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଦାଲତ ।  ୩୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଘରୋଇ ଏଜେନ୍ସିକୁ ସଫେଇ ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ସଫେଇ ଏକପ୍ରକାର ପ୍ରହସନ ହୋଇଥିବା ଆଡଭୋକେଟ୍‌ କମିଟି ସଦସ୍ୟ ଖଣ୍ଡପୀଠଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିଥିଲେ ।  ବିଚାରପତି ସଙ୍ଗମ କୁମାର ସାହୁ ଏବଂ ବିଚାରପତି ଭି. ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ […]

ଓଡ଼ିଶା

ଗାଁ ପଡିଆରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କଲା କୋଣାର୍କ ପୋଲିସ

ଭୁବନେଶ୍ବର: ଗାଁ ପଡିଆରେ ଅର୍ଦ୍ଧଦଗ୍ଧ ମୃତଦେହ । କୋଣାର୍କ ଥାନା ରଇତିସାହି ଗାଁ ପଡିଆରେ ପଡିଛି ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ।  ଗାଁ ଲୋକେ ଦେଖି କୋଣାର୍କ ପୋଲିସକୁ ଖବର ଦେଇଥିଲେ ।  ତେବେ ଯୁବକ ଜଣକ କିଏ ତାଙ୍କ ପରିଚୟ ମିଳିପାରିନାହିଁ । ତାଙ୍କ ପାଦରେ ଚପଲ ରହିଛି । ମୃତଦେହ ପାଖରେ ପଡିଛି ରକ୍ତଛିଟା । ମୃତଦେହ ପଡିଥିବା ସ୍ଥାନରେ କାର ଚକା ଚିହ୍ନ ରହିଛି ।  ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ […]

ଓଡ଼ିଶା

ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ବସ୍ତିବାସୀଙ୍କୁ ଶସ୍ତାରେ ଘର ଯୋଗାଇ ଦେବେ। ଭୁବନେଶ୍ବରରେ ପ୍ରାଥମିକ ଭାବେ ୯୦ଟି ଘର ନିର୍ମାଣ ହୋଇଛି। ଏହି ଘରଗୁଡ଼ିକୁ ବସ୍ତି ଅଞ୍ଚଳରେ ରହୁଥିବା ଲୋକେ କିଣିବା ପାଇଁ ବ୍ୟବସ୍ଥା ହୋଇଛି। ପ୍ରାୟ ୧୪ରୁ ୫୦ଲକ୍ଷ ଟଙ୍କା ଭିତରେ ଘର ବିକ୍ରି କରାଯିବ। ଏହି ଲକ୍ଷ୍ୟ ପୂରଣ ହେଲେ ଆଗାମୀ ଦିନରେ ରାଜ୍ୟର ସବୁ ସହରାଞ୍ଚଳରେ ସରକାର ଘର ତିଆରି କରି ଯୋଗାଇବେ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. […]

ଓଡ଼ିଶା

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ: ବନ ବିଭାଗ ତତ୍ପର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ବନ୍ଦ ନିକଟ ଋଷିକୂଲ୍ୟା ମୁହାଣ ସମୁଦ୍ର ଅଂଚଳରେ ବିରଳ ସାମୁଦ୍ରିକ କଇଁଚ୍ଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସମୁଦ୍ର ମଧ୍ୟରେ ଯୋଡ଼ା ଯୋଡ଼ା ହୋଇ କଇଁଚ୍ଛମାନଙ୍କୁ ପାଣିରେ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି। ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମୁଦ୍ରର […]

ଜାତୀୟ

ଏସଆଇଆର ବନ୍ଦ କରିବା ଲାଗି ନିର୍ବାଚନ କମିସନଙ୍କୁ ପତ୍ର ଲେଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖି ଏହି ପ୍ରକ୍ରିୟାକୁ “ବିପଜ୍ଜନକ” ବୋଲି କହିଛନ୍ତି ଏବଂ SIRକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକ୍ରିୟା “ବିଶୃଙ୍ଖଳିତ ଏବଂ ଜବରଦସ୍ତି”, ଯାହା କେବଳ ଅଧିକାରୀମାନଙ୍କୁ ନୁହେଁ ବରଂ ସାଧାରଣ ନାଗରିକଙ୍କୁ ମଧ୍ୟ ବିପଦରେ ପକାଇଛି। ଅନ୍ୟପକ୍ଷରେ, […]

ଜାତୀୟ

କାଶ୍ମୀର ଟାଇମ୍ସ ଅଫିସରେ ଚଢଉ: ବନ୍ଧୁକ ଓ ଗୁଳି ଜବତ କଲା ପୁଲିସ

ଜାମ୍ମୁ କାଶ୍ମୀର: ‌ଜାମ୍ମୁ-କାଶ୍ମୀର ପୁଲିସର ଷ୍ଟେଟ୍ ଇନଭେଷ୍ଟିଗେସନ ଏଜେନ୍ସି(ଏସଆଇଏ) ଗୁରୁବାର ସକାଳେ ଜାମ୍ମୁସ୍ଥିତ କାଶ୍ମୀର ଟାଇମ୍ସ ଖବରକାଗଜ ମୁଖ୍ୟ କାର୍ଯ୍ୟାଳୟରେ ଚଢଉ କରିଛି। ଚଢଉରେ କାର୍ଯ୍ୟାଳୟରୁ ଏକେ ରାଇଫଲ୍ସ, ପିସ୍ତଲ ଗୁଳି ଓ ହ୍ୟାଣ୍ଡ ଗ୍ରେନେଡର ପିନ୍ ଜବତ ହୋଇଛି। କାଶ୍ମୀର ଟାଇମ୍ସ ଜାମ୍ମୁ ଓ କାଶ୍ମୀରର ଏକ ପୁରୁଣା ତଥା ପ୍ରମୁଖ ଖବରକାଗଜ। ଖବରକାଗଜ ଦେଶ ବିରୁଦ୍ଧରେ ଲେଖିବା ସହ ସାର୍ବଜନିନ ଆଇନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରୁଥିବା ନେଇ ଅଭିଯୋଗ ହୋଇଥିଲା। ଗୁରୁବାର […]

LOKA SAMACHAR @2026. All Rights Reserved || Developed By CBSPL