ଓଡ଼ିଶା

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ: ବନ ବିଭାଗ ତତ୍ପର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ବନ୍ଦ ନିକଟ ଋଷିକୂଲ୍ୟା ମୁହାଣ ସମୁଦ୍ର ଅଂଚଳରେ ବିରଳ ସାମୁଦ୍ରିକ କଇଁଚ୍ଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସମୁଦ୍ର ମଧ୍ୟରେ ଯୋଡ଼ା ଯୋଡ଼ା ହୋଇ କଇଁଚ୍ଛମାନଙ୍କୁ ପାଣିରେ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଖୁସିର ଲହରି ଦେଖିବାକୁ ମିଳିଛି। ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମୁଦ୍ରର ଜଳରାଶି ମଧ୍ୟରେ ସାମୁଦ୍ରିକ କଇଁଚ୍ଛମାନଙ୍କ ସୁରକ୍ଷାକୁ ନେଇ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି।

ସମୁଦ୍ରର ନୀଳ ଜଳରାଶି ମଧ୍ୟରେ ଯୋଡ଼ା କଇଁଚ୍ଛଙ୍କ ମିଳନ ପ୍ରକ୍ରିୟା ସ୍ଥାନୀୟ ସାମୁଦ୍ରିକ ମତ୍ସ୍ୟଜୀଜୀ ଓ ବନ ବିଭାଗର ଦୃଷ୍ଟି ଗୋଚର ହୋଇଛି। ବଙ୍ଗୋପ ସାଗରରେ ଦେଖାଯାଉଥିବା ବିରଳ ପ୍ରଜାତିର କଇଁଚ୍ଛ ସାରା ପୃଥିବୀର ୬୦ ପ୍ରତିଶତ ଭାରତରେ ଦେଖାଯାଇଥାନ୍ତି। ତେବେ ଓଡିଶାରେ ଏହି ବିରଳ ପ୍ରଜାତିର ସାମୁଦ୍ରିକ ଜୀବ ୯୦ ପ୍ରତିଶତ ଦେଖିବାକୁ ମିଳିଥାନ୍ତି। ଓଡିଶା ଉପକୂଳ ଗଞ୍ଜାମର ଋଷିକୁଲ୍ୟା ମୁହାଁଣ, କେନ୍ଦ୍ରାପଡ଼ାର ଗହୀରମଥା ଓ ପୁରୀର ଦେବୀ ମୁହାଁଣ ଆଦି ସ୍ଥାନରେ ନଭେମ୍ବରରୁ ଆରମ୍ଭ ହୋଇଥାଏ। କଲମ୍ବୋ, ଜାପାନ ଉପକୂଳରେ ଏମାନେ ଖାଦ୍ୟ ଅନ୍ବେଷଣରେ ଜୁନରୁ ଅକ୍ଟୋବର ପର୍ଯ୍ୟନ୍ତ ରହିଥାନ୍ତି। ଶ୍ରୀଲଙ୍କାରୁ ଅକ୍ଟୋବର ମଧ୍ୟ ସମୟରୁ ଓଡିଶା ଅଭିମୁଖେ ହଜାର ହଜାର କିଲୋମିଟର ସମୁଦ୍ର ଜଳପଥ ଦେଇ ଓଡିଶାରେ ପହଞ୍ଚିଥାନ୍ତି। ଓଡିଶାରେ ପହଂଚିବାକୁ ଏମାନଙ୍କୁ ୨୫ରୁ ୩୦ ଦିନ ଲାଗିଥାଏ। ଏହି ବିରଳ ପ୍ରଜାତିର ସାମୁଦ୍ରିକ ଜୀବ ନଭେମ୍ବର ମାସରୁ ମେ ପର୍ଯ୍ୟନ୍ତ ଓଡିଶା ଉପକୂଳରେ ରହିଥାଆନ୍ତି। ଚଳିତବର୍ଷ ପାଗର ଅନୁକୂଳ ଅବସ୍ଥା ଠିକ ରହିଲେ ଅଧିକ ସଂଖ୍ୟାରେ କଇଁଚ୍ଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL